Posted inଜାତୀୟ

ବିଫଳ ହୋଇଛି ବିମୁଦ୍ରୀକରଣ

ମୁମ୍ବାଇ,୭।୧୧: ଲୋକଙ୍କ ପାଖରୁ ନଗଦ ଟଙ୍କା ଛଡ଼ାଇ ନେଇ କ୍ୟାଶଲେସ୍‌ ଟ୍ରାଞ୍ଜାକ୍ସନର ସ୍ବପ୍ନ ଦେଖାଇଥିବା କେନ୍ଦ୍ର ସରକାର ଏବେ ବାସ୍ତବତାକୁ ଅନୁଭବ କରିବାର ସମୟ ଆସିଯାଇଛି। ବିମୁଦ୍ରୀକରଣକୁ ୬ବର୍ଷ ପୂରିବାକୁ ଆଉ ଗୋଟେ ଦିନ ବାକି ଥିବାବେଳେ ଭାରତୀୟଙ୍କ ପାଖରେ ନଗଦ ରାଶି ୩୦.୮୮ଲକ୍ଷ କୋଟି ଟଙ୍କା ଥିବା ଜଣାପଡ଼ିଛି, ଯାହାକି ୨୦୧୬ ନଭେମ୍ବର ୪ରେ ହୋଇଥିବା ଆକଳନ ଠାରୁ ୭୧.୮୪% ଅଧିକ।

କଳାଧନ ଓ ଦୁର୍ନୀତି ରୋକିବା ସହ ନଗଦ ଅର୍ଥ କାରବାର ହ୍ରାସ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରିଥିଲେ। ସେତେବେଳେ ଦେଶରେ ପ୍ରଚଳିତ ସମସ୍ତ ୫୦୦ ଓ ୧,୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦିଆଯାଇଥିଲା। ତେବେ ଯେଉଁ ଲକ୍ଷ୍ୟ ନେଇ ସରକାର ଏଭଳି ଏକ ଦୁଃସାହସିକ ପଦକ୍ଷେପ ନେଇଥିଲେ, ତାହା ସମ୍ପୂର୍ଣ୍ଣ ବିଫଳ ହୋଇଛି। ବିମୁଦ୍ରୀକରଣକୁ ୬ ବର୍ଷ ପୂରୁଥିବାବେଳେ ଲୋକଙ୍କ ହାତରେ ନଗଦ ଅର୍ଥରାଶି ପରିମାଣ ସର୍ବାଧିକ ୩୦.୮୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୬ ନଭେମ୍ବର ୪ ବେଳକୁ ଦେଶରେ ଯେତିକି ନଗଦ ଅର୍ଥ କାରବାର ହେଉଥିଲା, ତାହା ତୁଳନାରେ ବର୍ତ୍ତମାନର ନଗଦ ଅର୍ଥରାଣି ପରିମାଣ ୭୧.୮୪ ପ୍ରତିଶତ ଅଧିକ। ତେଣୁ ନଗଦ ଅର୍ଥ କାରବାର ଏବେବି ବଢ଼ିଚାଲିଥିବା ଏଥିରୁ ସ୍ପଷ୍ଟ ହୋଇଛି।
ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ମୁଦ୍ରା ଯୋଗାଣ ତଥ୍ୟ ଅନୁଯାୟୀ ଅକ୍ଟୋବର ୨୧ରେ ଦେଶବାସୀଙ୍କ ପାଖରେ ନଗଦ ଅର୍ଥ ପରିମାଣ ୩୦.୮୮ ଲକ୍ଷ କୋଟି ଟଙ୍କା ଥିଲା।

୨୦୧୬ ନଭେମ୍ବର ୪ରେ ଦେଶରେ କାରବାର ହେଉଥିବା ମୁଦ୍ରା ପରିମାଣ ୧୭.୭ ଲକ୍ଷ କୋଟି ଟଙ୍କା ଥିଲା। ଲୋକଙ୍କ ହାତରେ ଥିବା ନୋଟ୍‌ ଏବଂ କଏନ୍‌କୁ ସେମାନେ ଦ୍ରବ୍ୟ ଓ ସେବା କିଣାକିଣିରେ ବ୍ୟବହାର କରିଥାନ୍ତି। ମୋଟ୍‌ ପ୍ରଚଳିତ ମୁଦ୍ରାରୁ ବ୍ୟାଙ୍କ ପାଖରେ ଥିବା ଅର୍ଥକୁ ବାଦ୍‌ ଦେଲେ ଅବଶିଷ୍ଟ ହେଉଛି ଲୋକଙ୍କ ହାତରେ ଥିବା ନଗଦ ରାଶି। ଅର୍ଥ ପୈଠର ଡିଜିଟାଲ ବିକଳ୍ପ ଲୋକପ୍ରିୟ ଏବଂ ସହଜ ହୋଇଥିଲେ ମଧ୍ୟ ନଗଦ କାରବାର କ୍ରମାଗତ ଭାବେ ବଢ଼ିଚାଲିଛି। କୋଭିଡ୍‌ ମହାମାରୀ ବେଳେ ଡିଜିଟାଲ ମୋଡ୍‌ରେ ଅର୍ଥ କାରବାର ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଥିଲେ।

ଏହା ସତ୍ତ୍ୱେ ନଗଦ କାରବାର ବିଶେଷ ପ୍ରଭାବିତ ହୋଇପାରି ନାହିଁ। ସେହି ସମୟରେ କାରବାର ହେଉଥିବା ମୁଦ୍ରା ଏବଂ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅନୁପାତ ମୋଟାମୋଟି ଆର୍ଥତ୍କ ଅଭିବୃଦ୍ଧି ସହ ବଢ଼ିଚାଲିଥିଲା। ବିମୁଦ୍ରୀକରଣ ପରେ ଡିଜିଟାଲ କାରବାର ଉଲ୍ଲେଖନୀୟ ଭାବେ ବଢ଼ିଥିଲେ ମଧ୍ୟ ଜିଡିପି ସହ ଏହାର ଅନୁପାତ ପାରମ୍ପରିକ ଭାବେ କମ୍‌ ରହିଆସିଛି। ଦୀପାବଳି ସପ୍ତାହରେ କାରବାର ହେଉଥିବା ମୁଦ୍ରା ପରିମାଣ ୭,୬୦୦ କୋଟି ଟଙ୍କା ହ୍ରାସ ପାଇଥିବା ନିକଟରେ ଏସ୍‌ବିଆଇର ଅର୍ଥନୀତିଜ୍ଞମାନେ କହିଥିଲେ। ୨୦୦୯ ପାର୍ବଣ ଋତୁର କାରବାରକୁ ବାଦ୍‌ ଦେଲେ ପାଖାପାଖି ୨ ଦଶନ୍ଧି ମଧ୍ୟରେ ଏହା ପ୍ରଥମ ହ୍ରାସ ବୋଲି ବିଶେଷଜ୍ଞମାନଙ୍କ ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା

ଗୁଆହାଟି,୧୬।୨: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି ଏଭଳି କହି ଚାପ ପକାଉଛନ୍ତି…

ଭୁବନେଶ୍ୱର,୧୬।୨(ରବିନାରାୟଣ ଜେନା): ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି। ସକାଳେ କଲମ୍‌ରେ କଂକ୍ରିଟ ଢଳାହେଲା ମାନେ ସନ୍ଧ୍ୟା ସୁଦ୍ଧା ବିଲ୍‌ ହେବା ଦରକାର। ଠିକାଦାରଙ୍କ ଉଦ୍ଦେଶ୍ୟରେ…

କେମିକାଲ କାରଖାନାରେ ଭୟଙ୍କର ବିସ୍ଫୋରଣ, ୮ ଜୀବନ୍ତ ଦଗ୍ଧ

ଜୟପୁର,୧୬ା୨:  ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଏକ ବଡ଼ ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ସୂଚନା ପାଇ ଅଧ ଡଜନ ଦମକଳ ଗାଡ଼ି…

କଟକଣା ହଟିଲେ ସାଲିସ ପାଇଁ ଇରାନ୍‌ ରାଜି

ତେହରାନ୍‌,୧୬ା୨:ଇରାନ ନିଜର ଆଣବିକ କାର୍ଯ୍ୟକ୍ରମକୁ ନେଇ ଆମେରିକା ସହ ସାଲିସ କରିବାକୁ ପ୍ରସ୍ତୁତ ରହିଛି। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତ ରଖିଛି। ଯଦି ଆମେରିକା କଟକଣା ହଟାଇବ…

ରହମାନଙ୍କ ଶପଥ ଉତ୍ସବରେ ଯୋଗ ଦେବେନି ମୋଦି: ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୬ା୨:ବାଂଲାଦେଶ ନିର୍ବାଚନରେ ବିଏନ୍‌ପି ବିପୁଳ ବିଜୟ ହାସଲ କରିବା ପରେ ଦଳୀୟ ଅଧ୍ୟକ୍ଷ ତାରିକ୍‌ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଆସନ୍ତା ୧୭ ତାରିଖରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri