ଗାଈ ପଲଙ୍କ ଉପରେ ଟ୍ରେନ୍‌ ମାଡ଼ିଯିବା ଘଟଣାର ତଦନ୍ତ ଦାବି: ଗୋପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ସିଂଝରଣ ଗାଁ ନିକଟ ରେଳ ଧାରଣାରେ ଏକ ଦୁର୍ଘଟଣା ଘଟିଛି। ଗାଈ ପଲ ରେଳ ଲାଇନ ପାର ହେଉଥିବା ବେଳେ ଏକ ଟ୍ରେନ୍‌ ମାଡି ଯିବାରୁ ୧୧ ଗାଈ, ବଳଦଙ୍କ ମୃତ୍ୟୁ ଘଟିଥିବା ବେଳେ କେତେକ ଗାଈ ଆହତ ହୋଇଥିବା ଜଣାପଡିଛି। ଟ୍ରେନ ଧକ୍କାରେ ଏତେ ସଂଖ୍ୟକ ଗୋରୁଙ୍କ ମୃତ୍ୟୁ ଘଟଣାକୁ ସ୍ଥାନୀୟ ଗୋପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଖବର ପାଇ ରେଳବାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଏପରିକି ରେଳବାଇ ପୋଲିସ ଏବଂ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରେଳଧାରଣ ନିକଟରୁ ଗାଈଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି।