ବିଦ୍ୟୁତ୍‌ ଖୁଣ୍ଟ, କେବୁଲ ତାର ସଂଯୋଗ ପାଇଁ ଶକ୍ତିମନ୍ତ୍ରୀଙ୍କୁ ଦାବିପତ୍ର

ଜୁନାଗଡ, ୨୫।୧୧ (ଡି.ଏନ.ଏ.) – କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ନକଟିଗୁଡା ଓ ବାଣ୍ଡିବସୁଲ ଗ୍ରାମରେ ବିଦ୍ୟୁତ୍‌ ଖୁଣ୍ଟ ଓ କେବୁଲ ତାର ସଂଯୋଗ ପାଇଁ ସ୍ଥାନୀୟ ସମିତି ସଭ୍ୟ ବିକାଶ ରଞ୍ଜନ ସରାଫ ସୋମବାର ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଯେ, ନକଟିଗୁଡା ପଞ୍ଚାୟତ ନକଟିଗୁଡା ଓ ବାଣ୍ଡିବସୁଲ ଗ୍ରାମର କେତେକ ବିଦ୍ୟୁତ୍‌ ପୋଲ ଓ ସଂଯୋଗ ହୋଇଥିବା ତାର ଦୀର୍ଘଦିନ ହେବ ବଦଳା ଯାଇ ନ ଥିବାରୁ ତାହା ଏବେ ନଷ୍ଟ ହେବାକୁ ବସିଲାଣି। ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ ଓ ତାର ଯୋଗୁ ସ୍ଥାନୀୟ ଲୋକଙ୍କ ପାଇଁ ବିପଦ ହୋଇପାରେ। ଲୋକଙ୍କ ଧନଜୀବନ ପ୍ରତି ସଚେତନ ହୋଇ ଆବଶ୍ୟକ ପୋଲ ଓ କେବୁଲ ତାର ସଂଯୋଗ ପାଇଁ ଶକ୍ତିମନ୍ତ୍ରୀଙ୍କୁ ସେ ନିବେଦନ କରିଛନ୍ତି। ଶୀଘ୍ର ଏହାର ସମାଧାନ କରାଯିବ ବୋଲି ଶକ୍ତିମନ୍ତ୍ରୀ କ୍ୟାପଟେନ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

କୁଲାଡରେ ରାଜ୍ୟସ୍ତରୀୟ ଭଞ୍ଜଜୟନ୍ତୀ ପାଳିତ: ଏମାନଙ୍କୁ ମିଳିଲା ଭଞ୍ଜଶ୍ରୀ ଉପାଧି

ଭଞ୍ଜନଗର,୩।୩(ବାବୁଲା ପ୍ରଧାନ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମପୀଠ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡଠାରେ ଦୁଇଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ୩୬ ତମ ଭଞ୍ଜ ଜୟନ୍ତୀ…

କୋର୍ଟକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କେନ୍ଦୁଝର,୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କୋର୍ଟକୁ ବୋମା ପକାଇ ଉଡ଼ାଇ ଦେବାକୁ ସନ୍ଦେହପୂର୍ଣ୍ଣ ଇ-ମେଲ ଆସିବା ପରେ ଆଜି ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।…

ସ୍କୁଲ ହଷ୍ଟେଲରେ ଆଖିବୁଜିଲେ ଛାତ୍ରୀ: ସାଂଘାତିକ ଅଭିଯୋଗ ଆଣିଲେ ପରିବାର

ରାୟଗଡା,୩/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ…

ଛେଳି ଚୋରିକୁ ନେଇ କଙ୍ଗାରୁ କୋର୍ଟ: ନବମ ଶ୍ରେଣୀ ଛାତ୍ରଙ୍କ ଗଲା ଜୀବନ, ୧୨ ଗ୍ରାମବାସୀ ଗିରଫ

ବାରିପଦା,୩।୩ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଛେଳି ଚୋରକୁ ନେଇ କଙ୍ଗାରୁ କୋର୍ଟ। ଘଟଣାକୁ ନେଇ ଦୁଇ ଜଣଙ୍କୁ ନିସ୍ତୁକ ମାଡ଼ ପରେ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି…

ଭାଜପାର ମିଶ୍ରଣ ପର୍ବ କଂଗ୍ରେସ, ବିଜେଡିର ୩ ଶହରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ସାମିଲ

ଭବାନୀପାଟଣା,୨ା୩(ଉତ୍ତମ କୁମାର ଦାଶ:) କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲଠାରେ ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ୱରେ ଅନୁଷ୍ଠିତ…

ଶୋଇଥିଲେ ସ୍ବାମୀ-ସ୍ତ୍ରୀ: ଘରେ ପଶିଲେ ୫ ମୁଖା ପିନ୍ଧା ଯୁବକ, ଆଉ ତା’ପରେ…

ଲଇକେରା,୩।୩(ରଞ୍ଜନ କୁମାର ମେହେର): ଲଇକେରା ଥାନା ତାଳମୁଣ୍ଡାଠାରେ ସ୍ବାମୀ-ସ୍ତ୍ରୀ ଦୁଇ ଜଣଙ୍କର ଗୋଡ ହାତ ବାନ୍ଧି ବନ୍ଧୁକ ଦେଖାଇ ନେଇଗଲେ ଲକ୍ଷାଧିକ ଟଙ୍କା ସହିତ ୧୫ ଭରି…

ଶ୍ରୀମନ୍ଦିର ଦୋଳବେଦୀ ନିକଟରେ ଠେଲାପେଲା: ଭକ୍ତ ଆହତ

ପୁରୀ,୩।୩: ଶ୍ରୀମନ୍ଦିର ଦୋଳବେଦୀ ନିକଟ ସମ୍ମୁଖ ଦ୍ବାରରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି। ଦୋଳବେଦୀକୁ ଚଳନ୍ତି ପ୍ରତିମା ବିଜେ ସମୟରେ ଏହି ଅଘଟଣ ଘଟିଛି। ଉତ୍ତର ପ୍ରଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri