ରାଜ୍ୟରେ କରୋନା ନେଲା ଆଉ ୧୦ ମୁଣ୍ଡ: ଗଞ୍ଜାମରୁ ଅଛନ୍ତି ୫ଜଣ

ଭୁବନେଶ୍ୱର, ୧।୮(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆକ୍ରାନ୍ତରେ ଆଉ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ଜନୀତ ମୃତ୍ୟୁସଂଖ୍ୟା ୧୮୭ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଆଜି ଚିହ୍ନଟ ମୃତ ୧୦ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୫ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୩, ସୁନ୍ଦରଗଡ଼ ଓ ଗଜପତିରୁ ଜଣେ ଲେଖାଏ ରହିଛନ୍ତି।