ବନ୍ଧୁକ ସଂସ୍କୃତି ବିରୋଧରେ ପ୍ରଦର୍ଶନ, ବାଇଡେନ୍‌ଙ୍କ ଚିନ୍ତା ବଢ଼ିଲା…

ଓ୍ବାଶିଂଟନ, ୧୨।୬ : ଦୁଇ ଦଶନ୍ଧି ମଧ୍ୟରେ ଆମେରିକାରେ ବହୁ ଗୁଳିକାଣ୍ହ ଘଟିଛି। ଏହାକୁ ନେଇ ଆମେରିକାର ନାଗରିକମାନେ ବନ୍ଧୁକ ସଂସ୍କୃତି ବିରୋଧରେ ଏକଜୁଟ ହୋଇଛନ୍ତି। ଶନିବାର ୱାଶିଂଟନ ଡିସିରେ ଥିବା ନ୍ୟାଶନାଲ ମେମୋରିଆଲ ସହିତ ଦେଶର ୩୦୦ଟି ସହରରେ ବନ୍ଧୁକ ସଂସ୍କୃତି ବିରୋଧରେ ପ୍ରଦର୍ଶନ କରାଯାଇଛି। ଏସବୁ ସ୍ଥାନାରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ।

ୟୁରୋପର ଅନେକ ସ୍ଥାନରେ ମଧ୍ୟ ପ୍ରଦର୍ଶନ କରାଯାଇଛି। ଗୁଳିକାଣ୍ଡରୁ ରକ୍ଷା ପାଇଥିବା ବ୍ୟକ୍ତି, ଶିକ୍ଷକ, ପ୍ରତିନିଧୀ, ନାଗରିକ ଅଧିକାର ଆଇନଜୀବୀ ତଥା ନିର୍ବାଚିତ ଅଧିକାରୀମାନେ ୱାଶିଂଟନ ଡିସିରେ ଥିବା ନ୍ୟାଶନାଲ ମେମୋରିଆଲଠାରେ ପ୍ରଦର୍ଶନ କରିଥିଲେ।

ବନ୍ଧୁକ ସଂସ୍କୃତି ଉପରେ ନିଷେଧାଦେଶ ନେଇ ଦୀର୍ଘ ଦିନ ଧରି ସିନେଟରେ ବିତର୍କ ହୋଇଆସୁଥିଲା, କିନ୍ତୁ ରିପବ୍ଲିକାନ ସଦସ୍ୟଙ୍କ ଦ୍ୱାରା ଆଇନ ପ୍ରଣୟନ କରିବାକୁ ଚେଷ୍ଟା ବିଫଳ ହୋଇଛି। ଗୁଳିକାଣ୍ଡ ଘଟଣା ପାଇଁ ବନ୍ଧୁକ ସଂସ୍କୃତି ନୁହେଁ ବରଂ ଅନ୍ୟାନ୍ୟ ସାମାଜିକ କାରଣ, ମାନସିକ ସମସ୍ୟା, ବିଦ୍ୟାଳୟରେ ସୁରକ୍ଷା ଅଭାବ ବୋଲି ମତପ୍ରକାଶ ପାଇଛି। ତେବେ ସିନେଟ କହିଛି ଯେ ଅସ୍ତ୍ରଶସ୍ତ୍ର କ୍ରୟ ଘଟଣାର ତଦନ୍ତ ଏହା ପଛରେ ଅଛି।

ଏହା ପୂର୍ବରୁ ଏଭଳି ପ୍ରଦର୍ଶନ ୨୦୧୮ରେ ହୋଇଥିଲା । ସେତେବେଳେ ୧୯ ବର୍ଷ ବୟସ୍କ ବନ୍ଧୁକଧାରୀ ପାର୍କଲ୍ୟାଣ୍ଡର ଡଗଲାସ ହାଇସ୍କୁଲରେ ଗୁଳି ଚଳାଇଥିଲେ। ଏଥିରେ ୧୭ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୭ ଜଣ ଆହତ ହୋଇଥିଲେ। ଗତ ମାସରେ, ବଫାଲୋ ଦୋକାନ ବଜାରରେ ୧୦ ଜଣ କୃଷ୍ଣକାୟଙ୍କ ହତ୍ୟା ଏବଂ ଟେକ୍ସାସର ୟୁଭାଲଡେ ସ୍ଥିତ ରୋବ ପ୍ରାଥମିକ ବିଦ୍ୟାଳୟରେ ୧୯ ଜଣ ଛାତ୍ରୀଛାତ୍ର ଏବଂ ଦୁଇଜଣ ଶିକ୍ଷକଙ୍କୁ ହତ୍ୟା କରାଯାଇଥିଲା।

ଆମେରିକାର ରାଷ୍ଟ୍ରପତି ନ୍ୟୁ ମେକ୍ସିକୋ ଯାଇ ଜଙ୍ଗଲରେ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଶାସନର ଉଦ୍ୟମ ବିଷୟରେ ଲୋକଙ୍କୁ ଜଣାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ପ୍ରଶଂସା ବଦଳରେ ତାଙ୍କୁ ଲୋକଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥିଲା। ଫେଡେରାଲ ଅଧିକାରୀମାନେ କିପରି ଜିନିଷଗୁଡିକ ହାତରୁ ବାହାରକୁ ଯିବାକୁ ଦିଅନ୍ତି ସେଥିପାଇଁ ନାଗରିକମାନେ କ୍ରୋଧିତ ହୋଇଥିଲେ। ଏହା ସହିତ ଦେଶରେ ବନ୍ଧୁ ସଂସ୍କୃତି ବିରୋଧେରେ ବୃଦ୍‌ଦି ପାଉଥିବା ପ୍ରଦଶର୍ଷନ ନେଇ ବାଇଡେନ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share