ଅଲାରନାଥଙ୍କ ପୀଠରେ ବଢୁଛି ଖିରି ଚାହିଦା

ବ୍ରହ୍ମଗିରି,୨୩ା ୬ (ଡି.ଏନ୍‌.ଏ.): ମହାପ୍ରଭୁ ଜ୍ୱରରେ ପଡ଼ିଥିବା ବେଳେ ଅଣସରରେ ଠାକୁର ଭକ୍ତଙ୍କୁ ବ୍ରହ୍ମଗିରିସ୍ଥିତ ଅଲାରନାଥ ଭାବେ ଦର୍ଶନ ଦିଅନ୍ତି। ଏହି ସମୟରେ ମହାପ୍ରଭୁ ଅଲାରନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ଏଥିସହ ଏଠାରେ ଅଲାରନାଥଙ୍କ ପ୍ରିୟ ଖିରିକୁ ଭୋଗ ଆକାରରେ ଲାଗି ହୋଇଥାଏ। ତେବେ ଭୋଗ ପରେ ଖିରିକୁ ଭକ୍ତମାନେ ମଧ୍ୟ ନିଅନ୍ତି। ଫଳରେ ଏହି ସମୟରେ ଖିରି ଭୋଗ ନେବା ପାଇଁ ଭକ୍ତଙ୍କ ମଧ୍ୟରେ ଚାହିଦା ବଢ଼ିବାରେ ଲାଗିଛି।

‘ଆ ଅଲାର ଖା ଖିରି’ ଉକ୍ତିଟି ଅଲାରନାଥ କ୍ଷେତ୍ରରେ ଲାଗିଥାଏ। ଏହି ଖିରି ଭୋଗର ପରମ୍ପରା କେଉଁ ଅନାଦି ଯୁଗରୁ ଚାଲିଆସିଛି । କପିଳ ସହିଂତାରେ ପ୍ରମାଣ ଦିଏ, ନୀଳମାଧବଙ୍କ ଅନ୍ତଃଧ୍ୟାନ ପରେ ବ୍ରହ୍ମଗିରି ନିକଟସ୍ଥ ଏକ ବ୍ରାହ୍ମଣ ପରିବାରରେ ଅବସ୍ଥାପନ କରିଥିଲେ। ସେତେବେଳେ ବ୍ରହ୍ମଗିରିରେ କୋମା ବ୍ରାହ୍ମଣମାନେ ବସବାସ କରୁଥିଲେ। ଉକ୍ତ ନାରାୟଣ ମୂର୍ତ୍ତିକୁ ଶ୍ରୀକେତନ ନାମକ ଏକ ଗରିବ ବ୍ରହ୍ମଣ ପୂଜା କରୁଥାନ୍ତି। ସେ ଭିକ୍ଷାକରି ଚଳୁଥିବାରୁ ଠାକୁରଙ୍କୁ ଚାଉଳ ଖିରି ଭୋଗ କରନ୍ତି। ଏକଦା ବ୍ରହ୍ମଣ ବିଦେଶ ଯିବା ସମୟରେ ତା’ର ୮ ବର୍ଷର ପୁଅ ମଧୁସୂଦନଙ୍କୁ ଠାକୁରଙ୍କ ପୂଜାରେ ନିୟୋଜିତ କରିଥିଲେ। ଛୋଟ ବାଳକଟି ତାଙ୍କ ମା’ ରାନ୍ଧିଥିବା ଖିରି ନେଇ ମନ୍ଦିରକୁ ଯାଇ ପୂଜା ଜାଣି ନ ଥିବାରୁ ପାତ୍ରଟି ଠାକୁରଙ୍କ ନିକଟରେ ଥୋଇ ‘ଆ ଠାକୁର ଖା ଖିରି, ବାପା ଯାଇଛନ୍ତି ବିଦେଶ କରି’ ଉକ୍ତ ଉକ୍ତିଟି କହି ଦୁଆର ବନ୍ଦ କରିଦେଇଥିଲେ। କିଛି ସମୟ ପରେ ଦେଖନ୍ତି ଖିରି ପାତ୍ରଟି ସମ୍ପୂର୍ଣ୍ଣ ଖାଲି ହୋଇଯାଇଥାଏ। ଶ୍ରୀକେତନ ଫେରିବା ପରେ ଏହା କଥା ଜାଣି ବିଶ୍ୱାସ ଗ୍ରହଣ କରିପାରି ନଥିଲେ। ଉକ୍ତ ଘଟଣାଟିକୁ ପରଖିବା ପାଇଁ ପୂର୍ବଦିନ ପରି ପୁଅକୁ ପଠାଇ କବାଟ ଫାଙ୍କରେ ଲୁଚି ଦେଖୁଥିଲେ। ସେ ଯେତେବେଳେ ଦେଖିଲେ ଠାକୁର ଆସି ଖିରି ଖାଆନ୍ତି, ସଙ୍ଗେ ସଙ୍ଗେ ଦୁଆର ଖୋଲି ଦେବା ବେଳେ ଠାକୁର ନିଜ ସ୍ଥାନକୁ ଫେରିବା ସମୟରେ ଗରମ ଖିରି ପଡି ତାଙ୍କ ଶରୀର ଫୋଟକା ହୋଇଥିଲା। ଏବେ ମଧ୍ୟ ଠାକୁରଙ୍କ ବିଗ୍ରହରେ ଫୋଟକା ଚିହ୍ନ ଦେଖିବାକୁ ମିଳେ। ସେହିଦିନଠାରୁ ଅଲାରନାଥଙ୍କ ପ୍ରିୟ ପ୍ରସାଦ ଖିରି ଭୋଗ। ଏହି ଅଣସର ସମୟରେ ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଖିରି ପ୍ରସାଦ ପାଇଁ ଆସିଥାନ୍ତି। ପ୍ରସାଦ ମନ୍ଦିରର ରୋଷଶାଳାରେ ସେବାୟତମାନେ ପ୍ରସ୍ତୁତ କରନ୍ତି। ପରେ ଏହାକୁ ମାଟିପାତ୍ରରେ ଭର୍ତ୍ତି କରି ଓଳି ପିଛା ୨୦ ଟଙ୍କାରୁ ଊର୍ଦ୍ଧ୍ୱ ଦରରେ ବିକ୍ରି କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri