ଯନ୍ତ୍ରୀ ସତ୍ୟନାରାୟଣ ବେହେରାଙ୍କ ପୁନଃ ନିଯୁକ୍ତି ଦାବି: ୧୨ ଗ୍ରାମର ଜନସାଧାରଣଙ୍କ ଚେତାବନୀ, ବିଡ଼ିଓ ନିରବ

ଥୁଆମୂଳ ରାମପୁର,୨୯।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ଗ୍ରାମ ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ (ଜେଇ) ସତ୍ୟନାରାୟଣ ବେହେରାଙ୍କ ଅକାରଣ ବଦଳିକୁ ନେଇ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଜଣେ ଦକ୍ଷ ଓ ସ୍ୱଚ୍ଛ ଅଧିକାରୀ ଭାବେ ଜନପ୍ରିୟ ଥିବା ସତ୍ୟନାରାୟଣଙ୍କ ସମୟରେ ମନରେଗା ଓ ଆବାସ ଯୋଜନା ଭଳି କାର୍ଯ୍ୟ ସୁରୁଖୁରୁରେ ଚାଲୁଥିଲା। ମାତ୍ର ପ୍ରଶାସନର ମନମୁଖୀ ନିଷ୍ପତ୍ତି କ୍ରମେ ତାଙ୍କ ସ୍ଥାନରେ ପ୍ରତାପ ସାହୁଙ୍କୁ ଦାୟିତ୍ୱ ଦେବା ପରଠାରୁ ପଞ୍ଚାୟତର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଠପ୍ ହୋଇଯାଇଥିବା ଏବଂ ଶ୍ରମିକମାନେ ପ୍ରାପ୍ୟରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

ଏହି ସ୍ୱେଚ୍ଛାଚାରିତା ବିରୋଧରେ ଗତ ୧୮ ତାରିଖ ଦିନ ପଞ୍ଚାୟତର ୧୨ଟି ଗ୍ରାମର (ମୋତାଚୁଆଁ, କୋଷାବରା, ତେରଙ୍ଗାସିଲ, କାଠକୁରା, ପୋଖରା, ଥୁଆମୂଳ ରାମପୁର, ପୋଇଗୁଡ଼ା, ଦେରଗୁଡ଼ା, ଟିକ୍ରାଗୁଡ଼ା, ମେଳକୁନ୍ଦେଲ, ବଡ଼ବଣ୍ଡେଲ ଓ ପିଣ୍ଡାପଦର) ଶତାଧିକ ଗ୍ରାମବାସୀ ଏବଂ ଗାଁ ସାଥୀମାନେ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କୁ ଗୁହାରି ଜଣାଇଥିଲେ । ମାତ୍ର ୧୧ ଦିନ ବିତିଯାଇଥିଲେ ହେଁ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି କୌଣସି ସନ୍ତୋଷଜନକ ପଦକ୍ଷେପ ନେଇନଥିବାରୁ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।
ସୁରେନ୍ଦ୍ର ନାଏକ, ହିରନ୍ ନାଏକ, କୌଶଲ୍ୟା ନାଏକ, ବଳରାମ ମାଝୀ, ପ୍ରଦୀପ କୁମାର ନାଏକ, ଗାଁ ସାଥି ଅଙ୍ଗଦ ନାଏକ, ସୁଶାନ୍ତ ନାଏକ, ଲଛମନ ନାଏକ, ମୋହନ ମାଝୀ, ଗାଁ ସାଥୀ ଡମ୍ବରୁଧର ନାଏକ, ରଘୁମଣି ନାଏକ, ଗାଁ ସାଥୀ ଅଜୟ ମାଝୀ, ଗାଁ ସାଥୀ ବଳଭଦ୍ର ନାଏକ, ଉଗ୍ରେଶନ୍ ନାଏକ, କୈଳାଶ ଚନ୍ଦ୍ର ନାଏକ, ଲିପୁନ୍ ନାଏକ ଓ ଧର୍ମେନ୍ଦ୍ର ନାଏକଙ୍କ ସମେତ ସ୍ଥାନୀୟ ଜନସାଧାରଣ ଚେତାବନୀ ଦେଇଛନ୍ତି ଯେ, ଯଦି ତୁରନ୍ତ ସତ୍ୟନାରାୟଣ ବେହେରାଙ୍କୁ ପୁନଃ ପଞ୍ଚାୟତ ଦାୟିତ୍ୱ ପ୍ରଦାନ କରାନଯାଏ, ତେବେ ଆଗାମୀ ଦିନରେ ସମସ୍ତ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ।

ଅପରପକ୍ଷରେ ଏନେଇ ପଚାରିବାରୁ ବିଡ଼ିଓ “ଆମେ ଦେଖିବୁ କ’ଣ ହୋଇପାରିବ କରିବୁ” ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାର ପରେ ବର୍ତ୍ତମାନର ଯନ୍ତ୍ରୀ ପ୍ରତାପ ସାହୁଙ୍କୁ ଏହି ପଞ୍ଚାୟତରୁ ହଟାଇ ପୂର୍ବ ଯନ୍ତ୍ରୀ ସତ୍ୟ ନାରାୟଣ ବେହେରାଙ୍କୁ ପୁନଃ ନିଯୁକ୍ତି ଦେଉଛନ୍ତି ନା ନାହିଁ ସେଥିରୁ ଅନୁମାନ କରାଯିବ ଏହି ପଞ୍ଚାୟତର ବିକାଶ କଥା ବ୍ଲକ୍ ପ୍ରଶାସନ କେମିତି ବୁଝୁଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

OSEPAର ବଡ଼ ଘୋଷଣା: ଏହି ଦିନ ହେବ ସମେଟିଭ-୧ ପରୀକ୍ଷା

ଭୁବନେଶ୍ୱର,୩୧।୮: OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଛାତ୍ରୀଛାତ୍ରମାନଙ୍କ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ ବୋଲି ଘୋଷଣା…

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

ବିଜେଡିର ବଡ଼ ଚେତାବନୀ: MMDR ପ୍ରତ୍ୟାହାର ନ ହେଲେ ଧାରଣା

ଭୁବନେଶ୍ୱର,୩୧।୮:ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬(MMDR) ପ୍ରତ୍ୟାହାର ନ ହେବା ଯାଏ ରାଜଭବନ ଆଗରେ ଧାରଣା ଦିଆଯିବ ବୋଲି ସୋମବାର ଅନୁଷ୍ଠିତ…

ଚାଷଜମିରୁ ଆଠ ଫୁଟର ଅଜଗରକୁ ଉଦ୍ଧାର କଲେ ଗ୍ରାମବାସୀ, ସରପଞ୍ଚ..

ବଡ଼ଗାଁ,୩୧।୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଅଞ୍ଚଳରେ ବର୍ଷା ଋତୁରେ ଅଜଗର ସାପ ଗାଁ ସହ ଚାଷଜମିରେ ଦେଖାଯାଇଥାନ୍ତି। ଚଳିତବର୍ଷ ବଡ଼ଗାଁର ସାପ ଧରାଳି ମହେନ୍ଦ୍ର ନାଏକ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଏସ୍‌ପି: ଭିତ୍ତିଭୂମି ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ସହ….

ଦାରିଙ୍ଗବାଡ଼ି, ୩୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସୋମବାର କନ୍ଧମାଳ ଏସ୍‌ପି ରମେନ୍ଦ୍ର ପ୍ରସାଦ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇଛନ୍ତି। ଏସ୍‌ପିଙ୍କୁ…

୫ ଓ ୬ରେ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ: ପଞ୍ଚାୟତ ନିର୍ବାଚନ ପାଇଁ ହେବ ରୋଡ୍‌ମ୍ୟାପ୍‌

ଭୁବନେଶ୍ବର,୩୧।୮: ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଚଳିତଥର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳରେ ହେବା ନେଇ…

‘କେସିଙ୍ଗା ସହରକୁ ବିକାଶ କ୍ଷେତ୍ରରେ ରହିଛି ଟ୍ୟାକ୍ସର ଆବଶ୍ୟକତା’

କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ନିଜକୁ ଶାସନ କରୁଥିବା ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri