ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି

ବଲାଙ୍ଗୀର ଅଫିସ,୨୧ା୧୦: ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବଲାଙ୍ଗୀର ଯୁବ କଂଗ୍ରେସ ପକ୍ଷରୁ ଟାଉନ ଥାନା ଘେରାଉ କରାଯାଇଛି। କଚେରି ଛକରେ ଗୃହ ରାଷ୍ଟ୍ରମନ୍ତ୍ରୀ ମିଶ୍ରଙ୍କ ଫଟୋକୁ ଅଣ୍ଡା ମାଡ଼ କରାଯିବା ସହ କୁଶପୁତ୍ତଳିକା ଦାହ କରାଯାଇଛି।