Categories: ଜାତୀୟ

ବଜେଟ ଅଧିବେଶନ ଅବଧି କମ୍‌ କରିବାକୁ ଦାବି

ନୂଆଦିଲ୍ଲୀ,୮।୩: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ନେଇ ବିରୋଧି ଦଳଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଛି। କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖଡ୍‌ଗେ ଶୂନ୍ୟକାଳ ନିଲମ୍ବିତ କରିବା ଲାଗି ଦାବି କରିଥିଲେ। ଗୃହର କାର୍ଯ୍ୟ ସ୍ବାଭାବିକ ଭାବେ ନ ହୋଇ ପାରିବାରୁ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ରାଜ୍ୟ ସଭାକୁ ସ୍ଥଗିତ ରଖିଥିଲେ। ପରେ ସ୍ଥିତିରେ ପରିବର୍ତ୍ତନ ନ ହେବାର ଗୃହକୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

Share