ଧ୍ୱଂସ ସ୍ତୁପ, ଜେଲେନସ୍କିଙ୍କୁ ଭେଟିବେ ୩ ଦେଶର ପ୍ରଧାନମନ୍ତ୍ରୀ…

କ୍ୱିଭ୍‌,୧୫।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଇତିମଧ୍ୟରେ ୨୦ ଦିନ ବିତିଛି। ଦୁଇ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ଚାଲିଛି, କିନ୍ତୁ ଯୁଦ୍ଧକୁ ଶେଷ କରିବା ପାଇଁଦୁହେଁ ଏକମତ ହୋଇନାହାନ୍ତି। ୟୁକ୍ରେନ୍‌ ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଫଳରେ ଏକ ହୃଦୟ ବିଦାରକ ଦୃଶ୍ୟ ସୃଷ୍ଟି ହୋଇଛି। ଧୀରେଧୀରେ ରୁଷିଆର ସାମରିକ ଉପକରଣ ଏବଂ ଗୁଳିଗୋଳା ସରିବାରେ ଲାଗିଛି।

ଆମେରିକାର ଜଣେ ପୂର୍ବତନ ସାମରିକ ଅଧିକାରୀ ଦାବି କରିଛନ୍ତି ଯେ ରୁଷିଆ ପାଖରେ ମାତ୍ର ୧୦ ଦିନ ପାଇଁ ଗୁଳିଗୋଳା ବାକି ଅଛି।

ଏଥି ସହିତ, ୟୁକ୍ରେନ ରୁଷିଆ ମାମଲାରେ ଅନ୍ତର୍ଜାତୀୟ କୋର୍ଟ ୧୬ ମାର୍ଚ୍ଚରେ ରାୟ ଦେବେ। ରୁଷିଆ ଦାବି କରିଛି ଯେ ଏହା ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖେରସନକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ଆଣିଛି।

ଯୁଦ୍ଧ ବନ୍ଦ କରିବା ନେଇ ଚେକ ରିପବ୍ଲିକ, ପୋଲାଣ୍ଡ ଏବଂ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀମାନେ କ୍ୱିଭ୍‌ ଗସ୍ତ କରିବେ। ଏହି ତିନି ଦେଶର ପ୍ରଧାନମନ୍ତ୍ରୀକ୍‌ ୟୁରୋପୀୟ ୟୁନିଅନର ପ୍ରତିନିଧି ଭାବରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Share