ଟିକିରି,୨୨।୪ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ୍ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ସୋମବାର କାଶୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଂଘର ସଭାପତି ଜଗବନ୍ଧୁ ସିଂହ, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ଦଣ୍ଡସେନା, ଅଭିମନ୍ୟୁ ପୂଜାରି, କପିଳ ମହାଙ୍କୁଡଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଦାବିପତ୍ରରେ ମୁଖ୍ୟତଃ କେନ୍ଦ୍ର ଅନୁରୂପ ଚିକିତ୍ସା ଭତ୍ତା,କ୍ୟାସଲେସ ସ୍ବାସ୍ଥ୍ୟ ବୀମା ଯୋଜନା ୬୦ ବର୍ଷରୁ ଲାଗୁ କରିବା, ପିଜିପିଏ ବିଭାଗର ପୂନଃ ସ୍ଥାପନ, ୬୫ ବର୍ଷରୁ ଅତିରିକ୍ତ ପେନସନ ଲାଗୁ ଭଳି ୮ଟି ଦାବି ରହିଛି।