ସୁନାବେଡ଼ାକୁ ବ୍ଲକ୍‌ କରି ମିଛାପାଲିଠାରେ କାର୍ଯ୍ୟାଳୟ ସ୍ଥାପନ ଦାବି

ନୂଆପଡ଼ା,୧୭।୧(ମକାରୁ ବେମାଲ)-ନୂଆପଡ଼ା ଜିଲା କୋମନା ବ୍ଲକ୍‌କୁ ବିଭାଜନ କରି ସୁନାବେଡ଼ାଠାରେ ନୂତନ ଅନୁନ୍ନତ ଆଦିବାସୀ ପଞ୍ଚାୟତ ସମିତି (ବ୍ଲକ୍‌) ଗଠନକରି ମିଛାପାଲିଠାରେ ଏହାର କାର୍ଯ୍ୟାଳୟ ସ୍ଥାପନ ପାଇଁ ୧୪ ପଞ୍ଚାୟତର ଜନପ୍ରତିନିଧି ଓ ଅଞ୍ଚଳବାସୀ ବୁଧବାର ନୂଆପଡ଼ା ଗସ୍ତରେ ଆସିଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ୧୯୯୩ ମସିହାଠାରୁ ଏହି ଦାବି ହୋଇଆସୁଥିବାବେଳେ ଅଞ୍ଚଳବାସୀ ଏହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି। ପ୍ରସ୍ତାବିତ ସୁନାବେଡ଼ା ବ୍ଲକ୍‌ର ପୂର୍ବରେ ସୁନ୍ଦର ନଦୀ, ଦକ୍ଷିଣରେ ଇନ୍ଦ୍ର ନଦୀ, ପଶ୍ଚିମରେ ଉଚ୍ଚତମ ଗୁଡା ପାହାଡ ରହିଛି। ଏହାବ୍ୟତୀତ ଇନ୍ଦ୍ରାନଦୀ ଉପରେ ଜଳଭଣ୍ଡାର ନିର୍ମାଣ ହୋଇଥିବାରୁ ୧୪ଟି ଯାକ ପଞ୍ଚାୟତ ପୃଥକ୍‌ ହୋଇ ରହିଯାଇଛି। ପ୍ରସ୍ତାବିତ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ମାଡା ଯୋଜନା ଅନ୍ତର୍ଭୂୁକ୍ତ ଓ ଏହା ବଣପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ମୁଖ୍ୟତଃ ଗୌଣ୍ଡ, ଚକୋଟିଆ ଭୁଞ୍ଜିଆ, ଓଡ଼ିଆ ଭୁଞ୍ଜିଆ, ପହରିଆ ଜନଜାତିର ଲୋକ ବସବାସ କରୁଛନ୍ତି। ସୁନାବେଡା, ସୋସେଙ୍ଗ, ଭଇଷାଦାନି ଆଦି ପଞ୍ଚାୟତ ଓଡ଼ିଶା ସୀମାରେ ଅବସ୍ଥିତ ଓ ଏହା ସୁନାବେଡ଼ା ଅଭୟାରଣ୍ୟ ଭିତରେ ରହିଛି। ଏହା କୋମନା ବ୍ଲକ୍‌ କାର୍ଯ୍ୟାଳୟଠାରୁ ୮୦ କି.ମି. ଦୂରରେ ଅବସ୍ଥିତ। ସୁନାବେଡ଼ାଠାରେ ନୂତନ ଅନୁନ୍ନତ ଆଦିବାସୀ ବ୍ଲକ ଗଠନକରି ୧୪ ପଞ୍ଚାୟତର କେନ୍ଦ୍ରସ୍ଥଳ ମିଛାପାଲିଠାରେ ଏହାର କାର୍ଯ୍ୟାଳୟ ସ୍ଥାପନ କରିବା ପାଇଁ ଦାବି କରିଛନ୍ତି।ଏହି ସମୟରେ ମିଛାପାଳି ସରପଞ୍ଚ କେଶବ ସାହୁ, ସୁନାବେଡା ସମିତି ସଭ୍ୟ ହେମଲାଲ ରାଉତ, ଜଡାମୁଣ୍ଡା ସମିତି ସଭ୍ୟ କନସନ ଧରୁଆ, ଝଗ୍ରାହୀ ସମତି ସଭ୍ୟା ସସ୍ମିତା ଭୋଇ, ମିଛାପାଲି ସମିତି ସଭ୍ୟା ସୁଭଦ୍ରା ନାୟକ, ପୂର୍ବତନ ସୁନାବେଡ଼ା ସରପଞ୍ଚ ତିଳସିଂ ଝାଙ୍କର, ସୁବାସ ଆଡବଙ୍ଗଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri