ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତି ଦାବି:ଗର୍ଜିଲେ ଜିଲାବାସୀ

ବରଗଡ଼,୨୩।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାଠାରେ ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲାବ୍ୟାପୀ ଅସନ୍ତୋଷ ଦେଖାଦେଇଥିବା ବେଳେ ବୁଧବାର ମଧ୍ୟାହ୍ନ ୧୨ଟାରେ ଜିଲାର ଶତାଧିକ ଯୁବକ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତି ଦାବିରେ ସେମାନେ ନାରାବାଜି କରି ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ପରେ ଜିଲାପାଳ ଆଦିଦ୍ୟ ଗୋୟଲଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରି ବାହ୍ୟ ନିଯୁକ୍ତିକୁ ସୁଯୋଗ ଦିଆଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ, ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସ୍ମାରକପତ୍ରରେ ଚେତାବନୀ ଦିଆଯାଇଛି।
ପ୍ରକାଶ ଯେ, ୨୦୨୨ରୁ ଭାରତୀୟ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌(ବିପିସିଏଲ୍‌) ପକ୍ଷରୁ ବାଉଲସିଂହାଠାରେ ଉକ୍ତ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଚାଲିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ପେଟ୍ରୋଲିୟମ ବିଭାଗ ଥିବାବେଳେ ତାଙ୍କ ଉଦ୍ୟମରେ ଏହି ପ୍ରକଳ୍ପ ହୋଇଛି। ପ୍ରକଳ୍ପର ବ୍ୟୟ ଅଟକଳ ୧୫୫୭ କୋଟି ଟଙ୍କା ରହିଛି। ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ବର୍ତ୍ତମାନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବରଗଡ଼ରେ ଥିବା ଇଥାନଲ ପ୍ଲାଣ୍ଟର ବିଭିନ୍ନ ପଦବୀ ପାଇଁ ଗତ କିଛିଦିନ ତଳେ ରାଜ୍ୟ ବାହାରେ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। ଏଥିପାଇଁ ଅସନ୍ତୋଷ ବଢ଼ିବା ପରେ ପ୍ଲାଣ୍ଟ ପକ୍ଷରୁ ହାତଗଣତି କିଛି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ଏଭଳି ପାତରଅନ୍ତର ନୀତି ଯୋଗୁ ଜିଲାରେ ଅସନ୍ତୋଷ ଲାଗି ରହିଛି। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବିଭିନ୍ନ ସଂଗଠନ ପ୍ରସ୍ତୁତି ଚଳାଇଛି। ଅନ୍ୟପଟେ ବୁଧବାର କୋଶଲ ଛାତ୍ର ୟୁନିୟନ ନେତୃତ୍ୱରେ ବିଭିନ୍ନ ଅନୁଷ୍ଠାନର ତାଲିମପ୍ରାପ୍ତ ଶତାଧିକ ଯୁବତୀ, ଯୁବକ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସ୍ଥାନୀୟ ଗାନ୍ଧିଛକରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ସ୍ଥାନୀୟ ନିଯୁକ୍ତି ଦାବିରେ ଧାରଣାରେ ବସି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବରଗଡ଼ ଜିଲାରେ ପ୍ଲାଣ୍ଟ ଥିବାବେଳେ ରାଜ୍ୟ ବାହାରେ ହୋଇଥିବା ନିଯୁକ୍ତି ପ୍ରକ୍ର୍ରିୟାକୁ ସେମାନେ ଦୃଢ଼ ବିରୋଧ କରିଥିଲେ। ରମଣୀ ଦନ୍ତା, ହିମାଂଶୁ ମହାକୁର, ରବି ସେଠ, ଅନନ୍ତ ମହାକୁର, ଅଲେଖ ଭୋଇ, ଶୁଭମ ପ୍ରଧାନ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ।
ପ୍ରକାଶଥାଉ କି, ପ୍ଲାଣ୍ଟ ନିର୍ମାଣ ସମୟରେ ଜିଲା ବାହାର ଶ୍ରମିକଙ୍କୁ ନିୟୋଜନ ନେଇ ପୂର୍ବରୁ ପ୍ଲାଣ୍ଟ ସମ୍ମୁଖରେ ଅନେକଥର ଆନ୍ଦୋଳନ ମଧ୍ୟ ହୋଇଥିଲା। ସ୍ଥାନୀୟ ଶ୍ରମିକମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଧାରଣା ଦେଇଥିଲେ। ଏହାସତ୍ତ୍ୱେ ଆଗକୁ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଥିବାରୁ ଆଗାମୀ ଦିନରେ ଏହା ବଡ଼ ଆନ୍ଦୋଳନ ରୂପ ନେବାର ଆଶଙ୍କା ରହିଛି। ତେବେ ଏହି ପ୍ରକଳ୍ପ ହେବା ଦ୍ୱାରା ନିଯୁକ୍ତି ସୁଯୋଗ ମିଳିବା ସହିତ ଚାଷୀମାନେ କଞ୍ଚାମାଲ(ଧାନର ନଡ଼ା) ବିକ୍ରି କରି ଲାଭବାନ ହେବେ ବୋଲି ପ୍ରକଳ୍ପ ନିର୍ମାଣ ହେବା ଦିନଠାରୁ ବିଭାଗୀୟ ମନ୍ତ୍ରୀମାନେ କହି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri