ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଜିଲାପାଳଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୪ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ବିଭିନ୍ନ ପଞ୍ଚାୟତର ଚାଷୀ ପ୍ରତିନିଧି ବୃନ୍ଦ ଏକତ୍ରିତ ହୋଇ ବାତ୍ୟା ମୋନ୍ଥା ଓ ଲଗାଣ ବର୍ଷା ପ୍ରଭାବରେ କ୍ଷତି ସହିଥିବା ସମସ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର କ୍ଷତିପୂରଣ ପାଇଁ ଦାବି କରିଛନ୍ତି। ସାନଖେମୁଣ୍ଡି ତହସିଲ ଅଧୀନରେ ଥିବା ଚାଷଜମି ଗୁଡ଼ିକର ଧାନ, ମାଣ୍ଡିଆ, ପନିପରିବା ଫସଲ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷକରି ଫୁଲ, ଛତୁ ଚାଷ କରି ଚାଷୀ ଅଧିକ କ୍ଷତି ସହିଛି। ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ କ୍ଷତିର କ୍ଷତିପୂରଣ ସହ ଧାନ ଫସଲରେ ମାଟିଆଗୁଣ୍ଡି, ଚକଡ଼ା ରୋଗପୋକ ସଂକ୍ରମଣର ପ୍ରତିକାର। ଚାଷୀ ଓ ଭାଗ ଚାଷୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସରକାରୀ ସହାୟତା ନିମନ୍ତେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସାନଖେମୁଣ୍ଡି ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଜେନାଙ୍କୁ ମଙ୍ଗଳବାର ୮ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବ୍ଲକ ଅଞ୍ଚଳର ଶତାଧିକ ଛାମୁଆ କୃଷକ ନେତା, ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ଜିଲା ପରିଷଦ ସଦସ୍ୟ ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ, କୃଷି କାର୍ଯ୍ୟାଳୟ ଓ ପାଟପୁର ବନପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଗତ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଓ ପରବର୍ତ୍ତୀ ଅବସ୍ଥାରେ ଚାଷ ଓ ଚାଷୀଙ୍କ ସଙ୍କଟଜନକ ସ୍ଥିତି ସମ୍ପର୍କରେ ଅବସ୍ଥାପିତ ସରକାରୀ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସାନଖେମୁଣ୍ଡି ଅଞ୍ଚଳରେ ହୋଇଥିବା ଖରିଫ ଧାନ, ପନିପରିବା ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲର କ୍ଷୟକ୍ଷତି ଆକଳନ ସହ ଉପଯୁକ୍ତ କ୍ଷତି ପୂରଣ ଚାଷୀଙ୍କୁ ପ୍ରଦାନ କରାଯିବା, ପ୍ରତ୍ୟେକ ରାଜସ୍ବ ଗ୍ରାମକୁ ଗୋଟିଏ ୟୁନିଟ୍‌ ଭାବେ ଗ୍ରହଣକରି କ୍ଷୟକ୍ଷତିର ସଠିକ୍‌ ଆକଳନ କରାଯିବା, କ୍ଷତିଗ୍ରସ୍ତ ଚାଷୀଙ୍କ ସମସ୍ତ କୃଷିଋଣ, ଜଳକର, ରାଜସ୍ବ ଖଜଣା, ବିଦ୍ୟୁତ ଦେୟ ଛାଡ଼ କରିବା, ବାତ୍ୟା ଓ ଲଗାଣ ବର୍ଷା ପରେ ଧାନ ଫସଲରେ ମାଟିଆଗୁଣ୍ଡି, ଚକଡ଼ା, କାଣ୍ଡବିନ୍ଧା ଭଳି ରୋଗପୋକ ସଂକ୍ରମଣର ପ୍ରତିକାର ସହ ଚାଷୀଙ୍କୁ ମାଗଣାରେ ସାର ଓ କୀଟନାଶକ ପ୍ରଦାନ କରିବା, ସମସ୍ତ ଚାଷୀଙ୍କୁ ଫସଲବୀମା ପ୍ରଦାନ କରିବା, ବାତ୍ୟା ପରେ ଫସଲରେ ବନ୍ୟପ୍ରାଣୀ ହାତୀ, ବାରହା, ହରିଣ, ମାଙ୍କଡ ପ୍ରାଦୁର୍ଭାବରେ କ୍ଷତିଗ୍ରସ୍ତ ଖରିଫ ଧାନ ଓ ପନପରିବା ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବା, ବାତ୍ୟା ମୋନ୍ଥା ଓ ବର୍ଷା ପ୍ରଭାବରେ ଘର ଭାଙ୍ଗିଯାଇଥିବା ବାସହୀନ ବିପନ୍ନ ପରିବାରଙ୍କୁ କ୍ଷତିପୂରଣ ଅର୍ଥରାଶି ସହ ତୁରନ୍ତ ଆବାସ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରିବା, ଆଗାମୀ ରବି ଫସଲ ପାଇଁ ମାଗଣାରେ ଚାଷୀଙ୍କୁ ବିହନ, ସାର ଓ କୀଟନାଶକ ପ୍ରଦାନ କରିବା ସମେତ ବାତ୍ୟା, ବର୍ଷା, ବନ୍ୟା ଭଳି କୃଷି ସଙ୍କଟ ସମୟରେ କ୍ଷୟକ୍ଷତି ଆକଳନ ଓ ସମସ୍ୟା ପ୍ରତିକାରରେ କୃଷି ବିଭାଗର ଅବହେଳା ସମ୍ପର୍କରେ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ସାନଖେମୁଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁଙ୍କ ସମେତ ବରିଷ୍ଠ କୃଷକ ନେତା ଶମ୍ଭୁ ପଣ୍ଡା, ପୂର୍ବତନ ସରପଞ୍ଚ ସୁବାସ ମହାପାତ୍ର, କୈଳାସ ପାତ୍ର, ଅବସରପ୍ରାପ୍ତ ଶିକ୍ଷାବିତ୍‌ ଲିଙ୍ଗରାଜ ସ୍ବାଇଁ, ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନ, ଭଗବାନ ରାଉତ, କେ. ଶ୍ୟାମସୁନ୍ଦର ଦୋରା, ବିନାୟକ ଦାଶ, ଅଶୋକ ବେହେରା, ବୃନ୍ଦାବନ ମହାଙ୍କୁଡ, ଭାସ୍କର ମହାରଣା, ଅଶୋକ କୁମାର ଜେନା, ପୂର୍ବତନ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ, ଜଗନ୍ନାଥ ପଣ୍ଡା ଏ. କୈଳାଶ ପାତ୍ର, ଗୋଲା ସ୍ବାଇଁ, ଗୋପାଳ ରାଉଳ, ଦେବେନ୍ଦ୍ର ସୁଆଁସିଅର, ରବିନ୍ଦ୍ର ପ୍ରଧାନ, କାଳୁଚରଣ ସେଠୀ, କାମରାଜୁ ପାତ୍ର, ସୀତାରାମ ସ୍ବାଇଁଙ୍କ ନେତୃତ୍ୱରେ ଶତାଧିକ ଚାଷୀ ବାତ୍ୟା ଓ ରୋଗ ପୋକ କ୍ଷତିଗସ୍ତ ଧାନ ଫସଲ ତହସିଲ ଓ କୃଷି କାର୍ଯ୍ୟାଳୟର ଅଧିକାରୀଙ୍କୁ ଦେଖାଇବା ସହ ଅତିଶୀଘ୍ର ଦାବୀ ପୂରଣ ନ କରାଗଲେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ହାତକୁ ନିଆଯିବ ବୋଲି ଚେତାବନୀ ଦେଇଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri