କୃଷି ଆଇନ ପ୍ରତ୍ୟାହାର ଦାବି: ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେଲେ କୃଷକ ସଂଗଠନ

ଛତ୍ରପୁର,୧୪।୧୨(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ କୃଷି ଆଇନର ପ୍ରତ୍ୟାହାର, ଜନ ବିରୋଧୀ ପ୍ରସ୍ତାବିତ ବିଦ୍ୟୁତ ସଂଶୋଧନ ବିଲର ବାତିଲ, କୃଷି ପାଇଁ ବ୍ୟବହୃତ ଡିଜେଲର ଟିକସ ହ୍ରାସ ଆଦି ଦାବି ହୋଇଛି। ଏ ନେଇ ଗତ ଅଠର ଦିନ ଧରି ଦିଲ୍ଲୀ ସୀମାରେ କୃଷକ ଶୀତ କାକରରେ ପଡି ରହି ଆନ୍ଦୋଳନ କରୁଛନ୍ତି। କର୍ପୋରେଟ ସପକ୍ଷବାଦୀ କେନ୍ଦ୍ର ସରକାର କୃଷକ ଙ୍କ ଦାବିକୁ ମାନିବା ପରିବର୍ତ୍ତେ କଥାଭାଷାର ନାଟକ କରି ସେମାନଙ୍କୁ ପ୍ରତାରଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସଂଯୁକ୍ତ କିଶାନ ମୋର୍ଚ୍ଚାର ଡାକରାରେ ସୋମବାର ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଗଣଧାରଣା ଦିଆଯାଇଛି। ପ୍ରାରମ୍ଭରେ ଚାଷୀ ସଂଗଠନର ସଦସ୍ୟ ମାନେ ରାଲିରେ ଆସି ଜ଼ିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏଥିରେ ଏଆଇକେଏସର ନୀଳକଣ୍ଠ ଦାଶ, ଏଆଇକେକେଏସର ଶଙ୍କର ସାହୁ,
ଏଆଇକେଏମଏସର ପ୍ରତାପ ନାୟକ, ଓଡିଶା କୃଷକ ସଭାର ହରିକୃଷ୍ଣ ରେଡ୍ଡୀ, ଋଷିକୂଲ୍ୟା ରୟତ ମହାସଭାର ସୀମାଞ୍ଚଳ ନାହାକ,ଏନ ନାରାୟଣ ରେଡ୍ଡୀ ପ୍ରମୁଖ ସାମିଲ ଥିଲେ।