Posted inଜାତୀୟ

ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି, ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ଲୁଚାଇଥିବା ଅଭିଯୋଗ କଲା ଏଡିଆର…

ନୂଆଦିଲ୍ଲୀ,୨୦।୬ : ଗତ କିଛି ବର୍ଷ ମଧ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ପ୍ରକାଶ କରିବାରେ ବିଫଳ ହୋଇଥିବାରୁ ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗକୁ ଅନୁରୋଧ କରାଯାଇଛି।

ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ନିର୍ବାଚନ ଆୟୋଗଙ୍କୁ ଲେଖିଥିବା ଏକ ଚିଠିରେ ଉଲ୍ଲେଖ କରିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ନିର୍ବାଚନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, କେନ୍ଦ୍ରୀୟ ଏବଂ ରାଜ୍ୟ ନିର୍ବାଚନ ସ୍ତରରେ ରାଜନୈତିକ ଦଳଗୁଡିକ ବିସ୍ତୃତ ଭାବରେ ସୂଚନା ଅପଲୋଡ କରିବା ବାଧ୍ୟତାମୂଳକ ଅଟେ। ୱେବସାଇଟରେ ଅପରାଧର ପ୍ରକୃତି ସହିତ ବିଚାରାଧୀନ ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ବିଷୟରେ ସୂଚନା ସମ୍ପର୍କରେ ରାଜନୈତିକ ଦଳଗୁଡିକ ଦେବାକୁ ପଡ଼ିବ। ଏହା ସହିତ ପ୍ରାର୍ଥୀ ଚୟନ କରିବାର କାରଣ ଦେବାକୁ ପଡିବ ଏବଂ ଅପରାଧିକ ମାମଲା ନ ଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ପ୍ରାର୍ଥୀ ଭାବରେ କାହିଁକି ଚୟନ କରାଯାଇପାରିବ ନାହିଁ ତାହା ମଧ୍ୟ ଉଲ୍ଲେଖ କରିବାକୁ ପଡ଼ିବ।

ଜୁନ ୧୯ ରେ ଏଡିଆର ଦ୍ୱାରା ଲିଖିତ ଚିଠିରେ ଦର୍ଶାଯାଇଛି ପ୍ରଥମ ପର୍ଯ୍ୟାୟରେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ଜାରି କରାଯାଇଥିବା ଏହି ଆୟୋଗ (ଇସି)ଙ୍କର ନିର୍ଦ୍ଦେଶିତ ନିର୍ଦ୍ଦେଶର ଉଲ୍ଲଂଘନ ପାଇଁ ପ୍ରଥମ ଆବେଦନକୁ ଆୟୋଗଙ୍କ ନିକଟରେ ରଖାଯାଇଛି। ୨୫ ସେପ୍ଟେମ୍ବର ୨୦୧୮ ଏବଂ ୧୩ ଫେବୃଆରୀ ୨୦୨୦ ନିର୍ଦ୍ଦେଶ ଉଲ୍ଲଂଘନ ବିରୋଧରେ ଦାଖଲ କରାଯାଇଥିବା ଆବେଦନରେ ଏଡିଆର ଦର୍ଶାଇଛି ସର୍ବୋଚ୍ଚ ଅଦାଲତ ରାଜନୈତିକ ଦଳମାନଙ୍କୁ ତାଗିଦ କରିଛନ୍ତି, ସେମାନଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀଙ୍କ ବିରୋଧରେ ବିଚାରାଧୀନ ଅପରାଧିକ ମାମଲାର ବିବରଣୀ ପ୍ରକାଶ ନ କରିବା ସହିତ ଏଭଳି ବ୍ୟକ୍ତିଙ୍କ ଚୟନ ହେବାର କାରଣ କ‘ଣ ରହିଛି। ପରେ,୨୦୨୦ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୧୦ ଟି ରାଜନୈତିକ ଦଳ ଏହାର ନିର୍ଦ୍ଦେଶ ପାଳନ ନ କରିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଜରିମାନା କରିଥିଲେ।

ଏହି ପୃଷ୍ଠଭୂମିରେ ଖିଲାପ କରିଥିବା ରାଜନୈ ତିକ ଦଳ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଏଡିଆର ଚେଷ୍ଟା କରୁଛି ବୋଲି ଚିଠିରେ ଦର୍ଶାଯାଇଛି। ୨୦୨୩ରେ ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ଏବଂ କର୍ନାଟକରେ ହୋଇଥିବା ବିଧାନସଭା ର୍ନିବାଚନ, ୨୦୨୨ ରେ ହୋଇଥିବା ଗୁଜରାଟ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଏବଂ ପଞ୍ଜାବରେ ବିଧାନସଭା ର୍ନିବାଚନରେ ଏବଂ ୨୦୨୧ରେ ହୋଇଥିବା ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ନିର୍ବାଚନରେ ସମ୍ପୃକ୍ତ ରାଜନୈତିକ ଦଳ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଡିଆର କହିଛି ପ୍ରତ୍ୟେକ ନିର୍ବାଚନ ସମୟରେ ମତଦାନ ପ୍ୟାନେଲ ତୁରନ୍ତ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବା ଉଚିତ। ଏହାର ଉଲ୍ଲଂଘନ ପାଇଁ ଆୟୋଗ ମଧ୍ୟ ଦଣ୍ଡବିଧାନ ଉପରେ ବିଚାର କରିବା ଉଚିତ ବୋଲି ଚିଠିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri