ଭାରତରେ ବୃଦ୍ଧି ପାଉଛି ଗଣତନ୍ତ୍ର, ଚାଇନା-ପାକିସ୍ତାନରେ ଏକଛତ୍ରବାଦ…

ଜେନେଭା,୧୮।୨ : ଗଣତନ୍ତ୍ର ସୂଚକାଙ୍କରେ ବ୍ୟାପକ ହ୍ରାସ ଘଟି ପାକିସ୍ତାନ ଏକଛତ୍ରବାଦୀ ଶାସନ ଦେଶ ବର୍ଗରେ ପହଞ୍ଚିଥିବାବେଳେ ଚାଇନା ଆହୁରି ପଛରେ ରହିଛି। ୧୬୭ ଟି ଦେଶ ତାଲିକାରେ ୪୧ ତମ ମାନ୍ୟତା ପାଇ ତ୍ରୁଟିପୂର୍ଣ୍ଣ ଗଣତାନ୍ତ୍ରିକ ଦେଶ ବର୍ଗରେ ଭାରତ ଅନ୍ତର୍ଭୁକ୍ତ ହୋଇଛି।

ବ୍ରିଟିଶ ଖବରକାଗଜ ଦ ଇକୋନୋମିଷ୍ଟର ଅନୁସନ୍ଧାନକାରୀ ସଂସ୍ଥା ଇକୋନୋମିକ ଇଣ୍ଟେଲିଜେନ୍ସ ବିଶ୍ୱର ଗଣତନ୍ତ୍ର ଉପରେ ବାର୍ଷିକ ରିପୋର୍ଟ ଡେମୋକ୍ରାସି ଇଣ୍ଡେକ୍ସ ଉପସ୍ଥାପନ କରିଛି। ରିପୋର୍ଟରେ କୁହାଯାଇଛି ୨୦୦୬ ମସିହାରେ ଏହି ରିପୋର୍ଟ ପ୍ରସ୍ତୁତ ହେବା ପରଠାରୁ ବିଶ୍ୱ ସ୍ତରରେ ଗଣତନ୍ତ୍ର ସର୍ବନିମ୍ନ ସ୍ତରରେ ରହିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱର ଜନସଂଖ୍ୟାର ମାତ୍ର ୮ ପ୍ରତିଶତ ସେହି ଦେଶରେ ବାସ କରନ୍ତି ଯେଉଁଠାରେ ସମ୍ପୂର୍ଣ୍ଣ ଗଣତନ୍ତ୍ର ଅଛି। ଯେତେବେଳେ କି, ୪୦ ପ୍ରତିଶତ ଜନସଂଖ୍ୟା ଏକଛତ୍ରବାଦୀ ଶାସନ ଅଧୀନରେ ଥିବା ଦେଶରେ ବାସ କରୁଛନ୍ତି। ରିପୋର୍ଟରେ, ଦେଶଗୁଡିକ ସମ୍ପୂର୍ଣ୍ଣ ଗଣତନ୍ତ୍ର, ତ୍ରୁଟି ଯୁକ୍ତ ଗଣତନ୍ତ୍ର, ଏକଛତ୍ରବାଦୀ ଶାସନ ଏବଂ ହାଇବ୍ରିଡ ଗଣତନ୍ତ୍ର ଆଦି ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି।

୨୦୨୨ ତୁଳନାରେ ପାକିସ୍ତାନ ଗଣତନ୍ତ୍ର ସୂଚକାଙ୍କ ମାନ୍ୟତାରେ ୧୧ ସ୍ଥାନକୁ ୧୧୮ ତମ ସ୍ଥାନକୁ ଖସି ଆସିଛି। ନିଜକୁ ବିଶ୍ୱର ପଞ୍ଚମ ବୃହତ୍ତମ ଗଣତନ୍ତ୍ର ବୋଲି କହୁଥିବା ପାକିସ୍ତାନର ସ୍କୋର ୩.୨୫ ରହିଛି ଯାହା ଏକଛତ୍ରବାଦୀ ଶାସନ ବର୍ଗରେ ରହିଛି। ଏଥି ସହିତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରଠାରୁ ଗଣତନ୍ତ୍ର କ୍ଷେତ୍ରରେ ୨୦୧୯ ଠାରୁ ଭାରତର ସ୍କୋର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ତାଲିକାରେ ନରୱେ ଶୀର୍ଷରେ ରହିଛି। ଏହା ପରେ ନ୍ୟୁଜିଲାଣ୍ଡ, ଆଇସଲାଣ୍ଡ ଏବଂ ସ୍ବିଡେନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri