ଛତିଶଗଡ଼ ଢାଞ୍ଚାରେ ଧାନ କିଣିବାକୁ ଚାଷୀଙ୍କ ଦାବି

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା-ଛତିଶଗଡ ରାଜ୍ୟର ଧାନ ସଂଗ୍ରହ ପ୍ରକ୍ରିୟା ତଥା ବିକ୍ରି ବ୍ୟବସ୍ଥା ମଧ୍ୟରେ ଆକାଶ ପାତାଳ ଫରକ ରହିଛି ବୋଲି ବରଗଡ଼ର ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନ ମତବ୍ୟକ୍ତ କରିଛି। ଉକ୍ତ ସଙ୍ଗଠନର ଏକ ପ୍ରତିନିଧି ଦଳ ଶୁକ୍ରବାର ଛତିଶଗଡ଼ର ଧାନ ବିକ୍ରି ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ଛତିଶଗଡ଼-ଓଡ଼ିଶା ସୀମାନ୍ତରେ ଥିବା ବିଭିନ୍ନ ମଣ୍ଡି ବୁଲିବାକୁ ଯାଇଥିଲେ। ବରିଷ୍ଠ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନ, ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁ, ଭେଡେନ ବ୍ଲକ ସଭାପତି ମହେଶ୍ବର ପ୍ରଧାନ ପ୍ରମୁଖ ଛତିଶଗଡ଼ ରାଜ୍ୟର ଚିବରାକୁଟା ଏବଂ ସାଗରପାଲି ମଣ୍ଡିକୁ ଯାଇ ସେଠାକାର ଚାଷୀ ଓ ସରକାରୀ ଅଧିକାରୀଙ୍କୁ ଭେଟି ଧାନ ବିକ୍ରି ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ।
ବରଗଡ଼ ଜିଲା ସୋହେଲାଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଅବସ୍ଥିତ କ୍ରୟକେନ୍ଦ୍ର ଏବଂ ୟାର୍ଡମାନଙ୍କରେ କୌଣସି ଭିତ୍ତିଭୂମି ନ ଥାଇ ମଧ୍ୟ ଅତି ସୁରୁଖୁରୁରେ ଧାନ କିଣାବିକା ଚାଲିଛି ବୋଲି ଉକ୍ତ ସଙ୍ଗଠନର ପ୍ରତିନିଧିବୃନ୍ଦ କହିଛନ୍ତି। ସେଠାକାର ଚାଷୀମାନଙ୍କୁ ସ୍ଥାନୀୟ ପ୍ରାଥମିକ ସେବା ସମବାୟ ସମିତି ଟୋକନ ଜାରି କରିଥାନ୍ତି। ଚାଷୀମାନେ ଟୋକନ ପାଇ ୟାର୍ଡକୁ ନିଜ ସାଧନରେ ଧାନ ଆଣନ୍ତି। ସେହି ଧାନକୁ ୟାର୍ଡ ଅଧିକାରୀ ଆର୍ଦ୍ରତା ପରୀକ୍ଷା କରି ୧୭ ପ୍ରତିଶତ ପର୍ଯ୍ୟନ୍ତ ଥିଲେ ବିକ୍ରିଯୋଗ୍ୟ ଘୋଷଣା କରନ୍ତି। ଅଧିକାରୀଙ୍କ ଘୋଷଣା ପରେ ଚାଷୀଙ୍କୁ ବସ୍ତା ଦିଆଯାଏ। ସେହି ଚାଷୀଙ୍କ ଧାନ ଓଜନ ପରେ ତାଙ୍କୁ ମାତ୍ର କିଛି ଘଣ୍ଟା ମଧ୍ୟରେ ରସିଦ ଦିଆଯାଇଥାଏ। ସେଠାରେ ଚାଷୀ ଗୋଟିଏ ଦିନରେ ଧାନ ବିକ୍ରିକରିଥାଏ ବୋଲି ଏହି ପ୍ରତିନିଧି ପ୍ରକାଶ କରିଛନ୍ତି।
