ଡାକୋଟା ବିମାନକୁ ପୁରୀ ଆଣିବାକୁ ଦାବି

ପୁରୀ ଅଫିସ,୨୦ା୧: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନକୁ ପୁରୀ ଆଣିବା ଓ ତାଙ୍କର ଏକ ନୂଆ ସ୍ମୃତି ପୀଠ ସ୍ଥାପନ କରିବାକୁ ଦାବି କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଗୁରୁବାର ବିଜୁବାବୁଙ୍କ ଅସ୍ଥି ଥିବା ଅର୍ବାନ ହାଟରେ ଦାବି କରାଯାଇଛି। ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ବିଜୁ ବାବୁ କୌଣସି ଦଳର ନୁହନ୍ତି। ସେ ସମଗ୍ର ଦେଶର ସମ୍ପତ୍ତି। ତାଙ୍କର ପ୍ରିୟ ଡାକୋଟା ବିମାନ ଓଡ଼ିଶା ଫେରିଛି ଯାହା ଖୁସିର କଥା। ମାତ୍ର ବିଜୁ ବାବୁଙ୍କ ଡାକୋଟା ବିମାନକୁ ପୁରୀ ଅଣାଯାଇ ପୁରୀରେ ସଂଗ୍ରହାଳୟ କରାଯାଇ ତାକୁ ରଖାଯାଉ। କାରଣ ପୁରୀ ଏକ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳ ପୁରୀକୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ତେଣୁ ଡାକୋଟାକୁ ପୁରୀରେ ରଖାଗଲେ ବିମାନଟିକୁ ଧନୀ ଗରିବ, ଦେଶୀ ଓ ବିଦେଶୀ ଲୋକ ଦେଖିପାରିବେ। ମାତ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ବିମାନଟିକୁ ଭୁବନେଶ୍ୱର ବିମାନବନ୍ଦର ପରିସରରେ ରଖିବେ ସେଠାରେ କେବଳ ବିମାନ ଯାତ୍ରୀମାନେ ଦେଖିପାରିବେ। ମାତ୍ର ସମସ୍ତେ ଦେଖିପାରିବେ ନାହିଁ। ସେହିପରି ବିମାନ ଯାତ୍ରା କରୁଥିବା ଯାତ୍ରୀମାନେ ଯିବାଆସିବା ବେଳେ ତରବର ହୋଇ ରହୁଥିବାରୁ ବ୍ୟବସ୍ଥା ଭିତରେ ଦେଖିପାରିବେ ନାହିଁ। ସେହିପରି ଗରିବ ଲୋକ କେବେ ମଧ୍ୟ ବିମାନରେ ଯାତ୍ରା କରେ ନାହିଁ ତେଣୁ ସେମାନେ ଡାକୋଟା ଦେଖିବାକୁ ବଞ୍ଚତ୍ତ ହେବେ। ତେବେ ବିଜୁ ବାବୁଙ୍କ ଡାକୋଟା ବିମାନ ଫେରାଇ ଆଣିବା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ କରିଥିଲା। କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏସମ୍ପର୍କରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ୨୦୧୯ରେ କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରାଳୟ ଚିଠି ମାଧ୍ୟମରେ ସୂଚନା ଦେଇଥିଲେ ଯେ, ରାଜ୍ୟ ସରକାରଙ୍କ ସହ ମିଶି ବିମାନଟିକୁ ଦର୍ଶନୀୟ ସ୍ଥାନରେ ରଖାଯାଉ। ଫଳରେ ଲୋକମାନେ ଐତିହାସିକ ବିମାନକୁ ଦେଖିବା ସହ ବିଜୁ ବାବୁଙ୍କ ବୀରତ୍ୱ ସମ୍ପର୍କରେ ସୂଚନା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ କଲେ ପଦ୍ମଶ୍ରୀ ଦିଲୀପ ତିର୍କୀ

ସୁନ୍ଦରଗଡ଼,୧ା୫(ଜୟ ନାରାୟଣ ମେଣ୍ଡୁଳି) ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସୁନ୍ଦରଗଡ ଜିଲାରେ ନାମାଙ୍କନ ଦାଖଲର ୩ୟ ଦିନରେ ବିଧାନ ସଭା ଆସନ ପାଇଁ ୪ ଜଣ...

ନିର୍ବାଚନ ବେଳେ ରାଜ ପରିବାରର ସାନ ବୋହୂଙ୍କ ଭିଡିଓ ଭାଇରାଲ

ବଲାଙ୍ଗୀର,୧ା୫(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ରାଜ ପରିବାରର ସାନ ବୋହୂ ଅଦ୍ରିଜା ମଞ୍ଜରୀ ସିଂଙ୍କ ଏକ ଭିଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ସେ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

ଥମୁନି ଶିମିଳିପାଳ ବାନଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବାନଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

ରିପିଟ୍‌ ହେବେ ନା ପରିବର୍ତ୍ତନ ଆସିବ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ):ପ୍ରାର୍ଥୀ ଘୋଷଣା ପରେ ଉଷ୍ମ ହେଲାଣି କଳାହାଣ୍ଡି ରାଜନୀତି। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିଦେଲେଣି ତିନି...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୧।୫(କଳ୍ପତରୁ ନାୟକ): ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ): ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri