ଛତିଶଗଡ଼ ଢାଞ୍ଚାରେ ଧାନ କିଣିବାକୁ ଚାଷୀଙ୍କ ଦାବି

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା-ଛତିଶଗଡ ରାଜ୍ୟର ଧାନ ସଂଗ୍ରହ ପ୍ରକ୍ରିୟା ତଥା ବିକ୍ରି ବ୍ୟବସ୍ଥା ମଧ୍ୟରେ ଆକାଶ ପାତାଳ ଫରକ ରହିଛି ବୋଲି ବରଗଡ଼ର ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନ ମତବ୍ୟକ୍ତ କରିଛି। ଉକ୍ତ ସଙ୍ଗଠନର ଏକ ପ୍ରତିନିଧି ଦଳ ଶୁକ୍ରବାର ଛତିଶଗଡ଼ର ଧାନ ବିକ୍ରି ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ଛତିଶଗଡ଼-ଓଡ଼ିଶା ସୀମାନ୍ତରେ ଥିବା ବିଭିନ୍ନ ମଣ୍ଡି ବୁଲିବାକୁ ଯାଇଥିଲେ। ବରିଷ୍ଠ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନ, ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁ, ଭେଡେନ ବ୍ଲକ ସଭାପତି ମହେଶ୍ବର ପ୍ରଧାନ ପ୍ରମୁଖ ଛତିଶଗଡ଼ ରାଜ୍ୟର ଚିବରାକୁଟା ଏବଂ ସାଗରପାଲି ମଣ୍ଡିକୁ ଯାଇ ସେଠାକାର ଚାଷୀ ଓ ସରକାରୀ ଅଧିକାରୀଙ୍କୁ ଭେଟି ଧାନ ବିକ୍ରି ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ।
ବରଗଡ଼ ଜିଲା ସୋହେଲାଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଅବସ୍ଥିତ କ୍ରୟକେନ୍ଦ୍ର ଏବଂ ୟାର୍ଡମାନଙ୍କରେ କୌଣସି ଭିତ୍ତିଭୂମି ନ ଥାଇ ମଧ୍ୟ ଅତି ସୁରୁଖୁରୁରେ ଧାନ କିଣାବିକା ଚାଲିଛି ବୋଲି ଉକ୍ତ ସଙ୍ଗଠନର ପ୍ରତିନିଧିବୃନ୍ଦ କହିଛନ୍ତି। ସେଠାକାର ଚାଷୀମାନଙ୍କୁ ସ୍ଥାନୀୟ ପ୍ରାଥମିକ ସେବା ସମବାୟ ସମିତି ଟୋକନ ଜାରି କରିଥାନ୍ତି। ଚାଷୀମାନେ ଟୋକନ ପାଇ ୟାର୍ଡକୁ ନିଜ ସାଧନରେ ଧାନ ଆଣନ୍ତି। ସେହି ଧାନକୁ ୟାର୍ଡ ଅଧିକାରୀ ଆର୍ଦ୍ରତା ପରୀକ୍ଷା କରି ୧୭ ପ୍ରତିଶତ ପର୍ଯ୍ୟନ୍ତ ଥିଲେ ବିକ୍ରିଯୋଗ୍ୟ ଘୋଷଣା କରନ୍ତି। ଅଧିକାରୀଙ୍କ ଘୋଷଣା ପରେ ଚାଷୀଙ୍କୁ ବସ୍ତା ଦିଆଯାଏ। ସେହି ଚାଷୀଙ୍କ ଧାନ ଓଜନ ପରେ ତାଙ୍କୁ ମାତ୍ର କିଛି ଘଣ୍ଟା ମଧ୍ୟରେ ରସିଦ ଦିଆଯାଇଥାଏ। ସେଠାରେ ଚାଷୀ ଗୋଟିଏ ଦିନରେ ଧାନ ବିକ୍ରିକରିଥାଏ ବୋଲି ଏହି ପ୍ରତିନିଧି ପ୍ରକାଶ କରିଛନ୍ତି।