ଗତ ସରକାର ସମୟରେ ଛତିଶଗଡ ଭଳି ଏଠାରେ ଧାନ ବିକ୍ରି ବ୍ୟବସ୍ଥା ପାଇଁ ଅନେକ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଦୀର୍ଘ ୨୪ ବର୍ଷ ଶାସନ କାଳରେ ୟାର୍ଡରେ ମିଲ ମାଲିକ ଓ ଦଲାଲମାନଙ୍କ ରାଜ୍‌ ଚାଲିଥିଲା ଏବଂ ଚାଷୀମାନେ କଟନୀଛଟନୀରେ କ୍ଷତିଗ୍ରସ୍ତ ହେଉଥିଲେ ବୋଲି ଉକ୍ତ ଚାଷୀ ସଙ୍ଗଠନ ଅଭିଯୋଗ କରିଛି। ଅନ୍ୟପକ୍ଷେ ବର୍ତ୍ତମାନର ସରକାର ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଦେବା ସହ କଟନୀ ଛଟନୀ ବନ୍ଦ କରାଯିବା, ମଣ୍ଡିରେ ଦଲାଲରାଜ ସମାପ୍ତ ଏବଂ ଜିଲାପାଳଙ୍କୁ ଧାନ ବିକ୍ରିର ସମ୍ପୂର୍ଣ୍ଣ କ୍ଷମତା ଦିଆଯିବା ପାଇଁ ଘୋଷଣା କରିଥିଲେ। କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ବର୍ତ୍ତମାନ ଓଡିଶାର ଧାନ କ୍ରୟକେନ୍ଦ୍ର ମାନଙ୍କରେ ଗ୍ରେନ୍‌ ଆନାଲାଇଜର୍‌ ମେଶିନ ଆଣି ଚାଷୀମାନଙ୍କ ସମସ୍ତ ଧାନକୁ ଅଯୋଗ୍ୟ ଘୋଷଣା କରାଯାଉଛି। ଏହି ଗ୍ରେନ୍‌ ଆନାଲାଇଜର୍‌ ମେଶିନ ଅନ୍ୟ କୌଣସି ରାଜ୍ୟରେ ନ ଥିବା ଉକ୍ତ ଚାଷୀ ସଙ୍ଗଠନର ପ୍ରତିନିଧିମାନେ କହିଛନ୍ତି। ଗ୍ରେନ୍‌ ଆନାଲାଇଜର ଭୟ ସହିତ ଟୋକନ ସମସ୍ୟା, ବସ୍ତା ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଆମ ଚାଷୀ ମଣ୍ଡିକୁ ଧାନ ଆଣିବା ପାଇଁ ଇଚ୍ଛା କରୁନାହାନ୍ତି। ଜନ ପ୍ରତିନିଧି ଏ ଦିଗରେ ଆଦୌ ଚିନ୍ତା କରୁ ନାହାନ୍ତି ବରଂ ଚାଷୀମାନଙ୍କୁ ବିଦ୍ରୂପ କରୁଛନ୍ତି ବୋଲି ସଙ୍ଗଠନ ଅଭିଯୋଗ କରିଛି।
ଆସନ୍ତା ୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସୋହେଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଧାନର ସହାୟକ ମୂଲ୍ୟଠାରୁ ୮୦୦ ଟଙ୍କା ଅତିରିକ୍ତ ସହାୟତା, ଛତିଶଗଡ ଭଳି ଧାନବିକ୍ରିରେ ବିକେନ୍ଦ୍ରୀକରଣ ବ୍ୟବସ୍ଥା, ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିକୁ କାର୍ଯ୍ୟକ୍ଷମ କରିବା ଏବଂ ଟୋକନ ସମସ୍ୟାର ସମାଧାନ ଜିଲା ପ୍ରଶାସନ ଦ୍ୱାରା କରିବା, ଡିଜିଟାଲ ଆନାଲାଇଜର୍‌ ମେଶିନ ବନ୍ଦ କରି ଧାନ କିଣିବା, ବସ୍ତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ ବୋଲି ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri