ବସ୍ତିରୁ ଆରମ୍ଭ ହେବ ଉଚ୍ଛେଦ

ଅନୁଗୋଳଅଫିସ, ୭।୬ ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳରେ ସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଅଟ୍ଟାଳିକାକୁ ପ୍ରଶାସନ ମାଟିରେ ମିଶାଇ ଦେଲା। ଏପରି କି ଦୁଇ ମହଲା ଓ ତିନି ମହଲା ଘର ଗୁଡ଼ିକ ଉପରେ ବୁଲଡୋଜର ଚାଲିଲା। ତାଳଚେର ପରେ ଅନୁଗୋଳ ପାଳି ପଡ଼ିବ ବୋଲି ସହରରେ ଆଲୋଚନା ହେଉଛି। ଏ ନେଇ ପୌର ପ୍ରଶାସନ ସରକାରୀ ଜାଗା ମାଡ଼ିବସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ କରିଦେଲାଣି। ପ୍ରଥମେ ବସ୍ତିରୁ ଉଚ୍ଛେଦ ଆରମ୍ଭ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ଅନୁଗୋଳ ପୌରାଞ୍ଚଳରେ ୨୦୧୮ ମସିହାରେ ଜାଗା ମିଶନରେ ସରକାରୀ ବସ୍ତିଗୁଡ଼ିକ ସର୍ଭେ କରାଯାଇଥିଲା। ଏହି ସର୍ଭେ ପରେ ଜାଗା ମିଶନରେ ଥିବା ନିୟମକୁ ଅନୁଧ୍ୟାନ କରାଯାଇ ସେମାନଙ୍କୁ ଜାଗା ପ୍ରଦାନ କରାଯାଇଥିଲା। କିନ୍ତୁ ଅଧିକ ସରକାରୀ ଜାଗା ପାଇବା ଆଶାରେ ଅନୁଗୋଳ ପୌରାଞ୍ଚଳରେ ବାସ କରୁଥିବା ବହୁ ଲୋକ ଜାଗା ଜବର ଦଖଲ କରି ରଖିଛନ୍ତି। ଏହି ଜାଗାଗୁଡ଼ିକୁ ପୌରପାଳିକା ପକ୍ଷରୁ ପ୍ରଥମେ ଉଚ୍ଛେଦ କରାଯିବ ବୋଲି ଯୋଜନା ହେଉଛି। ସରକାରୀ ଜାଗାକୁ କେତେକ ସ୍ଥାନରେ ସରକାରୀ ବାବୁମାନେ ମାଡ଼ିବସିଛନ୍ତି। ତାହାକୁ ମଧ୍ୟ ଉଚ୍ଛେଦ କରିବାକୁ ପୌରପାଳିକା ତାଲିକା ପ୍ରସ୍ତୁତ କରୁଥିବା କୁହାଯାଉଛି। ସେହିପରିି କେତେଜଣ ସମ୍ଭ୍ରନ୍ତଶ୍ରେଣୀର ଲୋକ ସରକାରୀ ଜାଗା ନିଜ ଅକ୍ତିଆରରେ ରଖିଛନ୍ତି। ତାଙ୍କୁ ଉଚ୍ଛେଦ କରିବା ତ ଦୂରର କଥା, ନୋଟିସ୍‌ଟିଏ ବି ଆଜି ପର୍ଯ୍ୟନ୍ତ ପଠାଯାଇ ନାହିଁ। ତେଣୁ ଅନୁଗୋଳ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ତାଳଚେରରେ ଜବରଦଖଲ ଉଚ୍ଛେଦ ହେବା ପରେ ଏବେ ଅନୁଗୋଳ ସହରବାସୀଙ୍କ ଛାତିରେ ଛନକା ପଶିଛି। ପୌରାଞ୍ଚଳରେ ଥିବା ସରକାରୀ ଜବରଦଖଲ ଜାଗାକୁ ପ୍ରଶାସନ ନିଜ ଅକ୍ତିଆରକୁ ଆଣିବ ବୋଲି ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲିକ ସୂଚନା ଦେଇଛନ୍ତି। ଯେଉଁ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ସରକାରୀ ଜାଗା ଅକ୍ତିଆର କରିଥିଲେ ଉଚ୍ଛେଦ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

ବିଦ୍ୟୁତ୍‌ ମରାମତି କରୁଥିବାବେଳେ ଜଳିଗଲେ, ଖୁଣ୍ଟରେ ଲାଖି ରହିଛି ମୃତଦେହ

ଦେବଗଡ଼,୨୭ା୩(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ୍‌ ମରାମତି କରୁଥିବାବେଳେ ୧୧ କେଭି ତାରରେ ଲାଗି ଜଣଙ୍କର ଜୀବନ ଚାଲିଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ଉପରେ ଲାଖି ରହିଛି ମୃତଦେହ। ଏମିତି…

ସଠିକ୍ ହିସାବ ଦେଇପାରିଲେନି SDO, ବାନ୍ଧିଲା ଭିଜିଲାନ୍ସ

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri