ଲୋକତନ୍ତ୍ର ବିପଦରେ: ଓବାମା

ୱାଶିଂଟନ,୭ ।୧୧: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ ପାର୍ଟିର ନେତା ତଥା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏକ ସମାବେଶରେ ଭୋଟରଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ଓବାମା ଚେତାବନୀ ଦେଇ କହିଛନ୍ତି, ଦେଶରେ ଗର୍ଭପାତ ଅଧିକାର, ସାମାଜିକ ସୁରକ୍ଷା ଓ ଗଣତନ୍ତ୍ର ନିଜେ ବିପଦରେ । ଏହାକୁ ବଞ୍ଚାଇବାକୁ ବଡ ରାଜନୈତିକ ପ୍ରତିବନ୍ଧକକୁ ଦୂର କରିବାକୁ ପଡିବ । ଏହି ସମୟରେ କ୍ରୋଧିତ ହେବା ବା ପଳାୟନ କରିବା ବିକଳ୍ପ ନୁହେଁ । ଆସନ୍ତୁ ନିଶ୍ଚିତ କରିବା ଯେ ଦେଶ ୫୦ ବର୍ଷ ପଛକୁ ଚାଲି ନ ଯାଉ ।
ଏହି ନିର୍ବାଚନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ଫିଲାଡେଲଫିଆରେ ମଞ୍ଚ ଶେୟାର କରିଥିଲେ । ବାଇଡେନ ରାଷ୍ଟ୍ରପତି ହେବା ପରେ ପ୍ରଥମଥର ଲାଗି ଦୁଇ ପୂର୍ବତନ ସାଥି ଏକାଠି ପ୍ରଚାର କରୁଥିବା ଦେଖାଯାଇଥିଲା । ନ୍ୟୁୟର୍କରେ ରାଜନୈତିକ ମଞ୍ଚଠାରୁ ସାଧାରଣ ଭାବେ ଦୂରେଇ ରହୁଥିବା ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ବି ପାର୍ଟି ପ୍ରଚାର ପାଇଁ ଆଗେଇ ଆସିଛନ୍ତି ।

Share