Posted inଜାତୀୟ

ନୋଟ୍‌ବନ୍ଦୀ ନିଷ୍ପତ୍ତି କାଏମ ରହିଛି କହିବା ଠିକ୍‌ ନୁହେଁ: କଂଗ୍ରେସ

ନୂଆଦିଲ୍ଲୀ,୩।୧: ବିମୁଦ୍ରୀକରଣ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି କହିବା ବିଭ୍ରାନ୍ତିକର ଓ ଭୁଲ୍‌ ବୋଲି କଂଗ୍ରେସ କହିଛି। ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାର ସୀମିତ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟଙ୍କ ସଂଖ୍ୟାଗରିଷ୍ଠ ରାୟ ପ୍ରକାଶ ପାଇଥିବା ବିରୋଧୀ ଦଳ ମତ ଦେଇଛି। ବିମୁଦ୍ରୀକରଣ ଲକ୍ଷ୍ୟ ହାସଲ ହୋଇଛି କି ନାହିଁ ତାହା ରାୟରେ କୁହାଯାଇ ନ ଥିବା ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି। ବିମୁଦ୍ରୀକରଣ ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି, ଏହାର ପରିଣାମକୁ ନେଇ ନୁହେଁ। ଏଥିପାଇଁ ଯଦି କାହାକୁ କ୍ଷମା ମାଗିବାକୁ ଥାଏ, ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାରଣ ୨୦୧୬ ନଭେମ୍ବର ୮ରେ ତାଙ୍କର ତୋଗଲକି ନିଷ୍ପତ୍ତି ଲକ୍ଷ ଲକ୍ଷ ଏମ୍‌ଏସ୍‌ଏମ୍‌ଇ, ଅଣଆନୁଷ୍ଠାନିକ କ୍ଷେତ୍ରକୁ ଧ୍ୱଂସ କରିଦେଲା, ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ପ୍ରଭାବିତ ହେଲା। ଆମ ଅର୍ଥନୀତି ଉପରେ ଏହାର ପ୍ରତିକୂଳ ପ୍ରଭାବ ଏବେ ମଧ୍ୟ ଜାରି ରହିଛି ବୋଲି ରମେଶ କହିଛନ୍ତି।
ସୁପ୍ରିମକୋର୍ଟଙ୍କ ରାୟ ଅତ୍ୟନ୍ତ ଦୁଃଖଦାୟକ ବୋଲି କଂଗ୍ରେସ ନେତା ରଣଦୀପ୍‌ ସୁର୍ଜଓ୍ବୋଲା କହିଛନ୍ତି। ବିମୁଦ୍ରୀକରଣ ସରକାରଙ୍କ ବେପରୁଆ ନିଷ୍ପତ୍ତି ଥିଲା। ଏଥିଲାଗି ଅଦାଲତ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଦୋଷୀସାବ୍ୟସ୍ତ କରିବାରେ ବିଫଳ ହୋଇଥିବା ସୁର୍ଜଓ୍ବୋଲା କହିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ବି.ଭି. ନାଗରତ୍ନାଙ୍କ ଭିନ୍ନ ରାୟ ସରକାରଙ୍କ ଅଣ୍ଟାରେ ଚାପୁଡ଼ା ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ କହିଛନ୍ତି। ବିମୁଦ୍ରୀକରଣ ନିଷ୍ପତ୍ତିର ଅବୈଧତା ଓ ଅନିୟମିତତାକୁ ଜଷ୍ଟିସ୍‌ ନାଗରତ୍ନା ପଦାରେ ପକାଇଛନ୍ତି।
ନୋଟ୍‌ବନ୍ଦୀ ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ଭାଜପା ଐତିହାସିକ କହି ପ୍ରଶଂସା କରିଛି। ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ବିମୁଦ୍ରୀକରଣ ବିରୋଧରେ ପ୍ରଚାର ଚଳାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ଷମା ମାଗିବେ କି ବୋଲି ଭାଜପା ପ୍ରଶ୍ନ କରିଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ, ଆୟକର ଫାଙ୍କି ରୋକିବା ଏବଂ ଅର୍ଥନୀତିରେ ସ୍ବଚ୍ଛତା ଆଣିବାରେ ବିମୁଦ୍ରୀକରଣ ପ୍ରମାଣିତ ହୋଇଥିବା ପୂର୍ବତନ ଆଇନମନ୍ତ୍ରୀ ତଥା ଭାଜପା ନେତା ରବିଶଙ୍କର ପ୍ରସାଦ ଦାବି କରିଛନ୍ତି। ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ନୋଟ୍‌ବନ୍ଦୀ ନିଷ୍ପତ୍ତି ନିଆଯାଇଥିଲା। ଚିଦାମ୍ବରମ୍‌ ସଂଖ୍ୟାଲଘୁ ରାୟକୁ ପ୍ରଶଂସା କରୁଥିବାରୁ ପ୍ରସାଦ ଏହାର ସମାଲୋଚନା କରିଛନ୍ତି। ନୋଟ୍‌ବନ୍ଦୀ ବିରୋଧରେ ରାୟ ଦେଇଥିବା ଜଷ୍ଟିସ ନାଗରତ୍ନା ମଧ୍ୟ ଭଲ ଉଦ୍ଦେଶ୍ୟରେ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି। ଭାରତ ଡିଜିଟାଲ ପେମେଣ୍ଟରେ ବିଶ୍ୱର ନେତୃତ୍ୱ ନେଉଛି। ବିମୁଦ୍ରୀକରଣ ପରେ ଦେଶରେ ଡିଜିଟାଲ ପେମେଣ୍ଟ ବଢ଼ିଥିବା ପ୍ରସାଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri