ବେଆଇନ ନିର୍ମାଣ ଉଚ୍ଛେଦ

ପାଟଣା,୨୨ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଦେଇ କେନ୍ଦେଇପଶିରୁ ପାଟଣା ମୁଖ୍ୟାଳୟକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ସଂପ୍ରସାରଣ ପାଇଁ ଗୁରୁବାର ଟାଙ୍ଗରପଡ଼ା ବଜାର ରାସ୍ତର ଦୁଇ ପାର୍ଶ୍ୱରେ ଜବରଦଖଲ କରିଥିବା ଦୋକାନକୁ ଜେସିବି ଲଗାଇ ଭାଙ୍ଗି ଦିଆଯିବା ସହ ବେଆଇନ ଉଚ୍ଛେଦ କରାଯାଇଛି। ପାଟଣା ଆଡିଶନାଲ ତହସିଲଦାର ଶରଣ କୁମାର ଜେନାଙ୍କ ନେତୃତ୍ୱରେ ରାଜସ୍ବ ପରିଦର୍ଶକ ବନମାଳୀ ନାଏକ, ପାଟଣା ଥାନା ଏଏସ୍‌ଆଇ ମନୋରଞ୍ଜନ ସେଠୀ, ହାବିଲଦାର ରମେଶ ଚନ୍ଦ୍ର ନାଏକ, ଟାଙ୍ଗରପଡ଼ା ଆରଆଇ ଅନସୁୟା ନାଏକ, କଣ୍ଟିଆପଡ଼ା ଆର୍‌ଆଇ ବିକ୍ରମ ମିଶ୍ର, ଡୁମୁରିଆ ଆର୍‌ଆଇ ମଳୟ କୁମାର ନାୟକ, ରାଜନଗର ଆର୍‌ଆଇ ଶିବ ପ୍ରସାଦ ମହାନ୍ତ, ଅମିନ ଦେବାଶିଷ ନାଏକ ଓ ସୁରେଶ ନାଏକ ପ୍ରମୁଖଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।