ସୁନାବେଡ଼ାକୁ ବ୍ଲକ୍‌ କରି ମିଛାପାଲିଠାରେ କାର୍ଯ୍ୟାଳୟ ସ୍ଥାପନ ଦାବି

ନୂଆପଡ଼ା,୧୭।୧(ମକାରୁ ବେମାଲ)-ନୂଆପଡ଼ା ଜିଲା କୋମନା ବ୍ଲକ୍‌କୁ ବିଭାଜନ କରି ସୁନାବେଡ଼ାଠାରେ ନୂତନ ଅନୁନ୍ନତ ଆଦିବାସୀ ପଞ୍ଚାୟତ ସମିତି (ବ୍ଲକ୍‌) ଗଠନକରି ମିଛାପାଲିଠାରେ ଏହାର କାର୍ଯ୍ୟାଳୟ ସ୍ଥାପନ ପାଇଁ ୧୪ ପଞ୍ଚାୟତର ଜନପ୍ରତିନିଧି ଓ ଅଞ୍ଚଳବାସୀ ବୁଧବାର ନୂଆପଡ଼ା ଗସ୍ତରେ ଆସିଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ୧୯୯୩ ମସିହାଠାରୁ ଏହି ଦାବି ହୋଇଆସୁଥିବାବେଳେ ଅଞ୍ଚଳବାସୀ ଏହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି। ପ୍ରସ୍ତାବିତ ସୁନାବେଡ଼ା ବ୍ଲକ୍‌ର ପୂର୍ବରେ ସୁନ୍ଦର ନଦୀ, ଦକ୍ଷିଣରେ ଇନ୍ଦ୍ର ନଦୀ, ପଶ୍ଚିମରେ ଉଚ୍ଚତମ ଗୁଡା ପାହାଡ ରହିଛି। ଏହାବ୍ୟତୀତ ଇନ୍ଦ୍ରାନଦୀ ଉପରେ ଜଳଭଣ୍ଡାର ନିର୍ମାଣ ହୋଇଥିବାରୁ ୧୪ଟି ଯାକ ପଞ୍ଚାୟତ ପୃଥକ୍‌ ହୋଇ ରହିଯାଇଛି। ପ୍ରସ୍ତାବିତ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ମାଡା ଯୋଜନା ଅନ୍ତର୍ଭୂୁକ୍ତ ଓ ଏହା ବଣପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ମୁଖ୍ୟତଃ ଗୌଣ୍ଡ, ଚକୋଟିଆ ଭୁଞ୍ଜିଆ, ଓଡ଼ିଆ ଭୁଞ୍ଜିଆ, ପହରିଆ ଜନଜାତିର ଲୋକ ବସବାସ କରୁଛନ୍ତି। ସୁନାବେଡା, ସୋସେଙ୍ଗ, ଭଇଷାଦାନି ଆଦି ପଞ୍ଚାୟତ ଓଡ଼ିଶା ସୀମାରେ ଅବସ୍ଥିତ ଓ ଏହା ସୁନାବେଡ଼ା ଅଭୟାରଣ୍ୟ ଭିତରେ ରହିଛି। ଏହା କୋମନା ବ୍ଲକ୍‌ କାର୍ଯ୍ୟାଳୟଠାରୁ ୮୦ କି.ମି. ଦୂରରେ ଅବସ୍ଥିତ। ସୁନାବେଡ଼ାଠାରେ ନୂତନ ଅନୁନ୍ନତ ଆଦିବାସୀ ବ୍ଲକ ଗଠନକରି ୧୪ ପଞ୍ଚାୟତର କେନ୍ଦ୍ରସ୍ଥଳ ମିଛାପାଲିଠାରେ ଏହାର କାର୍ଯ୍ୟାଳୟ ସ୍ଥାପନ କରିବା ପାଇଁ ଦାବି କରିଛନ୍ତି।ଏହି ସମୟରେ ମିଛାପାଳି ସରପଞ୍ଚ କେଶବ ସାହୁ, ସୁନାବେଡା ସମିତି ସଭ୍ୟ ହେମଲାଲ ରାଉତ, ଜଡାମୁଣ୍ଡା ସମିତି ସଭ୍ୟ କନସନ ଧରୁଆ, ଝଗ୍ରାହୀ ସମତି ସଭ୍ୟା ସସ୍ମିତା ଭୋଇ, ମିଛାପାଲି ସମିତି ସଭ୍ୟା ସୁଭଦ୍ରା ନାୟକ, ପୂର୍ବତନ ସୁନାବେଡ଼ା ସରପଞ୍ଚ ତିଳସିଂ ଝାଙ୍କର, ସୁବାସ ଆଡବଙ୍ଗଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri