ଶ୍ରମିକଙ୍କୁ ନିଯୁକ୍ତି ଦାବି ତେଜିଲା

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୪ା୭: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍‌ ନିଗମକୁ ଇତିମଧ୍ୟରେ ଟାଟା ଷ୍ଟିଲ ଲଙ୍ଗ୍‌ ପ୍ରଡକ୍ଟସ୍‌ ଲିମିଟେଡ ଅଧିଗ୍ରହଣ କରିଛି। ଏହି କ୍ରମରେ କାରଖାନାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ଛଟେଇ ଠିକା ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଦାବି କରିଛନ୍ତି।

ଘଡେଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଶାଇଛନ୍ତି, ରାଉରକେଲା ଇସ୍ପାତ୍‌ କାରଖାନା ପରେ ଦ୍ୱିତୀୟ ଇସ୍ପାତ୍‌ କାରଖାନାର ପରିକଳ୍ପନା କରି ଏହି କାରଖାନା ପ୍ରତିଷ୍ଠା କରାଯାଇଥିଲା। ଏହାକୁ ବିଜୁ ପଟ୍ଟନାୟକ ମାତ୍ର ୧ ଟଙ୍କାରେ କେନ୍ଦ୍ର ସରକାରଙ୍କ ୪ ଉଦ୍ୟୋଗ ଏବଂ ରାଜ୍ୟ ସରକାରଙ୍କ ୨ ଉଦ୍ୟୋଗକୁ ଦେଇଥିଲେ। ଯେଉଁଥିରେ କେନ୍ଦ୍ରସରକାରଙ୍କ ଉଦ୍ୟୋଗ ଏମ୍‌ଏମ୍‌ଟିସି ଲିମିଟେଡର ୪୯.୭୮%, ଏନ୍‌ଏମ୍‌ଡିସିର ୧୦.୧୦%, ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ ୦.୬୮%, ମେକନର ୦.୬୮% ଏବଂ ରାଜ୍ୟ ସରକାରଙ୍କର ୨ ଉଦ୍ୟୋଗ ଓଡିଶା ଖଣି ନିଗମର ୨୦.୪୭% ଓ ଇପିକଲ୍‌ର ୧୨.୦୦% ଅଂଶଧନ ରହିଥିଲା। ଏହି ପ୍ରକଳ୍ପ ନିର୍ମାଣ ପାଇଁ କଳିଙ୍ଗନଗର ଅଞ୍ଚଳର ୬୩୯ ପରିବାର ନିଜର ଭିଟାମାଟି ଛାଡି ବିସ୍ଥାପିତ ହୋଇଛନ୍ତି। କିନ୍ତୁ ଏହାର ମୁଖ୍ୟ ପରିଚାଳନା ଭାର ଗ୍ରହଣ କରିଥିବା ଏମ୍‌ଏମ୍‌ଟିସି କାରଖାନା ପାଇଁ କିଣା ଯାଇଥିବା କଞ୍ଚାମାଲ ଏବଂ କାରଖାନାର ଉପତ୍ାଦିତ ପଦାର୍ଥର ଖର୍ଦ୍ଦି ବିକ୍ରିରୁ ନିଜର କମିଶନ ଆଦାୟ ମାଧ୍ୟମରେ ଖଟାଇଥିବା ପୁଞ୍ଜିଠାରୁ ବହୁ ଅଧିକ ଅର୍ଥ ଉଠାଇ ନେଇଥିଲା। ଏଭଳି ଉଦାସୀନ ମନୋଭାବ ପାଇଁ ହେଉ କିମ୍ବା ପରିଚାଳନାଗତ ତ୍ରୁଟି କାରଣରୁ କାରଖାନାଟି ୨୦୧୮ରୁ କ୍ରମାଗତ କ୍ଷତି ସହିଲା। ଶେଷରେ କରୋନା ମହାମାରୀ କାଳରେ ୨୦୨୦ ମାର୍ଚ୍ଚରେ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆ ଗଲା। ଏହାସହ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରି ଦିଆଗଲା। ପୁଞ୍ଜି ପ୍ରତ୍ୟାହାର ଏବଂ ଘରୋଇକରଣ ବିରୋଧରେ ପ୍ରଥମେ ନୀଳାଚଳ ଇସ୍ପାତ କାରଖାନାର କର୍ମଚାରୀ, ଶ୍ରମିକ, ଶ୍ରମିକ ସଙ୍ଗଠନ ଏବଂ ସ୍ଥାନୀୟ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇଥିଲେ। ମାତ୍ର କର୍ମଚାରୀ ଏବଂ ଶ୍ରମିକଙ୍କ ପୁନଃନିଯୁକ୍ତି ନିରାପତ୍ତା ସମ୍ପର୍କରେ ନିର୍ଭର ପ୍ରତିଶ୍ରୁତି ପାଇଲା ପରେ ଟାଟା ଷ୍ଟିଲ୍‌ ଲଙ୍ଗ ପ୍ରଡକ୍ଟସ୍‌ ଲିମିଟେଡକୁ ସମସ୍ତେ ସ୍ବାଗତ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ନୀଳାଚଳ ଇସ୍ପାତ କାରଖାନାରେ ନିଯୁକ୍ତି ପ୍ରାପ୍ତ ୧୫୫୦ କର୍ମଚାରୀଙ୍କୁ ପ୍ରାୟତଃ କମ୍ପାନୀ କର୍ତ୍ତୃପକ୍ଷ ନିଯୁକ୍ତି ଦେଇ ସାରିଛନ୍ତି। ହେଲେ କାରଖାନା ନିର୍ମାଣରେ ଆଜି ପର୍ଯ୍ୟନ୍ତ ସହଯୋଗୀ ସାଜିଥିବା ପ୍ରାୟ ୩୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଏବଂ ସ୍ଥାନୀୟ ଠିକାଦାରମାନଙ୍କୁ କାମ ଦେବା ଦିଗରେ ଟାଟା ଷ୍ଟିଲ୍‌ ଲଙ୍ଗ ପ୍ରଡକ୍ଟସ୍‌ ଲିମିଟେଡ କତ୍ତର୍ର୍ୃପକ୍ଷ କାଳକ୍ଷେପଣ ନୀତି ଗ୍ରହଣ କରୁଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ତଥା କଳିଙ୍ଗ ନଗର ମଜଦୁର ୟୁନିୟନର ମୁଖ୍ୟ ଉପଦେଷ୍ଟା ଘଡାଇ ଅଭିଯୋଗ କରିଛନ୍ତି। ତେଣୁ କାରଖାନାରେ ପରୋକ୍ଷ ଭାବେ ନିଯୁକ୍ତି ପାଇଥିବା ୩୦୦୦ କର୍ମଚାରୀଙ୍କୁ ତୁରନ୍ତ ନିଯୁକ୍ତି ଦିଆଯାଉ। ତୁରନ୍ତ କାରଖାନାର କାମ ଆରମ୍ଭ କରିବା ସହିତ ସେମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରିବା ଏବଂ ଠିକାଦାରୀ କରୁଥିବା ସମସ୍ତ ସ୍ଥାନୀୟ ଲୋକମାନଙ୍କୁ ସୁଯୋଗ ଦେବା ପାଇଁ ସେ ଦାବି କରିଛନ୍ତି।

ଅପରପକ୍ଷେ ନୀଳାଚଳ ଇସ୍ପାତ କାରଖାନା ନିକଟରେ ୨୫୦୦ ଏକର ନିଜସ୍ବ ଜମି, ୮୨୪ ହେକ୍ଟର ଲୌହ ଖଣି ସମେତ ଆବଶ୍ୟକ ଭିତ୍ତିଭୂମି ଏବଂ ଶିଳ୍ପ ଅନୁକୂଳ ସ୍ଥାନୀୟ ବାତାବରଣ ରହିଛି। ଟାଟା କମ୍ପାନୀ ଭଳି ଏକ ବୃହତ୍‌ ଶିଳ୍ପ ସଂସ୍ଥା ଏହାକୁ ଅଧିଗ୍ରହଣ କରିଥିବାରୁ ଏହାର ଉପତ୍ାଦନ କ୍ଷମତା ତୁରନ୍ତ ୧.୧ ମିଲିୟନ ଟନରୁ ବଢାଇ ୫ ମିଲିୟନ ଟନ୍‌ ଏବଂ ପରବର୍ତ୍ତି ପର୍ଯ୍ୟାୟରେ ୧୦ ମିଲିୟନ ଟନ କରିବା ସହିତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତ, ବ୍ୟବସାୟିକ କ୍ଷେତ୍ରରେ ଅଗ୍ରାଧିକାର, ଆଞ୍ଚଳିକ ଉନ୍ନୟନ ପାଇଁ ଅର୍ଥ ବରାଦ ଏବଂ ଚାରା ରୋପଣ ତଥା ପରିବେଶ ସୁରକ୍ଷା ଦିଗରେ ଧ୍ୟାନ ଦେବାକୁ ଘଡେଇ ଅନୁରୋଧ କରିଛନ୍ତି। ଏହା ଫଳରେ ଟାଟା କମ୍ପାନୀର ଲଙ୍ଗ ପ୍ରଡକ୍ଟସ୍‌ କମ୍ପ୍ଲେକ୍ସର କ୍ଷମତା ବୃଦ୍ଧି ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ତଥା କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଏଥିରୁ ଅଧିକ ରାଜସ୍ବ ପାଇ ପାରିବେ। ଏହା କେନ୍ଦ୍ର ସରକାରଙ୍କ ଜାତୀୟ ଇସ୍ପାତ ନୀତି-୨୦୧୭ ଅନୁଯାୟୀ ୨୦୩୦ ମସିହା ସୁଦ୍ଧା ଦେଶରେ ୩୦୦ ମିଲିୟନ୍‌ ଟନ ଏବଂ ଓଡିଶା ସରକାରଙ୍କ ଘୋଷଣା ଅନୁଯାୟୀ ରାଜ୍ୟରେ ୧୦୦ ମିଲିୟନ ଟନ୍‌ ଇସ୍ପାତ ଉପତ୍ାଦନ ଲକ୍ଷ୍ୟ ପୁରଣ ଦିଗରେ ଆଉ ଏକ ମାଇଲ ଖୁଣ୍ଟ ହୋଇ ପାରିବ ବୋଲି ଘଡାଇ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri