ନୂଆ ବ୍ଲକ୍‌ ଗଠନ ନେଇ ଦାବି ଦୋହରାଇଲେ ଅଞ୍ଚଳବାସୀ, ସରକାରୀ ପଦକ୍ଷେପ ନ ନେବାରୁ…

ଦାରିଙ୍ଗବାଡ଼ି,୧ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁର ୮ ପଞ୍ଚାୟତକୁ ନେଇ ନୂତନ ବ୍ଲକ ଗଠନ କରାଯିବା ଦାବି ଅଞ୍ଚଳବାସୀ ପୁଣି ଦୋହରାଇଛନ୍ତି। ଦୀର୍ଘ ୪ ଦଶନ୍ଧି ଧରି ବ୍ଲକ ଗଠନ ପାଇଁ ଦାବି ହୋଇଆସୁଥିବା ବେଳେ ଅଞ୍ଚଳବାସୀ ଏନେଇ ବାରମ୍ବାର ଦାବି କରିଆସିବା ସହ ଆନ୍ଦୋଳନ ଭଳି ପନ୍ଥା ଗ୍ରହଣ କରି ନିରାଶ ହେଉଛନ୍ତି। ବାରମ୍ବାର ଜିଲା ପ୍ରଶାସନ ନିକଟରେ ସାମୂହିକ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଆସୁଥିଲେ ମଧ୍ୟ ଫଳ ଶୂନ ବୋଲି ଅଞ୍ଚଳର ଲମ୍ବୋଦର ସିଂଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି।

୮ଟି ପଞ୍ଚାୟତ ତଥା କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡ଼ା, ବ୍ରାହ୍ମଣୀଗାଁ, ଗଦାପୁର, ହାତୀମୁଣ୍ଡା, ସରାମୁଳି ଓ ତାଜୁଙ୍ଗିଆ ପଞ୍ଚାୟତ ଦାରିଙ୍ଗବାଡ଼ି ବ୍ଲକ ହେଡ୍‌କ୍ୱାର୍ଟରଠାରୁ ୪୦ରୁ ୮୦ କିମି ପର୍ଯ୍ୟନ୍ତ ଦୂରତାରେ ରହିଛି। ସେହିପରି ଉକ୍ତ ଅଞ୍ଚଳରୁ ଜିଲା ହେଡ୍‌କ୍ୱାର୍ଟର ୧ ଶହ ୫୦ କିମିରୁ ୨ ଶହ କିମି ପର୍ଯ୍ୟନ୍ତ ଦୂରତା ହେଉଛି। ସେ ବ୍ଲକ ହେଉକି ଜିଲା ହେଡ୍‌କ୍ୱାର୍ଟର ଅଞ୍ଚଳବାସୀ ସରକାରୀ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଗଲେ ଗୋଟିଏ ଦିନରେ ନିଜ ଗାଁକୁ ଫେରିବା କଷ୍ଟ ହେଉଛି ଏବଂ କୌଣସି କାର୍ଯ୍ୟରେ ବାରମ୍ବାର ଯାତାୟାତ ମଧ୍ୟ ସମ୍ଭବ ହେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଆସୁଛନ୍ତି। ବ୍ଲକ, ତହସିଲ କାର୍ଯ୍ୟରେ ଅଞ୍ଚଳବାସୀ ଦାରିଙ୍ଗବାଡ଼ି ଆସି ବହୁତ ହଇରାଣ ଭୋଗୁଥିବା ଅଭିଯୋଗ ହୋଇଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଆସୁଛି। ତେବେ ରାଜ୍ୟରେ ଏବେ ପ୍ରଥମଥର ପାଇଁ ରାଜ୍ୟବାସୀଙ୍କ ବହୁମତରେ ଭାଜପା ସରକାର ଗଠନ କରିଛି ସରକାର ଗଠନ ହେବାର ୧ ବର୍ଷ ବିତିଯାଇଛି। ସରକାରଙ୍କ ନୂଆ ନୂଆ ଯୋଜନା ପ୍ରସ୍ତୁତି ହେଉଛି ଯାହାକି ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଅନେକ ଫାଇଦା ଦେଉଥିବା କୁହାଯାଉଛି। ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶାସନ କରୁଥିବା ଭାଜପା ସରକାରଙ୍କ ବିଭିନ୍ନ ନିଷ୍ପତ୍ତି ସାଧାରଣ ଲୋକଙ୍କୁ ସୁହାଉଛି ଓ ଆସ୍ଥା ବୃଦ୍ଧି ପାଉଥିବା କୁହାଯାଉଛି। ତେବେ ରାଜ୍ୟ ସରକାର ରାଜ୍ୟରେ ନୂତନ ବ୍ଲକ ଗଠନ କରିବା ପାଇଁ ଜାନୁଆରୀ ମାସରେ ନିଷ୍ପତ୍ତି ନେଇଥିଲେ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତଯୋଗ୍ୟ ପଦକ୍ଷେପ କୁହାଯାଉଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ବ୍ଲକ ଗଠନ ହୋଇପାରିବ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର ଆଶା ଓ ବିଶ୍ୱାସ ବୃଦ୍ଧି ପାଇଥିଲା କିନ୍ତୁ ସରକାର ଏପର୍ଯ୍ୟନ୍ତ କୌଣସି ବ୍ଲକ ପୁନର୍ଗଠନ ପ୍ରତି ପଦକ୍ଷେପ ନେଇ ନ ଥିବା ଯୋଗୁ ଆଶା ବାନ୍ଧିଥିବା ବ୍ରାହ୍ମଣୀଗାଁବାସୀ ପୁଣି ନିରାଶ ହୋଇଥିବା ଚର୍ଚ୍ଚା ହେଉଛି।

ରାଜ୍ୟ ସରକାର ଏହା ଉପରେ ବିଚାର ବିମର୍ଶ କରି ବ୍ରାହ୍ମଣୀଗାଁକୁ ବ୍ଲକ ଭାବେ ସ୍ଥାପନା କରିବେ ଯାହାଫଳରେ ଅଞ୍ଚଳବାସୀ ଉପକୃତ ହେବେ ବୋଲି କୁହାଯାଇଛି। ଆଞ୍ଚଳିକ ବ୍ଲକ ଗଠନ ଅଭିଯାନ କମିଟିର ସଭାପତି ବିକ୍ରମ ବାସ୍ତରାୟ କହିଛନ୍ତି ଯେ, ଚଳିତ ମାସରେ ପୁନର୍ବାର ବୈଠକ କରାଯିବ ଏବଂ ଜିଲା ଭାଜପା କମିଟି ମାଧ୍ୟମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ବ୍ରାହ୍ମଣୀଗାଁକୁ ଶୀଘ୍ର ବ୍ଲକ ଗଠନ ପାଇଁ ଦାବି ଜଣାଇବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri