Posted inଜାତୀୟ

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ଏକ ଭୁଲ ପଦକ୍ଷେପ: ଦେବ ଗୌଡା…

ନୂଆଦିଲ୍ଲୀ,୬।୬ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା ମଙ୍ଗଳବାର ଭାଜପା ସରକାରଙ୍କ ଦ୍ୱାରା ଓଡ଼ିଶାର ଟ୍ରେନ ଦୁର୍ଘଟଣାରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଟ୍ରେନ ଦୁର୍ଘଟଣା ପରେ କରାଯାଇଥିବା ଉଦ୍ଧାର କାର୍ଯ୍ୟ ପାଇଁ ସେ ରେଳ ମନ୍ତ୍ରୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଜନତା ଦଳ (ଧର୍ମନିରପେକ୍ଷ) ମୁଖ୍ୟ ଦେବ ଗୌଡା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଦୁର୍ଘଟଣାର କ୍ଷୟକ୍ଷତିର ପୁନରୁଦ୍ଧାର ତଥା ଶୀଘ୍ର ମରାମତି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ରେଳମନ୍ତ୍ରୀ ସର୍ବୋଚ୍ଚ କାର୍ଯ୍ୟକାରିତା ପ୍ରଦାନ କରିଛନ୍ତି। ଏହା ପରେ ମଧ୍ୟ ତାଙ୍କର ଇସ୍ତଫା ଦାବି କରିବା ଭୁଲ ପଦକ୍ଷେପ ଅଟେ।

କର୍ନାଟକ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ବିରୋଧୀଙ୍କୁ ଏକଜୁଟ କରିବା ପ୍ରଶ୍ନରେ ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହୁଁ। ବର୍ତ୍ତମାନ ଆମର ସମ୍ପୂର୍ଣ୍ଣ ଧ୍ୟାନ ପୌରପରିଷଦ ତଥା ପଞ୍ଚାୟତ ନିର୍ବାଚନ ଉପରେ ରହିଛି। ତୃଣମୂଳ ସ୍ତରରେ ଆମେ ପୁଣିଥରେ ଆମ ଦଳକୁ ମଜବୁତ କରୁଛୁ।

ଜେଡି (ଏସ) ନେତା ଏଚଡି କୁମାରସ୍ବାମୀ ଅନ୍ୟ ରାଜନୈତିକ ଦଳକୁ ସେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯଦି ଜାତୀୟ ଦଳ ଭାବନ୍ତି ଜେଡି (ଏସ) ସମାପ୍ତ ହୋଇଛି, ତେବେ ସେମାନେ ଦିନରେ ସ୍ବପ୍ନ ଦେଖୁଛନ୍ତି। ଆମେ ଆମର ପାର୍ଟିର ସଂଗଠନକୁ ସୁଦୃଢ଼ କରୁଛୁ। ଭବିଷ୍ୟତରେ କଂଗ୍ରେସ ପ୍ରଶାସନ କିପରି ହେବ ମୁଁ ଜାଣେ। ମୁଁ ଜାଣେ ପ୍ରଶାସନ କେତେ ଭଲ ଶାସନ ଦେଇପାରେ। କଂଗ୍ରେସ ମଧ୍ୟ ଭାଜପାର ପଦାଙକ୍କ ଅନୁସରଣ କରି କାମ କରୁଛି। କଂଗ୍ରେସ ଭାଜପା ସରକାରଙ୍କ ବ୍ୟବସ୍ଥାରେ ପରିବର୍ତ୍ତନ କରିପାରିବ ନାହିଁ। ୨୦୨୪ରେ ଭାଜପା ସହ ମିଳିତ ହେବା ପ୍ରଶ୍ନରେ ସେ କହିଛନ୍ତି ବର୍ତ୍ତମାନ ଆମ ଦଳକୁ ମଜବୁତ କରିବା ଆମର ଦାୟିତ୍ୱ ଅଟେ। ପରେ ଏସବୁ ଉପରେ ଆଲୋଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri