ତେଜିଲା ନ୍ୟାୟ ପ୍ରଦାନ ଦାବି: ୧୭ ଘଣ୍ଟା ପରେ ଛାତ୍ରୀଙ୍କ ମୃତଦେହ ନେଲେ ପରିବାର

ଉଦଳା,୧୩ା୪(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଶାଳଖୁଣ୍ଟା ଏସ୍‌ଏସ୍‌ଡି ଆଶ୍ରମ ବିଦ୍ୟାଳୟରେ ରବିବାର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମାତ୍ର ୩ ଫୁଟ୍‌ ଉଚ୍ଚରେ ଥିବା ବାଉଁଶରୁ ତାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଦୁନିଆ କ’ଣ ଭଲଭାବେ ଜାଣି ନ ଥିବା ଜଣେ କୋମଳମତି ଛାତ୍ରୀ ଆତ୍ମହତ୍ୟା କରିବା କଥାକୁ କେହି ଗ୍ରହଣ କରିପାରୁନାହାନ୍ତି। ତାଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ମୃତା ଛାତ୍ରୀଙ୍କ ବାପା ସୁଶାନ୍ତ ମଢ଼େଇ ଥାନାରେ ଅଭିଯୋଗ କରିଛନ୍ତି।

ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା(ନଂ.୧୪୦/୨୫) ରୁଜୁ କରି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ନ୍ୟାୟ ପ୍ରଦାନ ଦାବିରେ ପରିବାର ଲୋକେ ମୃତଦେହ ନେଇ ନ ଥିଲେ। ଫଳରେ ୧୭ ଘଣ୍ଟାରୁ ଅଧିକ ହେବ ମେଡ଼ିକାଲରେ ମୃତଦେହ ପଡ଼ି ରହିଥିଲା। ବିଭାଗୀୟ ଅଧିକାରୀଙ୍କ ବୁଝାଶୁଝା ସହ ୨ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାର ପ୍ରତିଶ୍ରୁତି ଦେବାପରେ ପରିବାର ଲୋକେ ମୃତଦେହ ଘରକୁ ନେଇଥିବା ଜଣାପଡିଛି। ଅନ୍ୟପକ୍ଷେ ଘଟଣାର ଉର୍ଚ୍ଚସ୍ତରୀୟ ତଦନ୍ତ ଦାବି କରିଶ୍ର ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।

ଜିଲା ମଙ୍ଗଳ ଅଧିକାରୀ ଗୁରୁ ଚରଣ ମଲ୍ଲିକ, ଉଦଳା ବିଡିିଓ ସମରଜିତ କର, ପ୍ରକଳ୍ପ ପ୍ରଶାସକ ନରେନ୍ଦ୍ର ଖମାରି, ତହସିଲଦାର ସୁପ୍ରଭା ଦାସଙ୍କ ସମେତ ଶିଶୁ ମଙ୍ଗଳ ଅଧିକାରୀ ପହଞ୍ଚି ମୃତା ଛାତ୍ରୀଙ୍କ ପରିବାର ବର୍ଗଙ୍କ ସହିତ ଆଲୋଚନା କରିଥିଲେ।

ସୂଚନା ଅନୁଯାୟୀ, ଶାଳଖୁଣ୍ଟା ଏସ୍‌ଏସ୍‌ଡି ବିଦ୍ୟାଳୟରେ କପ୍ତିପଦା ବ୍ଲକ ଅଧୀନ ପଦ୍ମପୋଖରୀ ଗଁାର ସୁଶାନ୍ତଙ୍କ ଝିଅ କାନ୍ଦରୀ(୮) ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରୀ ଖାଦ୍ୟ ଖାଇବା ପାଇଁ ଯାଉଥିଲେ। ଏହି ସମୟରେ କାନ୍ଦରୀଙ୍କ ମୃତଦେହ ୩ ଫୁଟ୍‌ ଉଚ୍ଚ ଏକ ବାଉଁଶରେ ଝୁଲୁଥିବା ସାଙ୍ଗମାନେ ଦେଖିଥିଲେ।

ଖବରପାଇ ହଷ୍ଟେଲ ମାଟ୍ରୋନ ଦୁଲାରୀ ହଁାସଦା ପହଞ୍ଚି ଅନ୍ୟ ଛାତ୍ରୀମାନଙ୍କ ସହିତ ମିଶି କାନ୍ଦରୀଙ୍କୁ ଉଦ୍ଧାର କରିଥିଲେ। ପରେ ପ୍ରଧାନଶିକ୍ଷକ ବୃନ୍ଦାବନ ପୃଷ୍ଟି ଏବଂ ମାଟ୍ରୋନ କାନ୍ଦରୀଙ୍କୁ ଉଦଳା ହସ୍ପିଟାଲ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲୋକେ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ। ଏନେଇ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା। ଏପରିକି ହଷ୍ଟେଲ କର୍ତ୍ତୃପକ୍ଷ, ମାଟ୍ରୋନ ଏବଂ ପ୍ରଧାନ ଶିକ୍ଷକଙ୍କ ଅବହେଳା ପାଇଁ ଏଭଳି ଘଟଣା ଘଟିଥିବା ମୃତା ଛାତ୍ରୀଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

ଏହି ଅଲରାଉଣ୍ଡରଙ୍କ ପାଇଁ ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଲେ ରବିଚନ୍ଦ୍ରନ ଅଶ୍ୱିନ

ନୂଆଦିଲ୍ଲୀ,୬।୧୨: ପୂର୍ବତନ ଭାରତୀୟ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କରିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ...

ଧାନ କିଣାବିକା ମନ୍ଥର: ସପ୍ତାହରେ ଉଠିଛି ୭.୧୧ ହଜାର ପ୍ୟାକେଟ

ଅତାବିରା,୬ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ନଭେମ୍ବର ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଅତାବିରା...

ପୁଟିନଙ୍କ ଗସ୍ତରୁ ଭାରତକୁ ମିଳିଲା ବଡ଼ ଲାଭ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରି ଶୁକ୍ରବାର (ଡିସେମ୍ବର ୫, ୨୦୨୫) ମସ୍କୋ ଅଭିମୁଖେ ଯାତ୍ରା...

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri