ନୂଆ କରୋନା ଅଇନ ନେଇ ଲୋକଙ୍କ ପକ୍ଷରୁ ପ୍ରଦର୍ଶନ…

ଆମେଷ୍ଟରଡମ୍‌,୨୦।୧୧: ନେଦରଲାଣ୍ଡରେ ଟତକାକରଣ କରାଯାଇ ନ ଥିବା ଲୋକଙ୍କୁ କେତେକ ସ୍ଥାନରେ ପ୍ରବେଶ କରିବାକୁ ବାରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ଏହି ନୂଆ ଆଇନକୁ ବିରୋଧରେ କରି ଶୁକ୍ରବାର ରାତିରେ ଲୋକେ ରୋଟର୍ଡାମରେ ବିରୋଧ ପ୍ରଦର୍ଶନ କରିଛନ୍ତି।

ଲୋକଙ୍କୁ ଘଉଡ଼ାଇବା ଲାଗି ପୋଲିସକୁ ଗୁଳି ଚାଳନା କରିବାକୁ ପଡ଼ିଛି। ଫଳରେ କେତେକ ଲୋକ ଆହତ ହୋଇଥିବା କୁହାଯାଉଛି। ଏ ସମ୍ପର୍କରେ ପୋଲିସ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ନେଦରଲ୍ୟାଣ୍ଡର ବ୍ରଡକାଷ୍ଟର ଏନଏସଓ ପକ୍ଷରୁ ସୋସିଆଲ ମିଡିଆରେ ଏକ ଭିଡିଓ ପ୍ରସାରଣ କରଯାଇଛି। ଏଥିରେ ଜଣେ ବ୍ୟକ୍ତିଙ୍କୁ ଗୁଳି ଲାଗିଥିବା ଦେଖିବାକୁ ମିଳୁଛି।

ରୋଟର୍ଡାମର ସହରର ଅବସ୍ଥା ଏବେ ବି ଉତ୍ତେଜନାପୂର୍ଣ୍ଣ ଏବଂ ଏଠାରେ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି। ଇତିମଧ୍ୟରେ କେତେକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି।
ପୋଲିସ କହିଛି ଯେ ପୋଲିସ କର୍ମଚାରୀଙ୍କ ସମେତ ମୋଟ ୭ ଜଣ ଆହତ ହୋଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ ପ୍ରଦର୍ଶନକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ସହରର ମୁଖ୍ୟ ରେଳ ଷ୍ଟେସନ ବନ୍ଦ କରି ଦିଆଯାଇଛି।

Share