ଗତ ସରକାର ସମୟରେ ଛତିଶଗଡ ଭଳି ଏଠାରେ ଧାନ ବିକ୍ରି ବ୍ୟବସ୍ଥା ପାଇଁ ଅନେକ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଦୀର୍ଘ ୨୪ ବର୍ଷ ଶାସନ କାଳରେ ୟାର୍ଡରେ ମିଲ ମାଲିକ ଓ ଦଲାଲମାନଙ୍କ ରାଜ୍‌ ଚାଲିଥିଲା ଏବଂ ଚାଷୀମାନେ କଟନୀଛଟନୀରେ କ୍ଷତିଗ୍ରସ୍ତ ହେଉଥିଲେ ବୋଲି ଉକ୍ତ ଚାଷୀ ସଙ୍ଗଠନ ଅଭିଯୋଗ କରିଛି। ଅନ୍ୟପକ୍ଷେ ବର୍ତ୍ତମାନର ସରକାର ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଦେବା ସହ କଟନୀ ଛଟନୀ ବନ୍ଦ କରାଯିବା, ମଣ୍ଡିରେ ଦଲାଲରାଜ ସମାପ୍ତ ଏବଂ ଜିଲାପାଳଙ୍କୁ ଧାନ ବିକ୍ରିର ସମ୍ପୂର୍ଣ୍ଣ କ୍ଷମତା ଦିଆଯିବା ପାଇଁ ଘୋଷଣା କରିଥିଲେ। କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ବର୍ତ୍ତମାନ ଓଡିଶାର ଧାନ କ୍ରୟକେନ୍ଦ୍ର ମାନଙ୍କରେ ଗ୍ରେନ୍‌ ଆନାଲାଇଜର୍‌ ମେଶିନ ଆଣି ଚାଷୀମାନଙ୍କ ସମସ୍ତ ଧାନକୁ ଅଯୋଗ୍ୟ ଘୋଷଣା କରାଯାଉଛି। ଏହି ଗ୍ରେନ୍‌ ଆନାଲାଇଜର୍‌ ମେଶିନ ଅନ୍ୟ କୌଣସି ରାଜ୍ୟରେ ନ ଥିବା ଉକ୍ତ ଚାଷୀ ସଙ୍ଗଠନର ପ୍ରତିନିଧିମାନେ କହିଛନ୍ତି। ଗ୍ରେନ୍‌ ଆନାଲାଇଜର ଭୟ ସହିତ ଟୋକନ ସମସ୍ୟା, ବସ୍ତା ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଆମ ଚାଷୀ ମଣ୍ଡିକୁ ଧାନ ଆଣିବା ପାଇଁ ଇଚ୍ଛା କରୁନାହାନ୍ତି। ଜନ ପ୍ରତିନିଧି ଏ ଦିଗରେ ଆଦୌ ଚିନ୍ତା କରୁ ନାହାନ୍ତି ବରଂ ଚାଷୀମାନଙ୍କୁ ବିଦ୍ରୂପ କରୁଛନ୍ତି ବୋଲି ସଙ୍ଗଠନ ଅଭିଯୋଗ କରିଛି।
ଆସନ୍ତା ୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସୋହେଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଧାନର ସହାୟକ ମୂଲ୍ୟଠାରୁ ୮୦୦ ଟଙ୍କା ଅତିରିକ୍ତ ସହାୟତା, ଛତିଶଗଡ ଭଳି ଧାନବିକ୍ରିରେ ବିକେନ୍ଦ୍ରୀକରଣ ବ୍ୟବସ୍ଥା, ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିକୁ କାର୍ଯ୍ୟକ୍ଷମ କରିବା ଏବଂ ଟୋକନ ସମସ୍ୟାର ସମାଧାନ ଜିଲା ପ୍ରଶାସନ ଦ୍ୱାରା କରିବା, ଡିଜିଟାଲ ଆନାଲାଇଜର୍‌ ମେଶିନ ବନ୍ଦ କରି ଧାନ କିଣିବା, ବସ୍ତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ ବୋଲି ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri