ସାମ୍ବାଦିକ ସୁରକ୍ଷା ଆଇନ ପାଇଁ ଦାବି ତେଜିଲା

ଯାଜପୁର ଟାଉନ/ଚଣ୍ଡିଖୋଲ/ବରୀ/ ସିଂହପୁର/ଜେନାପୁର,୨୨ା୨ (ଡି.ଏନ୍‌.ଏ.):ରବିବାର ଥିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ହେଲେ ପ୍ରଥମ, ଦ୍ୱିତୀୟ ପରି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ବୁଥ୍‌ ଜବରଦଖଲ, ପୋଲିସକୁ ମାଡ଼ ଭଳି ଘଟଣା ଘଟିଥିଲା ା ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତରେ ବୁଥ୍‌ ଜବରଦଖଲ କରାଯାଇଥିଲା ା ଏ ସଂକ୍ରାନ୍ତରେ ଖବର ସଂଗ୍ରହ କରିବାକୁ ଯାଇଥିବା ଅର୍ଗସ୍‌ ନ୍ୟୁଜ୍‌ର ଗୁଲସାହାନୱାଜ ଅଲ୍ଲୀ ଖାନ୍‌, କନକ ନ୍ୟୁଜ୍‌ର ବିଜୟ ସାହୁ, କଳିଙ୍ଗ ଟିଭିର ଦେବାଶିଷ ସାହୁ ଏବଂ ଓଡ଼ିଶା ସମ୍ବାଦର ହିମାଂଶୁ ପାଢ଼ୀଙ୍କୁ ଅଭିଯୁକ୍ତମାନେ ନିସ୍ତୁକ ମାଡ଼ ମାରିବା ସହ ଭୋଟ୍‌ବାକ୍ସ ଲୁଟି ନେଇଥିଲେ ା ଏହି ଘଟଣାରେ ପୋଲିସ ସୋମବାର ସୁଦ୍ଧା ୬ ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି ା ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ା
ବଡ଼ଚଣା ପ୍ରେସ୍‌ ଫୋରମ ପକ୍ଷରୁ ସୋମବାର ଚଣ୍ଡିଖୋଲସ୍ଥିତ ବୁଦ୍ଧମୂର୍ତ୍ତି ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ା ବରିଷ୍ଠ ଖବରଦାତା ମହେଶ୍ୱର ବଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟରେ ଖବରଦାତାମାନେ ଅସୁରକ୍ଷିତ ହେବା, ନିର୍ବାଚନ ସମୟରେ ସେମାନଙ୍କୁ ପ୍ରଶାସନ ତରଫରୁ ସୁରକ୍ଷା ଯୋଗାଇଦେବା ଏବଂ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଚଳନ କରିବାକୁ ଦାବି କରାଯାଇଥିଲା ା ଆବାହକ ପ୍ରଦୀପ୍ତ କୁମାର ପୃଷ୍ଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ା ଜିଲାପାଳ ଓ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଦର୍ପଣ ତହସିଲଦାର ଓ ବଡ଼ଚଣା ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ା
ବରୀ ସାମ୍ବାଦିକ ସଂଘ ତରଫରୁ ସ୍ଥାନୀୟ ମାଉଣ୍ଡସ୍ଥିତ ଜାଗୁଳାଇ ପୀଠରେ କାର୍ଯ୍ୟରତ ଖବରଦାତାମାନେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ଖବରଦାତାମାନଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସୁରକ୍ଷା ଯୋଗାଇଦେବାକୁ ବରୀ ତହସିଲଦାର ମାନସ ରଞ୍ଜନ ଭୋଇଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ା ସେହିପରି ସିଂହପୁରରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଖବରଦାତା ଅନିରୁଦ୍ଧ ବେଉରିଆ, ଶିକ୍ଷାବିତ୍‌ ଅକ୍ଷୟ ନାୟକ, ସାମ୍ବାଦିକ ସଂଘର ରାମକୃଷ୍ଣ ଦାସ, ସେକ୍‌ ସନୁଆର, ଦେବପ୍ରସାଦ ସାହୁ, ଦିଲୀପ ପଢ଼ିହାରୀ, ଅନଙ୍ଗ ଉଦୟ ବେଉରିଆ, ଗୋପାଳ ସୂତାର, ବିଂଝାରପୁର ନାଗରିକ ମଞ୍ଚ ସଭାପତି ରବୀନ୍ଦ୍ର ଧଳ, ବ୍ଲକ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବାଛୋଳ ବିଜେଡି ସଭାପତି ସର୍ବେଶ୍ୱର ଧଳ, ସମିତିସଭ୍ୟ ସୁରେନ୍ଦ୍ର ସାହୁ, ବିଜୟ ଦାସ, ଧରଣୀଧର ରାଉତ, ମନ୍ଦରଧର ସାହୁ, ଦୈତାରୀ ସାମଲ ପ୍ରମୁଖ ଏହି ଘଟଣାକୁ ନିନ୍ଦା କରିବା ସହ ଖବରଦାତାମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବି କରିଥିଲେ ା
ଏହି ଘଟଣା ପ୍ରତିବାଦରେ ଯାଜପୁର ପ୍ରେସ୍‌ କ୍ଲବ ପକ୍ଷରୁ ଖବରଦାତାମାନେ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରିଥିଲେ ା ସେମାନେ ୭ ଦିନ କଳାଦିବସ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି ା ସୋମବାର ପ୍ରେସ୍‌ କ୍ଲବର ସଭାପତି ରାଜୀବ ମହାନ୍ତିଙ୍କ ନେତୃତ୍ୱରେ ଖବରଦାତାମାନେ ସହରର ଗାନ୍ଧୀମୂର୍ତ୍ତି ତଳେ ଏକତ୍ରିତ ହୋଇଥିଲେ ା ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ, ଜିଲାରେ କାର୍ଯ୍ୟରତ ଖବରଦାତାଙ୍କୁ ଜିଲା ପ୍ରଶାସନ ସୁରକ୍ଷା ଯୋଗାଇବା, ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ସେହିପରି ଜେନାପୁର, କବାଟବନ୍ଧ ଓ ଗଡ଼ମଧୁପୁର ଅଞ୍ଚଳର ଖବରଦାତାମାନେ ଏପରି ଘଟଣାକୁ ନିନ୍ଦା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି। ସନ୍ଦୀପ୍ତ ରାୟଙ୍କ ଆବାହକତ୍ୱରେ ପାଣିକୋଇଲି ଜିଲା ପୋଲିସ ମୁଖ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ସୋମବାର ଅନୁଷ୍ଠିତ ହୋଇଥିଲା ା ବରିଷ୍ଠ ଖବରଦାତା କୈଳାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବେଣୁଧର ପଣ୍ଡା, ହାରାଧନ଼ ବାନାର୍ଜୀ, ସୁବାସ ଧଳ, ତରୁଣ କୁମାର ନନ୍ଦ, କୈଳାସ ରାଉତ, ଦେବାଶିଷ ସାହୁ, ଚିନ୍ତାମଣି ପାଢୀ, ଉମାକାନ୍ତ ରାଉତ, ସୁଜିତ ମଲ୍ଲିକ, ପ୍ରଦୀପ ଚାନ୍ଦ, ଅବିନେଶ୍ୱର ଶତପଥୀ, ଜ୍ୟୋତିସ୍ମିତା ନାୟକ, କଳ୍ପତରୁ ପଣ୍ଡା, ପ୍ରୀୟ ରଞ୍ଜନ କର, ସାମାଜିକ କର୍ମୀ ବିଶ୍ୱଜିତ ମହାନ୍ତି ପ୍ରମୁଖ ଖବରଦାତାମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri