ଶ୍ରମିକଙ୍କୁ ନିଯୁକ୍ତି ଦାବି ତେଜିଲା

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୪ା୭: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍‌ ନିଗମକୁ ଇତିମଧ୍ୟରେ ଟାଟା ଷ୍ଟିଲ ଲଙ୍ଗ୍‌ ପ୍ରଡକ୍ଟସ୍‌ ଲିମିଟେଡ ଅଧିଗ୍ରହଣ କରିଛି। ଏହି କ୍ରମରେ କାରଖାନାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ଛଟେଇ ଠିକା ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଦାବି କରିଛନ୍ତି।

ଘଡେଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଶାଇଛନ୍ତି, ରାଉରକେଲା ଇସ୍ପାତ୍‌ କାରଖାନା ପରେ ଦ୍ୱିତୀୟ ଇସ୍ପାତ୍‌ କାରଖାନାର ପରିକଳ୍ପନା କରି ଏହି କାରଖାନା ପ୍ରତିଷ୍ଠା କରାଯାଇଥିଲା। ଏହାକୁ ବିଜୁ ପଟ୍ଟନାୟକ ମାତ୍ର ୧ ଟଙ୍କାରେ କେନ୍ଦ୍ର ସରକାରଙ୍କ ୪ ଉଦ୍ୟୋଗ ଏବଂ ରାଜ୍ୟ ସରକାରଙ୍କ ୨ ଉଦ୍ୟୋଗକୁ ଦେଇଥିଲେ। ଯେଉଁଥିରେ କେନ୍ଦ୍ରସରକାରଙ୍କ ଉଦ୍ୟୋଗ ଏମ୍‌ଏମ୍‌ଟିସି ଲିମିଟେଡର ୪୯.୭୮%, ଏନ୍‌ଏମ୍‌ଡିସିର ୧୦.୧୦%, ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ ୦.୬୮%, ମେକନର ୦.୬୮% ଏବଂ ରାଜ୍ୟ ସରକାରଙ୍କର ୨ ଉଦ୍ୟୋଗ ଓଡିଶା ଖଣି ନିଗମର ୨୦.୪୭% ଓ ଇପିକଲ୍‌ର ୧୨.୦୦% ଅଂଶଧନ ରହିଥିଲା। ଏହି ପ୍ରକଳ୍ପ ନିର୍ମାଣ ପାଇଁ କଳିଙ୍ଗନଗର ଅଞ୍ଚଳର ୬୩୯ ପରିବାର ନିଜର ଭିଟାମାଟି ଛାଡି ବିସ୍ଥାପିତ ହୋଇଛନ୍ତି। କିନ୍ତୁ ଏହାର ମୁଖ୍ୟ ପରିଚାଳନା ଭାର ଗ୍ରହଣ କରିଥିବା ଏମ୍‌ଏମ୍‌ଟିସି କାରଖାନା ପାଇଁ କିଣା ଯାଇଥିବା କଞ୍ଚାମାଲ ଏବଂ କାରଖାନାର ଉପତ୍ାଦିତ ପଦାର୍ଥର ଖର୍ଦ୍ଦି ବିକ୍ରିରୁ ନିଜର କମିଶନ ଆଦାୟ ମାଧ୍ୟମରେ ଖଟାଇଥିବା ପୁଞ୍ଜିଠାରୁ ବହୁ ଅଧିକ ଅର୍ଥ ଉଠାଇ ନେଇଥିଲା। ଏଭଳି ଉଦାସୀନ ମନୋଭାବ ପାଇଁ ହେଉ କିମ୍ବା ପରିଚାଳନାଗତ ତ୍ରୁଟି କାରଣରୁ କାରଖାନାଟି ୨୦୧୮ରୁ କ୍ରମାଗତ କ୍ଷତି ସହିଲା। ଶେଷରେ କରୋନା ମହାମାରୀ କାଳରେ ୨୦୨୦ ମାର୍ଚ୍ଚରେ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆ ଗଲା। ଏହାସହ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରି ଦିଆଗଲା। ପୁଞ୍ଜି ପ୍ରତ୍ୟାହାର ଏବଂ ଘରୋଇକରଣ ବିରୋଧରେ ପ୍ରଥମେ ନୀଳାଚଳ ଇସ୍ପାତ କାରଖାନାର କର୍ମଚାରୀ, ଶ୍ରମିକ, ଶ୍ରମିକ ସଙ୍ଗଠନ ଏବଂ ସ୍ଥାନୀୟ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇଥିଲେ। ମାତ୍ର କର୍ମଚାରୀ ଏବଂ ଶ୍ରମିକଙ୍କ ପୁନଃନିଯୁକ୍ତି ନିରାପତ୍ତା ସମ୍ପର୍କରେ ନିର୍ଭର ପ୍ରତିଶ୍ରୁତି ପାଇଲା ପରେ ଟାଟା ଷ୍ଟିଲ୍‌ ଲଙ୍ଗ ପ୍ରଡକ୍ଟସ୍‌ ଲିମିଟେଡକୁ ସମସ୍ତେ ସ୍ବାଗତ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ନୀଳାଚଳ ଇସ୍ପାତ କାରଖାନାରେ ନିଯୁକ୍ତି ପ୍ରାପ୍ତ ୧୫୫୦ କର୍ମଚାରୀଙ୍କୁ ପ୍ରାୟତଃ କମ୍ପାନୀ କର୍ତ୍ତୃପକ୍ଷ ନିଯୁକ୍ତି ଦେଇ ସାରିଛନ୍ତି। ହେଲେ କାରଖାନା ନିର୍ମାଣରେ ଆଜି ପର୍ଯ୍ୟନ୍ତ ସହଯୋଗୀ ସାଜିଥିବା ପ୍ରାୟ ୩୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଏବଂ ସ୍ଥାନୀୟ ଠିକାଦାରମାନଙ୍କୁ କାମ ଦେବା ଦିଗରେ ଟାଟା ଷ୍ଟିଲ୍‌ ଲଙ୍ଗ ପ୍ରଡକ୍ଟସ୍‌ ଲିମିଟେଡ କତ୍ତର୍ର୍ୃପକ୍ଷ କାଳକ୍ଷେପଣ ନୀତି ଗ୍ରହଣ କରୁଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ତଥା କଳିଙ୍ଗ ନଗର ମଜଦୁର ୟୁନିୟନର ମୁଖ୍ୟ ଉପଦେଷ୍ଟା ଘଡାଇ ଅଭିଯୋଗ କରିଛନ୍ତି। ତେଣୁ କାରଖାନାରେ ପରୋକ୍ଷ ଭାବେ ନିଯୁକ୍ତି ପାଇଥିବା ୩୦୦୦ କର୍ମଚାରୀଙ୍କୁ ତୁରନ୍ତ ନିଯୁକ୍ତି ଦିଆଯାଉ। ତୁରନ୍ତ କାରଖାନାର କାମ ଆରମ୍ଭ କରିବା ସହିତ ସେମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରିବା ଏବଂ ଠିକାଦାରୀ କରୁଥିବା ସମସ୍ତ ସ୍ଥାନୀୟ ଲୋକମାନଙ୍କୁ ସୁଯୋଗ ଦେବା ପାଇଁ ସେ ଦାବି କରିଛନ୍ତି।

ଅପରପକ୍ଷେ ନୀଳାଚଳ ଇସ୍ପାତ କାରଖାନା ନିକଟରେ ୨୫୦୦ ଏକର ନିଜସ୍ବ ଜମି, ୮୨୪ ହେକ୍ଟର ଲୌହ ଖଣି ସମେତ ଆବଶ୍ୟକ ଭିତ୍ତିଭୂମି ଏବଂ ଶିଳ୍ପ ଅନୁକୂଳ ସ୍ଥାନୀୟ ବାତାବରଣ ରହିଛି। ଟାଟା କମ୍ପାନୀ ଭଳି ଏକ ବୃହତ୍‌ ଶିଳ୍ପ ସଂସ୍ଥା ଏହାକୁ ଅଧିଗ୍ରହଣ କରିଥିବାରୁ ଏହାର ଉପତ୍ାଦନ କ୍ଷମତା ତୁରନ୍ତ ୧.୧ ମିଲିୟନ ଟନରୁ ବଢାଇ ୫ ମିଲିୟନ ଟନ୍‌ ଏବଂ ପରବର୍ତ୍ତି ପର୍ଯ୍ୟାୟରେ ୧୦ ମିଲିୟନ ଟନ କରିବା ସହିତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତ, ବ୍ୟବସାୟିକ କ୍ଷେତ୍ରରେ ଅଗ୍ରାଧିକାର, ଆଞ୍ଚଳିକ ଉନ୍ନୟନ ପାଇଁ ଅର୍ଥ ବରାଦ ଏବଂ ଚାରା ରୋପଣ ତଥା ପରିବେଶ ସୁରକ୍ଷା ଦିଗରେ ଧ୍ୟାନ ଦେବାକୁ ଘଡେଇ ଅନୁରୋଧ କରିଛନ୍ତି। ଏହା ଫଳରେ ଟାଟା କମ୍ପାନୀର ଲଙ୍ଗ ପ୍ରଡକ୍ଟସ୍‌ କମ୍ପ୍ଲେକ୍ସର କ୍ଷମତା ବୃଦ୍ଧି ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ତଥା କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଏଥିରୁ ଅଧିକ ରାଜସ୍ବ ପାଇ ପାରିବେ। ଏହା କେନ୍ଦ୍ର ସରକାରଙ୍କ ଜାତୀୟ ଇସ୍ପାତ ନୀତି-୨୦୧୭ ଅନୁଯାୟୀ ୨୦୩୦ ମସିହା ସୁଦ୍ଧା ଦେଶରେ ୩୦୦ ମିଲିୟନ୍‌ ଟନ ଏବଂ ଓଡିଶା ସରକାରଙ୍କ ଘୋଷଣା ଅନୁଯାୟୀ ରାଜ୍ୟରେ ୧୦୦ ମିଲିୟନ ଟନ୍‌ ଇସ୍ପାତ ଉପତ୍ାଦନ ଲକ୍ଷ୍ୟ ପୁରଣ ଦିଗରେ ଆଉ ଏକ ମାଇଲ ଖୁଣ୍ଟ ହୋଇ ପାରିବ ବୋଲି ଘଡାଇ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?