Posted inଜାତୀୟ

ନୋଟ୍‌ବନ୍ଦୀ ନିଷ୍ପତ୍ତି କାଏମ ରହିଛି କହିବା ଠିକ୍‌ ନୁହେଁ: କଂଗ୍ରେସ

ନୂଆଦିଲ୍ଲୀ,୩।୧: ବିମୁଦ୍ରୀକରଣ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି କହିବା ବିଭ୍ରାନ୍ତିକର ଓ ଭୁଲ୍‌ ବୋଲି କଂଗ୍ରେସ କହିଛି। ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାର ସୀମିତ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟଙ୍କ ସଂଖ୍ୟାଗରିଷ୍ଠ ରାୟ ପ୍ରକାଶ ପାଇଥିବା ବିରୋଧୀ ଦଳ ମତ ଦେଇଛି। ବିମୁଦ୍ରୀକରଣ ଲକ୍ଷ୍ୟ ହାସଲ ହୋଇଛି କି ନାହିଁ ତାହା ରାୟରେ କୁହାଯାଇ ନ ଥିବା ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି। ବିମୁଦ୍ରୀକରଣ ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି, ଏହାର ପରିଣାମକୁ ନେଇ ନୁହେଁ। ଏଥିପାଇଁ ଯଦି କାହାକୁ କ୍ଷମା ମାଗିବାକୁ ଥାଏ, ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାରଣ ୨୦୧୬ ନଭେମ୍ବର ୮ରେ ତାଙ୍କର ତୋଗଲକି ନିଷ୍ପତ୍ତି ଲକ୍ଷ ଲକ୍ଷ ଏମ୍‌ଏସ୍‌ଏମ୍‌ଇ, ଅଣଆନୁଷ୍ଠାନିକ କ୍ଷେତ୍ରକୁ ଧ୍ୱଂସ କରିଦେଲା, ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ପ୍ରଭାବିତ ହେଲା। ଆମ ଅର୍ଥନୀତି ଉପରେ ଏହାର ପ୍ରତିକୂଳ ପ୍ରଭାବ ଏବେ ମଧ୍ୟ ଜାରି ରହିଛି ବୋଲି ରମେଶ କହିଛନ୍ତି।
ସୁପ୍ରିମକୋର୍ଟଙ୍କ ରାୟ ଅତ୍ୟନ୍ତ ଦୁଃଖଦାୟକ ବୋଲି କଂଗ୍ରେସ ନେତା ରଣଦୀପ୍‌ ସୁର୍ଜଓ୍ବୋଲା କହିଛନ୍ତି। ବିମୁଦ୍ରୀକରଣ ସରକାରଙ୍କ ବେପରୁଆ ନିଷ୍ପତ୍ତି ଥିଲା। ଏଥିଲାଗି ଅଦାଲତ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଦୋଷୀସାବ୍ୟସ୍ତ କରିବାରେ ବିଫଳ ହୋଇଥିବା ସୁର୍ଜଓ୍ବୋଲା କହିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ବି.ଭି. ନାଗରତ୍ନାଙ୍କ ଭିନ୍ନ ରାୟ ସରକାରଙ୍କ ଅଣ୍ଟାରେ ଚାପୁଡ଼ା ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ କହିଛନ୍ତି। ବିମୁଦ୍ରୀକରଣ ନିଷ୍ପତ୍ତିର ଅବୈଧତା ଓ ଅନିୟମିତତାକୁ ଜଷ୍ଟିସ୍‌ ନାଗରତ୍ନା ପଦାରେ ପକାଇଛନ୍ତି।
ନୋଟ୍‌ବନ୍ଦୀ ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ଭାଜପା ଐତିହାସିକ କହି ପ୍ରଶଂସା କରିଛି। ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ବିମୁଦ୍ରୀକରଣ ବିରୋଧରେ ପ୍ରଚାର ଚଳାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ଷମା ମାଗିବେ କି ବୋଲି ଭାଜପା ପ୍ରଶ୍ନ କରିଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ, ଆୟକର ଫାଙ୍କି ରୋକିବା ଏବଂ ଅର୍ଥନୀତିରେ ସ୍ବଚ୍ଛତା ଆଣିବାରେ ବିମୁଦ୍ରୀକରଣ ପ୍ରମାଣିତ ହୋଇଥିବା ପୂର୍ବତନ ଆଇନମନ୍ତ୍ରୀ ତଥା ଭାଜପା ନେତା ରବିଶଙ୍କର ପ୍ରସାଦ ଦାବି କରିଛନ୍ତି। ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ନୋଟ୍‌ବନ୍ଦୀ ନିଷ୍ପତ୍ତି ନିଆଯାଇଥିଲା। ଚିଦାମ୍ବରମ୍‌ ସଂଖ୍ୟାଲଘୁ ରାୟକୁ ପ୍ରଶଂସା କରୁଥିବାରୁ ପ୍ରସାଦ ଏହାର ସମାଲୋଚନା କରିଛନ୍ତି। ନୋଟ୍‌ବନ୍ଦୀ ବିରୋଧରେ ରାୟ ଦେଇଥିବା ଜଷ୍ଟିସ ନାଗରତ୍ନା ମଧ୍ୟ ଭଲ ଉଦ୍ଦେଶ୍ୟରେ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି। ଭାରତ ଡିଜିଟାଲ ପେମେଣ୍ଟରେ ବିଶ୍ୱର ନେତୃତ୍ୱ ନେଉଛି। ବିମୁଦ୍ରୀକରଣ ପରେ ଦେଶରେ ଡିଜିଟାଲ ପେମେଣ୍ଟ ବଢ଼ିଥିବା ପ୍ରସାଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?