ନୂଆ ବ୍ଲକ୍‌ ଗଠନ ନେଇ ଦାବି ଦୋହରାଇଲେ ଅଞ୍ଚଳବାସୀ, ସରକାରୀ ପଦକ୍ଷେପ ନ ନେବାରୁ…

ଦାରିଙ୍ଗବାଡ଼ି,୧ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁର ୮ ପଞ୍ଚାୟତକୁ ନେଇ ନୂତନ ବ୍ଲକ ଗଠନ କରାଯିବା ଦାବି ଅଞ୍ଚଳବାସୀ ପୁଣି ଦୋହରାଇଛନ୍ତି। ଦୀର୍ଘ ୪ ଦଶନ୍ଧି ଧରି ବ୍ଲକ ଗଠନ ପାଇଁ ଦାବି ହୋଇଆସୁଥିବା ବେଳେ ଅଞ୍ଚଳବାସୀ ଏନେଇ ବାରମ୍ବାର ଦାବି କରିଆସିବା ସହ ଆନ୍ଦୋଳନ ଭଳି ପନ୍ଥା ଗ୍ରହଣ କରି ନିରାଶ ହେଉଛନ୍ତି। ବାରମ୍ବାର ଜିଲା ପ୍ରଶାସନ ନିକଟରେ ସାମୂହିକ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଆସୁଥିଲେ ମଧ୍ୟ ଫଳ ଶୂନ ବୋଲି ଅଞ୍ଚଳର ଲମ୍ବୋଦର ସିଂଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି।

୮ଟି ପଞ୍ଚାୟତ ତଥା କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡ଼ା, ବ୍ରାହ୍ମଣୀଗାଁ, ଗଦାପୁର, ହାତୀମୁଣ୍ଡା, ସରାମୁଳି ଓ ତାଜୁଙ୍ଗିଆ ପଞ୍ଚାୟତ ଦାରିଙ୍ଗବାଡ଼ି ବ୍ଲକ ହେଡ୍‌କ୍ୱାର୍ଟରଠାରୁ ୪୦ରୁ ୮୦ କିମି ପର୍ଯ୍ୟନ୍ତ ଦୂରତାରେ ରହିଛି। ସେହିପରି ଉକ୍ତ ଅଞ୍ଚଳରୁ ଜିଲା ହେଡ୍‌କ୍ୱାର୍ଟର ୧ ଶହ ୫୦ କିମିରୁ ୨ ଶହ କିମି ପର୍ଯ୍ୟନ୍ତ ଦୂରତା ହେଉଛି। ସେ ବ୍ଲକ ହେଉକି ଜିଲା ହେଡ୍‌କ୍ୱାର୍ଟର ଅଞ୍ଚଳବାସୀ ସରକାରୀ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଗଲେ ଗୋଟିଏ ଦିନରେ ନିଜ ଗାଁକୁ ଫେରିବା କଷ୍ଟ ହେଉଛି ଏବଂ କୌଣସି କାର୍ଯ୍ୟରେ ବାରମ୍ବାର ଯାତାୟାତ ମଧ୍ୟ ସମ୍ଭବ ହେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଆସୁଛନ୍ତି। ବ୍ଲକ, ତହସିଲ କାର୍ଯ୍ୟରେ ଅଞ୍ଚଳବାସୀ ଦାରିଙ୍ଗବାଡ଼ି ଆସି ବହୁତ ହଇରାଣ ଭୋଗୁଥିବା ଅଭିଯୋଗ ହୋଇଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଆସୁଛି। ତେବେ ରାଜ୍ୟରେ ଏବେ ପ୍ରଥମଥର ପାଇଁ ରାଜ୍ୟବାସୀଙ୍କ ବହୁମତରେ ଭାଜପା ସରକାର ଗଠନ କରିଛି ସରକାର ଗଠନ ହେବାର ୧ ବର୍ଷ ବିତିଯାଇଛି। ସରକାରଙ୍କ ନୂଆ ନୂଆ ଯୋଜନା ପ୍ରସ୍ତୁତି ହେଉଛି ଯାହାକି ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଅନେକ ଫାଇଦା ଦେଉଥିବା କୁହାଯାଉଛି। ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶାସନ କରୁଥିବା ଭାଜପା ସରକାରଙ୍କ ବିଭିନ୍ନ ନିଷ୍ପତ୍ତି ସାଧାରଣ ଲୋକଙ୍କୁ ସୁହାଉଛି ଓ ଆସ୍ଥା ବୃଦ୍ଧି ପାଉଥିବା କୁହାଯାଉଛି। ତେବେ ରାଜ୍ୟ ସରକାର ରାଜ୍ୟରେ ନୂତନ ବ୍ଲକ ଗଠନ କରିବା ପାଇଁ ଜାନୁଆରୀ ମାସରେ ନିଷ୍ପତ୍ତି ନେଇଥିଲେ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତଯୋଗ୍ୟ ପଦକ୍ଷେପ କୁହାଯାଉଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ବ୍ଲକ ଗଠନ ହୋଇପାରିବ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର ଆଶା ଓ ବିଶ୍ୱାସ ବୃଦ୍ଧି ପାଇଥିଲା କିନ୍ତୁ ସରକାର ଏପର୍ଯ୍ୟନ୍ତ କୌଣସି ବ୍ଲକ ପୁନର୍ଗଠନ ପ୍ରତି ପଦକ୍ଷେପ ନେଇ ନ ଥିବା ଯୋଗୁ ଆଶା ବାନ୍ଧିଥିବା ବ୍ରାହ୍ମଣୀଗାଁବାସୀ ପୁଣି ନିରାଶ ହୋଇଥିବା ଚର୍ଚ୍ଚା ହେଉଛି।

ରାଜ୍ୟ ସରକାର ଏହା ଉପରେ ବିଚାର ବିମର୍ଶ କରି ବ୍ରାହ୍ମଣୀଗାଁକୁ ବ୍ଲକ ଭାବେ ସ୍ଥାପନା କରିବେ ଯାହାଫଳରେ ଅଞ୍ଚଳବାସୀ ଉପକୃତ ହେବେ ବୋଲି କୁହାଯାଇଛି। ଆଞ୍ଚଳିକ ବ୍ଲକ ଗଠନ ଅଭିଯାନ କମିଟିର ସଭାପତି ବିକ୍ରମ ବାସ୍ତରାୟ କହିଛନ୍ତି ଯେ, ଚଳିତ ମାସରେ ପୁନର୍ବାର ବୈଠକ କରାଯିବ ଏବଂ ଜିଲା ଭାଜପା କମିଟି ମାଧ୍ୟମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ବ୍ରାହ୍ମଣୀଗାଁକୁ ଶୀଘ୍ର ବ୍ଲକ ଗଠନ ପାଇଁ ଦାବି ଜଣାଇବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri