ବସ୍ତିରୁ ଆରମ୍ଭ ହେବ ଉଚ୍ଛେଦ

ଅନୁଗୋଳଅଫିସ, ୭।୬ ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳରେ ସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଅଟ୍ଟାଳିକାକୁ ପ୍ରଶାସନ ମାଟିରେ ମିଶାଇ ଦେଲା। ଏପରି କି ଦୁଇ ମହଲା ଓ ତିନି ମହଲା ଘର ଗୁଡ଼ିକ ଉପରେ ବୁଲଡୋଜର ଚାଲିଲା। ତାଳଚେର ପରେ ଅନୁଗୋଳ ପାଳି ପଡ଼ିବ ବୋଲି ସହରରେ ଆଲୋଚନା ହେଉଛି। ଏ ନେଇ ପୌର ପ୍ରଶାସନ ସରକାରୀ ଜାଗା ମାଡ଼ିବସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ କରିଦେଲାଣି। ପ୍ରଥମେ ବସ୍ତିରୁ ଉଚ୍ଛେଦ ଆରମ୍ଭ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ଅନୁଗୋଳ ପୌରାଞ୍ଚଳରେ ୨୦୧୮ ମସିହାରେ ଜାଗା ମିଶନରେ ସରକାରୀ ବସ୍ତିଗୁଡ଼ିକ ସର୍ଭେ କରାଯାଇଥିଲା। ଏହି ସର୍ଭେ ପରେ ଜାଗା ମିଶନରେ ଥିବା ନିୟମକୁ ଅନୁଧ୍ୟାନ କରାଯାଇ ସେମାନଙ୍କୁ ଜାଗା ପ୍ରଦାନ କରାଯାଇଥିଲା। କିନ୍ତୁ ଅଧିକ ସରକାରୀ ଜାଗା ପାଇବା ଆଶାରେ ଅନୁଗୋଳ ପୌରାଞ୍ଚଳରେ ବାସ କରୁଥିବା ବହୁ ଲୋକ ଜାଗା ଜବର ଦଖଲ କରି ରଖିଛନ୍ତି। ଏହି ଜାଗାଗୁଡ଼ିକୁ ପୌରପାଳିକା ପକ୍ଷରୁ ପ୍ରଥମେ ଉଚ୍ଛେଦ କରାଯିବ ବୋଲି ଯୋଜନା ହେଉଛି। ସରକାରୀ ଜାଗାକୁ କେତେକ ସ୍ଥାନରେ ସରକାରୀ ବାବୁମାନେ ମାଡ଼ିବସିଛନ୍ତି। ତାହାକୁ ମଧ୍ୟ ଉଚ୍ଛେଦ କରିବାକୁ ପୌରପାଳିକା ତାଲିକା ପ୍ରସ୍ତୁତ କରୁଥିବା କୁହାଯାଉଛି। ସେହିପରିି କେତେଜଣ ସମ୍ଭ୍ରନ୍ତଶ୍ରେଣୀର ଲୋକ ସରକାରୀ ଜାଗା ନିଜ ଅକ୍ତିଆରରେ ରଖିଛନ୍ତି। ତାଙ୍କୁ ଉଚ୍ଛେଦ କରିବା ତ ଦୂରର କଥା, ନୋଟିସ୍‌ଟିଏ ବି ଆଜି ପର୍ଯ୍ୟନ୍ତ ପଠାଯାଇ ନାହିଁ। ତେଣୁ ଅନୁଗୋଳ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ତାଳଚେରରେ ଜବରଦଖଲ ଉଚ୍ଛେଦ ହେବା ପରେ ଏବେ ଅନୁଗୋଳ ସହରବାସୀଙ୍କ ଛାତିରେ ଛନକା ପଶିଛି। ପୌରାଞ୍ଚଳରେ ଥିବା ସରକାରୀ ଜବରଦଖଲ ଜାଗାକୁ ପ୍ରଶାସନ ନିଜ ଅକ୍ତିଆରକୁ ଆଣିବ ବୋଲି ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲିକ ସୂଚନା ଦେଇଛନ୍ତି। ଯେଉଁ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ସରକାରୀ ଜାଗା ଅକ୍ତିଆର କରିଥିଲେ ଉଚ୍ଛେଦ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନାଗଡ଼ ଗଣବଳାତ୍କାର ଘଟଣା: ବିଜେଡି ନେତାଙ୍କ ଲିଙ୍କ୍‌ ଥିବା ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର, ୨୭।୯(ବ୍ୟୁରୋ): କଳାହାଣ୍ଡି ଜିଲା ଜୁନାଗଡ଼ ଗଣବଳାତ୍କାର ଘଟଣା ନୂଆ ମୋଡ଼ ନେଇଛି। ବିଜେଡି ନେତାଙ୍କ ଡ୍ରାଇଭର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ। ପୀଡ଼ିତାଙ୍କ ବୟାନକୁ...

ଶ୍ରୀଶ୍ରୀ ବାବାଇଦା ହେଲେ ସତ୍‌ସଙ୍ଗର ଆଚାର୍ଯ୍ୟଦେବ

ଦେଓଘର/ଭୁବନେଶ୍ୱର,୨୭ା୧୨: ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ମହାପ୍ରୟାଣ ପରେ ‘ସତ୍‌ସଙ୍ଗ’ର ନୂତନ ଆଚାର୍ଯ୍ୟଦେବ ଭାବେ ସ୍ଥଳାଭିଷିକ୍ତ ହୋଇଛନ୍ତି ଶ୍ରୀଶ୍ରୀ ବାବାଇଦା (ଶ୍ରୀ ଅର୍କଦ୍ୟୁତି ଚକ୍ରବର୍ତ୍ତୀ)। ରବିବାର...

୩୨୮ ବର୍ଷ ପରେ ଇତିହାସର ପୁନରାବୃତ୍ତି: ଭଗବାନ୍‌ଙ୍କଠାରୁ ଭକ୍ତ ଅଲଗା

ପୁରୀ ଅଫିସ,୨୦ା୩: ଭକ୍ତ ପାଇଁ ଭଗବାନ। ଏମାନଙ୍କୁ କେହି ଅଲଗା କରିପାରିବେ ନାହିଁ। ଏମିତି ଆସ୍ଥା ଓ ବିଶ୍ୱାସ ନେଇ ପ୍ରତିଦିନ ଶ୍ରୀକ୍ଷେତ୍ରକୁ ହଜାର ହଜାର...

ସ୍ବାଧୀନତା ସଂଗ୍ରାମୀଙ୍କ ସଂଘର୍ଷର କାହାଣୀ ‘ସ୍ବରାଜ’

ଭୁବନେଶ୍ୱର,୧୩ା୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ସ୍ବାଧୀନତା...

୩୦ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର, ୨୮।୧୧(ବ୍ୟୁରୋ): ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏପରିକି ଏହା ବାତ୍ୟାରେ...

ଦୁଇଦିନ ପ୍ରବଳ ବର୍ଷା : ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର, ୧୨ା୮(ବ୍ୟୁରୋ) : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ସୋମବାର ସକାଳେ ଏହା ଲଘୁଚାପର ରୂପ ନେବ। ପ୍ରଭାବରେ ରବିବାରଠାରୁ ରାଜ୍ୟର ବିଭିନ୍ନ...

ନିବେଶକଙ୍କ ପାଇଁ ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ

ନୂଆଦିଲ୍ଲୀ,୨୩।୯: ନିବେଶକ ଏବଂ ବିଜ୍‌ନେସ୍‌ ଲାଗି ବହୁ ପ୍ରତୀକ୍ଷିତ ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ ଉନ୍ମୋଚିତ ହୋଇଛି। କେନ୍ଦ୍ର ଏବଂ ରାଜ୍ୟ ସ୍ତରର ସମସ୍ତ ମଞ୍ଜୁରୀ ବ୍ୟବସ୍ଥାକୁ...

ମନୋଜ ଦାସ ପାଇବେ ‘କଳିଙ୍ଗ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର,୬ା୨(ବ୍ୟୁରୋ): ‘ମାଇଷ୍ଟିକ୍‌ କଳିଙ୍ଗ ଫେଷ୍ଟିଭାଲ-୨୦୨୦’ରେ ବିଶିଷ୍ଟ ସାହିତି୍ୟକ ତଥା କଥାକାର ପ୍ରଫେସର ମନୋଜ ଦାସ ଚଳିତବର୍ଷ ପାଇଁ ‘କଳିଙ୍ଗ ସାହିତ୍ୟ ସମ୍ମାନ’ ପାଇବେ। ଓଡ଼ିଶା ଡାଏରୀ...

Advertisement
Archives

Model This Week