Categories: ଜାତୀୟ

ଗଣତନ୍ତ୍ର ସୂଚକାଙ୍କ: ଭାରତ ସ୍ଥାନ ଖସିଲା

ନୂଆଦିଲ୍ଲୀ, ୪ା୨: ଗଣତନ୍ତ୍ର ସୂଚକାଙ୍କ-୨୦୨୦ରେ ବିଶ୍ୱସ୍ତରୀୟ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୨ଟି ସ୍ଥାନ ତଳକୁ ଖସିଛି। ପୂର୍ବରୁ ଭାରତ ୫୧ ନମ୍ବରରେ ଥିବାବେଳେ ଏବେ ନଂ. ୫୩ରେ ରହିଥିବା ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ ପକ୍ଷରୁ ପ୍ରକାଶ ପାଇଛି। ୧୬୭ ଦେଶ ମଧ୍ୟରୁ ୨୩ଟି ଦେଶ ସମ୍ପୂର୍ଣ୍ଣ ଗଣତନ୍ତ୍ର, ୫୩ଟି ତ୍ରୁଟିପୂର୍ଣ୍ଣ ଗଣତାନ୍ତ୍ରିକ ଦେଶ, ୩୫ଟି ମିଶ୍ରିତ ଶାସନ ଏବଂ ୫୭ଟି ଏକନାୟକତ୍ୱ ଶାସନ ଥିବା ଦେଶ ଅନ୍ତର୍ଭୂକ୍ତ। କର୍ତ୍ତୃପକ୍ଷଙ୍କ ଦ୍ୱାରା ଗଣତାନ୍ତ୍ରିକ ପୃଷ୍ଠପୋଷକତା ଓ ନାଗରିକ ସ୍ବାଧୀନତା ଉପରେ କଟକଣା ଯୋଗୁ ଏହି ମାନ୍ୟତା ହ୍ରାସ ପାଇଥିବା କୁହାଯାଇଛି। ୨୦୧୯ରେ ଭାରତର ସ୍କୋର ୬.୯ ଥିବାବେଳେ ୨୦୨୦ରେ ଏହା ୬.୬୧ ରହିଛି। ସୂଚକାଙ୍କର ଶୀର୍ଷରେ ରହିଛି ନରଓ୍ବେ। ଏଥିସହ ଆଇସ୍‌ଲାଣ୍ଡ, ସ୍ବିଡେନ, ନ୍ୟୁଜିଲାଣ୍ଡ, କାନାଡା ଆଦି ଦେଶ ଟପ୍‌ ୫ରେ ସ୍ଥାନିତ ହୋଇଛନ୍ତି।

Share