ଜିଲାପାଳଙ୍କୁ ଦାବିପତ୍ର: ମୋଦି, ଯୋଗୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

ଭଦ୍ରକ ଅଫିସ,୨।୧୦: ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଶୁକ୍ରବାର ଭଦ୍ରକ ଜିଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସକାଳୁ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଜିଲା ସଭାପତି ଅଶୋକ ଦାସଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା କରାଯାଇଥିଲା। ଏଥିରେ ଭାଜପା ଓ ବିଜେଡି ବିରୋଧୀ ସ୍ଲୋଗାନ ଦିଆଯାଇ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।