ଡାକୋଟା ବିମାନକୁ ପୁରୀ ଆଣିବାକୁ ଦାବି

ପୁରୀ ଅଫିସ,୨୦ା୧: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନକୁ ପୁରୀ ଆଣିବା ଓ ତାଙ୍କର ଏକ ନୂଆ ସ୍ମୃତି ପୀଠ ସ୍ଥାପନ କରିବାକୁ ଦାବି କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଗୁରୁବାର ବିଜୁବାବୁଙ୍କ ଅସ୍ଥି ଥିବା ଅର୍ବାନ ହାଟରେ ଦାବି କରାଯାଇଛି। ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ବିଜୁ ବାବୁ କୌଣସି ଦଳର ନୁହନ୍ତି। ସେ ସମଗ୍ର ଦେଶର ସମ୍ପତ୍ତି। ତାଙ୍କର ପ୍ରିୟ ଡାକୋଟା ବିମାନ ଓଡ଼ିଶା ଫେରିଛି ଯାହା ଖୁସିର କଥା। ମାତ୍ର ବିଜୁ ବାବୁଙ୍କ ଡାକୋଟା ବିମାନକୁ ପୁରୀ ଅଣାଯାଇ ପୁରୀରେ ସଂଗ୍ରହାଳୟ କରାଯାଇ ତାକୁ ରଖାଯାଉ। କାରଣ ପୁରୀ ଏକ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳ ପୁରୀକୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ତେଣୁ ଡାକୋଟାକୁ ପୁରୀରେ ରଖାଗଲେ ବିମାନଟିକୁ ଧନୀ ଗରିବ, ଦେଶୀ ଓ ବିଦେଶୀ ଲୋକ ଦେଖିପାରିବେ। ମାତ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ବିମାନଟିକୁ ଭୁବନେଶ୍ୱର ବିମାନବନ୍ଦର ପରିସରରେ ରଖିବେ ସେଠାରେ କେବଳ ବିମାନ ଯାତ୍ରୀମାନେ ଦେଖିପାରିବେ। ମାତ୍ର ସମସ୍ତେ ଦେଖିପାରିବେ ନାହିଁ। ସେହିପରି ବିମାନ ଯାତ୍ରା କରୁଥିବା ଯାତ୍ରୀମାନେ ଯିବାଆସିବା ବେଳେ ତରବର ହୋଇ ରହୁଥିବାରୁ ବ୍ୟବସ୍ଥା ଭିତରେ ଦେଖିପାରିବେ ନାହିଁ। ସେହିପରି ଗରିବ ଲୋକ କେବେ ମଧ୍ୟ ବିମାନରେ ଯାତ୍ରା କରେ ନାହିଁ ତେଣୁ ସେମାନେ ଡାକୋଟା ଦେଖିବାକୁ ବଞ୍ଚତ୍ତ ହେବେ। ତେବେ ବିଜୁ ବାବୁଙ୍କ ଡାକୋଟା ବିମାନ ଫେରାଇ ଆଣିବା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ କରିଥିଲା। କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏସମ୍ପର୍କରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ୨୦୧୯ରେ କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରାଳୟ ଚିଠି ମାଧ୍ୟମରେ ସୂଚନା ଦେଇଥିଲେ ଯେ, ରାଜ୍ୟ ସରକାରଙ୍କ ସହ ମିଶି ବିମାନଟିକୁ ଦର୍ଶନୀୟ ସ୍ଥାନରେ ରଖାଯାଉ। ଫଳରେ ଲୋକମାନେ ଐତିହାସିକ ବିମାନକୁ ଦେଖିବା ସହ ବିଜୁ ବାବୁଙ୍କ ବୀରତ୍ୱ ସମ୍ପର୍କରେ ସୂଚନା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri