ସୁନାବେଡା/ସେମିଳିଗୁଡ଼ା,୨୭ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼)- କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ଗୁଣ୍ଠାପୁଟ ପଞ୍ଚାୟତରେ ମିଳିତ ଜନ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡିଓ ଯସ୍ମିନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୋଟ ୬ ଅଭିଯୋଗର ଶୁଣାଣି ହୋଇଥିଲା। ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଶିବିରରେ ଏବିଡିଓ ବସନ୍ତ ବେହେରା, ବିଏସ୍ଏସ୍ଓ ଟି. ଶୁରଭି, ବିପିସି ପେଶା ପ୍ରମୋଦ ଖିଲ, ବିପିଏ ସୁନୀଲ ଗରଡା, ସରପଞ୍ଚ ବଳଭଦ୍ର ବୋରା ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିବିରରେ ପଞ୍ଚାୟତ ଅଧୀନ ପୋଡାପଦର, ପଣସପୁଟ ଓ ହାଡ଼ିଗୁଡ଼ା ଗାଁ ରାସ୍ତା ମରାମତି କରିବାକୁ ନେଇ ଅଭିଯୋଗ ହୋଇଛି। ପୋଡ଼ାପଦର ଗାଁରେ ସିସି ଡ୍ରେନ ନିର୍ମାଣ ପାଇଁ ଅଭିଯୋଗ ହୋଇଛି। ବଡ଼ ଚୋରି ଗାଁରେ ସଦର ମଣ୍ଡପ ମରାମତି ଓ ଏକ କଲଭର୍ଟ ନିର୍ମାଣ କରିବାକୁ ଅଭିଯୋଗ କରାଯାଇଛି। ସମସ୍ତ ବିଭାଗୀୟ ଅଧିକାରୀ ସରକାରୀ ଯୋଜନା ନେଇ ଲୋକଙ୍କୁ ବୁଝାଇଥିଲେ।