ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର କାରଗିଲ ସହିଦ ଭବନରେ ଗ୍ରାହକ ଦିବସ ପାଳନ ହୋଇଯାଇଛି । ଭଞ୍ଜନଗର ଉପଖଣ୍ଡ ଅତିରିକ୍ତ ଯୋଗାଣ ଅଧିକାରୀ ଶୁଭରାଜ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ଖାଉଟି ସଚେତନ ହେଲେ ସେମାନେ ଠକେଇର ଶିକାର ହେବେ ନାହିଁ । ତେଣୁ ଗ୍ରାହକମାନେ ପ୍ରଥମେ ସଚେତନ ହେବାକୁ ପଡିବ। ନୀତି ନିୟମ ଜାଣିବା ଦରକାର ବୋଲି କହିଥିଲେ।

ସମ୍ମାନୀୟ ଅତିଥି ଭାବେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଯୋଗଦେଇ ଡିଜିଟାଲ ଭାରତ ଯୋଜନାରେ ଇ ସେବା ମାଧ୍ୟମରେ ଗ୍ରାହକ ମାନେ ଟଙ୍କା କାରବାର କରିବା ଉପରେ ଗୁରୁତ୍ବ ଦେଇଥିଲେ । ବ୍ୟାଙ୍କ, ବୀମା, ବିଦ୍ୟୁତ, ମୋବାଇଲ, ଇଣ୍ଟରନେଟ୍, ଶିକ୍ଷା, ସ୍ୱାସ୍ଥ୍ୟ,ଡାକ, ଷ୍ଟକ ବଜାର,ରେଲ ଓ ବିମାନ , ପରିବହନ ସେବାରେ ଯାତ୍ରୀମାନେ ଅନେକ ସମୟରେ ଠକେଇର ଶିକାର ହେଉଛନ୍ତି। ଭଞ୍ଜନଗର ପେଟ୍ରୋଲ ପମ୍ପ ରେ ଫ୍ରି ଏୟାର ସେବା ମିଳୁନାହିଁ। ପରିସ୍ରାଗାର, ଲେଟିନ ସଫା ରହୁନାହିଁ। ଏଥିପ୍ରତି ପେଟ୍ରୋଲ ପମ୍ପ ମାଲିକ୍ମାନେ ଦୃଷ୍ଟି ଦେଉନାହାନ୍ତି। ସହରରେ ଥିବା ହୋଟେଲ ଗୁଡିକରେ ନିମ୍ନ ମାନର ଖାଦ୍ୟ ବିକ୍ରି ହେଉଛି। ବିଭିନ୍ନ ହୋଲସେଲ ଦୋକାନରେ ମଧ୍ଯ ନିମ୍ନ ମାନର ଜିନିଷ ବିକ୍ରି ହେଉଛି। ଔଷଧ ଦୋକାନରେ ମଧ୍ଯ ଏହି ସମସ୍ୟା।

ସହରର ଅଧିକାଂଶ ସ୍ଥାନରେ ନକଲି ଜିନିଷ ବିକ୍ରି ହେଉଛି। ଖାଦ୍ୟ ଇନ୍ସପେକ୍ଟର ନିଜ ଦାୟିତ୍ୱ ସୁଚାରୁପେ ତୁଲାଉ ନାହାନ୍ତି। ଫଳରେ ନକଲି ଜିନିଷରେ ଅସଲି ଗ୍ରାହକ ଠକେଇ ଶିକାର ହେଉଛନ୍ତି । ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାପାଇଁ ବୈଠକରେ କିଛି ବକ୍ତା ଦାବି କରିଥିଲେ। ବୋର୍ଡ ସମ୍ପାଦକ ପ୍ରକାଶ ସାହୁ ତାଲିମ ଦେଇ ଗ୍ରାହକ ମାନଙ୍କୁ ମିଳୁଥିବା ସୁବିଧା ଏବଂ ଅନ୍ୟାନ୍ୟ ବିଷୟରେ ସଚେତନ କରାଇଥିଲେ। ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ପାଇଁ ଅଧିକାଂଶ ବକ୍ତା ଦାବୀ କରିଥିଲେ। ସ୍ମାର୍ଟ ମିଟରକୁ ମଧ୍ଯ ବିରୋଧ କରାଯାଇଥିଲା । ଗ୍ରାହକ ପଞ୍ଚାୟତ ସଭାପତି ତ୍ରିନାଥ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri