Categories: ଜାତୀୟ

ବିବାହରେ ସମାନତା ଦାବି ସିଜେଆଇଙ୍କୁ ଚିଠି ଲେଖିଲେ ୪୦୦ ମାତାପିତା

ନୂଆଦିଲ୍ଲୀ,୨୫ା୪: ସମଲିଙ୍ଗୀ ବିବାହକୁ ଆଇନଗତ ମଞ୍ଜୁରୀ ପ୍ରଦାନ ନିମନ୍ତେ ପିଟିଶନଗୁଡ଼ିକର ଶୁଣାଣି କରୁଥିବା ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠର ମୁଖ୍ୟ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ୪୦୦ରୁ ଊର୍ଦ୍ଧ୍ୱ ମାତାପିତାଙ୍କ ଏକ ଗ୍ରୁପ୍‌ ପତ୍ର ଲେଖି ସେମାନଙ୍କର ଏଲ୍‌ଜିବିଟିକ୍ୟୁଆଇଏ++ ପିଲାମାନଙ୍କୁ ବିବାହ ସମାନତା ଅଧିକାର ପ୍ରଦାନ ଲାଗି ନିବେଦନ କରିଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ବୈଧତା ଆବେଦନର ଶୁଣାଣି ମଙ୍ଗଳବାର ଚତୁର୍ଥ ଦିନ ପାଇଁ ଜାରି ରହିଥିବାବେଳେ ‘ସ୍ବୀକାର-ଦି ରେନ୍‌ବୋ ପ୍ୟାରେଣ୍ଟସ’ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ପତ୍ର ଉଲ୍ଲେଖନୀୟ। ଦେଶର ସ୍ବତନ୍ତ୍ର ବିବାହ ଆଇନରେ ଆମ ପିଲା ଓ ସେମାନଙ୍କ ପାର୍ଟନରମାନଙ୍କ ସମ୍ପର୍କକୁ ଆଇନଗତ ସ୍ବୀକୃତି ମିଳିବା ଆମେ ଦେଖିବାକୁ ଚାହୁଁ ବୋଲି ମାତାପିତାମାନେ ସେମାନଙ୍କ ପତ୍ରରେ ଦର୍ଶାଇଛନ୍ତି। ଭାରତୀୟ ଏଲ୍‌ଜିବିଟିକ୍ୟୁଆଇଏ++ମାନଙ୍କ ମାତାପିତାଙ୍କୁ ନେଇ ‘ସ୍ବୀକାର-ଦି ରେନ୍‌ବୋ ପ୍ୟାରେଣ୍ଟସ୍‌’ ସଂଗଠନ ଗଢ଼ାଯାଇଛି।

Share