ଅଞ୍ଚଳର ବିକାଶ ପାଇଁ ୩ ବ୍ଲକକୁ NAC ଘୋଷଣା ଦାବି

ଦାରିଙ୍ଗବାଡି, ୯।୯ (ଅରୁଣ ସାହୁ):କନ୍ଧମାଳ ଜିଲାର ପ୍ରମୁଖ ସହର ତଥା ବ୍ଲକ ହେଡକ୍ୱାଟର ଦାରିଙ୍ଗବାଡି ସମେତ ରାଇକିଆ ଓ ଟିକାବାଲିକୁ ରାଜ୍ୟ ସରକାର ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବାକୁ ଜି. ଉଦୟଗିରି ବ୍ଲକ ଗଟାମାହା ଗ୍ରାମର ଯୁବକ ରାଜେଶ ବଗର୍ତ୍ତୀ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କୁ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ ତଥା ଦାବି ଜଣାଇଛନ୍ତି। ସେ ଏହି ୩ଟି ବ୍ଲକକୁ ସରକାର ତୁରନ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ଦିଅନ୍ତୁ। ଏହା ହେଲେ ଅଞ୍ଚଳର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।

ସେ ତାଙ୍କ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଜିଲାର ଦାରିଙ୍ଗବାଡ଼ି, ରାଇକିଆ ଏବଂ ଟିକାବାଲି ଏହି ତିନୋଟି ବ୍ଳକ ଜିଲାର ଅନ୍ୟତମ ପ୍ରମୁଖ ସହର ଭାବେ ପରିଚିତ । ଦୈନନ୍ଦିନ ଭକ୍ତ ୩ ଗୋଟି ସହର ଉପରେ ହଜାର ହଜାର ଜନସାଧାରଣମାନେ ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ଆସିଥାନ୍ତି, ଏହା ବ୍ୟତୀତ ଉକ୍ତ ତିନୋଟି ଅଞ୍ଚଳରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକକୁ ପରିଭ୍ରମଣ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ । ସେହି ଦୃଷ୍ଟିକୋଣରୁ ଦେଖୁବାକୁ ଗଲେ ବିଗତ କିଛି ବର୍ଷ ହେବ ଉକ୍ତ ୩ଟି ସହରରେ ଉଭୟ ଜନସଂଖ୍ୟା ଏବଂ ପରିସୀମା ବୃଦ୍ଧି ପାଇବାରେ ଲାଗିଛି । ସହରୀ ସଭ୍ୟତା ବୃଦ୍ଧି ପାଇଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଆଜି ପର୍ଯ୍ୟନ୍ତ ଆଖିଦୃଶିଆ ସହରଗୁଡ଼ିକର ଆନୁଷଙ୍ଗିକ ଭିରିଭୂମି ବିକାଶ ହୋଇ ପାରିନାହିଁ, ଯାହା ଦ୍ବାରା ଉକ୍ତ ତିନୋଟି ସହରରେ ବସବାସ କରୁଥିବା ସହରବାସୀ ଏବଂ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ନିକଟରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟରେ ଥିବା ବିଭିନ୍ନ ଛୋଟ ଛୋଟ ସହର ଗୁଡ଼ିକକୁ ନୂତନ ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ଉକ୍ତ ତାଲିକାକୁ କନ୍ଧମାଳ ଜିଲାର ଏହି ତିନୋଟି ସହରକୁ ବାଦ ଦିଆଯାଇଛି। ବାରମ୍ବାର ଦାବି ଉପସ୍ଥାପନ କରିବା ସତ୍ତ୍ବେ ଜିଲାର ଏହି ୩ ସହର ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ନ ମିଳିବା ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ଉକ୍ତ ତିନୋଟି ସହରକୁ ନୂତନ ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପ୍ରଦାନ କରାଗଲେ ସହରୀକରଣ ମାଧ୍ୟମରେ ସହର ଗୁଡ଼ିକର ବିଭିନ୍ନ ଭିରିଭୂମି ବିକାଶ ହୋଇପାରିବ, ଯାହା ଦ୍ବାରା ସହରବାସୀ ସହରୀକରଣ ମାଧ୍ୟମରେ ବିଶେଷ ଆନୁଷଙ୍ଗିକ ସୁବିଧା ପାଇପାରିବେ ବୋଲି ସେ ଦାବିପତ୍ରରେ ଉଲେଖ କରିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ତାଳମପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ, ବିଧାନସଭାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ

ଥୁଆମୂଳ ରାମପୁର,୧୫।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର…

LPG ପରେ ଏବେ ଇଲେକ୍ଟ୍ରିକୁ ନେଇ ସରକାରଙ୍କ ବଡ଼ ଘୋଷଣା, ପଡିବ ବଡ଼ ପ୍ରଭାବ

ନୂଆଦିଲ୍‌ଲୀ,୧୫।୩: LPG ଏବଂ PNG ନିୟମରେ ପରିବର୍ତ୍ତନ ପରେ, କେନ୍ଦ୍ର ସରକାର ବର୍ତ୍ତମାନ ବିଦ୍ୟୁତ ନିୟନ୍ତ୍ରଣ ନିୟମରେ ପ୍ରମୁଖ ସଂଶୋଧନ ଘୋଷଣା କରିଛନ୍ତି। ଏହି ପରିବର୍ତ୍ତନଗୁଡ଼ିକ ବ୍ୟକ୍ତି,…

ବ୍ୟବସାୟ କରିବାକୁ ଯାଉଥିଲେ, ସକାଳୁ ଘଟିଲା ବଡ଼ ଦୁର୍ଘଟଣା

ଭଞ୍ଜନଗର,୧୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଛକ ନିକଟରେ ରବିବାର ସକାଳେ ଏକ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଗୋପାଳ…

ଯୁଦ୍ଧ ହେଲା ଭୟଙ୍କର: ସରକାରୀ କର୍ମଚାରୀଙ୍କ କଟିବ ଦରମା, ସରକାର ନେଲେ ବଡ଼ ନିଷ୍ପତ୍ତି

ଇସଲାମବାଦ,୧୫।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ କେବଳ ଗୋଟିଏ ଦେଶରେ ନୁହେଁ ସାରା ବିଶ୍ୱରେ ପଡିଛି ବଡ଼ ପ୍ରଭାବ । ଏବେ ଖବର ଆସିଛି ଯେ ଯୁଦ୍ଧ ଯୋଗୁ କେବଳ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ କମର୍ସିଆଲ LPG ସିଲିଣ୍ଡର…

ନୂଆଦିଲ୍‌ଲୀ,୧୫।୩: ରାଜ୍ୟ ସରକାର ଏଲପିଜି ସଙ୍କଟ ଭିତରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବାଣିଜି୍ୟକ ସିଲିଣ୍ଡର ବଣ୍ଟନ ପାଇଁ ଏକ ନୀତି ଜାରି କରିଛନ୍ତି। ଏହି ନୀତି…

ସ୍ତ୍ରୀ, ବୋହୂ ,ନାତୁଣୀଙ୍କୁ ହତ୍ୟା ଘଟଣା : ମେଡିକାଲରେ ଅଭିଯୁକ୍ତଙ୍କ ମୃତ୍ୟୁ 

ଦେବଗଡ଼,୧୫।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ସେ ବିଷ ଖାଇ ଗୁରୁତର ଥିବାରୁ ବୁର୍ଲା ମେଡିକାଲରେ …

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଆମେରିକା ସାମରିକ ଘାଟି ନିକଟରେ ଉ.କୋରିଆର ୧୦ ମିସାଇଲ ମାଡ଼, ଥରିଲେ ଟ୍ରମ୍ପ!

ସିଓଲ,୧୫ା୩: ଇରାନ୍‌ ଉପରେ ଆମେରିକାର ଘନ ଘନ ଆକ୍ରମଣ ଭିତରେ ଉତ୍ତର କୋରିଆ ପୂର୍ୱ ସାଗର ଉପକୂଳରେ ଆମେରିକାର ସେନା ଘାଟି ନିକଟରେ ୧୦ କ୍ଷେପଣାସ୍ତ୍ର ମାଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri