ହିନ୍ଦୋଳ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି

ଢେଙ୍କାନାଳ, ୬।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବାକୁ ଦାବି ହୋଇଛି । ସାମାଜିକ ସଂଗଠନ ଆମ ହିନ୍ଦୋଳ ପକ୍ଷରୁ ବ୍ଲକର କୃଷକମାନେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳ ଉଦୟ କୁମାର ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକରେ ଚଳିତ ଆବଶ୍ୟକତା ଠାରୁ ଢେର କମ ବର୍ଷା ହେବା ସହ ହାତୀ ଓ ବାରହାଙ୍କ ଦ୍ୱାରା ମଧ୍ୟ ଧାନ ନଷ୍ଟ ହୋଇଛି। ଫଳରେ କୃଷକମାନଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଛି । ସେମାନେ ଧାର କରଜ କରି ଚାଷ କାର୍ଯ୍ୟ କରିଛନ୍ତି । ଏଣୁ ମରୁଡି ଘୋଷଣା ସହ କ୍ଷତିପୂରଣ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି ।