ଗଣତାନ୍ତ୍ରିକ ସୂଚକାଙ୍କ:୪୬ତମ ସ୍ଥାନରେ ଭାରତ

ଲଣ୍ଡନ,୧୧।୨:ଇଆଇୟୁ (ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ) ଦ୍ୱାରା ପ୍ରସ୍ତୁତ ୨୦୨୧ ଗଣତନ୍ତ୍ର ସୂଚକାଙ୍କରେ ଭାରତର ଗଣତାନ୍ତ୍ରିକ ସ୍କୋର ହ୍ରାସ ପାଇଛି। ହିନ୍ଦୁ ଜାତୀୟତାବାଦୀଙ୍କ ଦ୍ୱାରା ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ମାମଲା ଓ ଅନ୍ୟାନ୍ୟ ଧର୍ମୀୟ ମାମଲାଗୁଡ଼ିକୁ ରୋକିବାରେ ଭାରତ ସରକାର ବିଫଳ ହୋଇଥିବାରୁ ଗଣତାନ୍ତ୍ରିକ ସ୍କୋର କମୁଥିବା ଉକ୍ତ ରିପୋର୍ଟରେ କୁହାଯାଇଛି। ବର୍ଷେରୁ ଊର୍ଦ୍ଧ୍ୱ ସମୟ ଚାଷୀମାନଙ୍କ ବିକ୍ଷୋଭ ଯୋଗୁ ସରକାର କୃଷି ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ। ଫଳରେ ଭାରତର ସ୍କୋର୍‌ରେ ସାମାନ୍ୟ ଉନ୍ନତି ହୋଇଥିଲା। ବିଶ୍ୱ ସୂଚକାଙ୍କରେ ଭାରତର ସ୍ଥାନ ୪୬ ରହିଛି। ଏହା ମୋଟ ଉପରେ ୬.୯୧ ସ୍କୋର ହାସଲ କରିଛି। ରାଜନୈତିକ ସଂସ୍କୃତିରେ ଭାରତ ସର୍ବନିମ୍ନ ସ୍କୋର ୫ ହାସଲ କରିଥିବାବେଳେ ନିର୍ବାଚନୀ ପ୍ରକ୍ରିୟା ଏବଂ ବହୁଳବାଦରେ ସର୍ବାଧିକ ୮.୬୭ ସ୍କୋର କରିଛି। ଏହା ବ୍ୟତୀତ ନାଗରିକ ସ୍ବାଧୀନତାରେ ୬.୧୮, ରାଜନୈତିକ ଯୋଗଦାନରେ ୭.୨୨ ଏବଂ ସରକାରଙ୍କ କାର୍ଯ୍ୟକାରିତାରେ ଭାରତକୁ ୭.୫୦ ନମ୍ବର ମିଳିଛି। ଏସିଆ ମହାଦେଶରେ ମ୍ୟାନ୍‌ମାର, ଆଫଗାନିସ୍ତାନ, ଉତ୍ତର କୋରିଆ ସର୍ବନିମ୍ନ ର଼୍ୟାଙ୍କରେ ରହିଛନ୍ତି। ଏହି ଦେଶଗୁଡ଼ିକ ଲାଗି ଏସିଆର ହାରାହାରି ସୂଚକାଙ୍କ ହ୍ରାସ ପାଇଛି। ଇଆଇୟୁର ୨୦୨୧ ଡେମୋକ୍ରାସି ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ ସାରା ବିଶ୍ୱରେ ଗଣତନ୍ତ୍ର ଓ ସ୍ବାଧୀନତା ଉପରେ କୋଭିଡ୍‌-୧୯ର ନକାରାତ୍ମକ ପ୍ରଭାବ ପଡ଼ିଛି।
ଡେମୋକ୍ରାଟିକ୍‌ ଇଣ୍ଡେକ୍ସରେ ୨୦୨୦ରେ ୧୧ତମ ସ୍ଥାନରେ ଥିବା ତାଇଓ୍ବାନ୍‌ ୨୦୨୧ରେ ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଛି। ଏହି ଇଣ୍ଡେକ୍ସରେ ଜାମ୍ବିଆ ପରେ ଇଣ୍ଡୋନେସିଆ ଦ୍ୱିତୀୟ ସର୍ବାଧିକ ଉନ୍ନତି କରିଛି। ୨୦୨୦ରେ ଏହା ୬୪ତମ ସ୍ଥାନରେ ରହିଥିବାବେଳେ ଏଥର ୫୨ତମ ସ୍ଥାନକୁ ଉନ୍ନୀତ ହୋଇଛି। ନିକଟ ଦଶକରେ ଚାଇନା ଉଲ୍ଲେଖନୀୟ ଆର୍ଥତ୍କ ସଫଳତା ହାସଲ କରିବା ସତ୍ତ୍ୱେ ଏହା ଅଧିକ ଗଣତାନ୍ତ୍ରିକ ହୋଇପାରି ନାହିଁ। ଡେମୋକ୍ରାଟିକ୍‌ ଇଣ୍ଡେକ୍ସରେ ଚାଇନାରେ ସତ୍ତାବାଦୀ ଶାସନ ଚାଲିଥିବା କୁହାଯିବା ସହ ମୋଟ ସ୍କୋର ୨.୨୧ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri