ରାଜ୍ୟ ବାହାରେ କନ୍ଧମାଳ ହଳଦୀ-ମସଲାର ବଢୁଛି ଚାହିଦା: ଲକ୍ଷପତି ଦିଦିଙ୍କଠାରୁ ଜିନିଷ କିଣି ଉତ୍ସାହିତ କଲେ କେନ୍ଦ୍ରମନ୍ତ୍ରୀ

ଦାରିଙ୍ଗବାଡି, ୨୫।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିର ଲକ୍ଷପତି ଦିଦି ଝରଣା ସାହୁଙ୍କଠାରୁ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ବିଶ୍ୱବିଖ୍ୟାତ କନ୍ଧମାଳ ହଳଦୀ ଗୁଣ୍ଡ ଓ କିଛି ମସଲା କିଣିଛନ୍ତି । ପ୍ରକାଶ ଯେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉତ୍ତରପ୍ରଦେଶ ର ନୋଇଡା ଠାରେ ସରସ ଆଜୀବିକା ମେଳା ଅନୁଷ୍ଠିତ ହୋଇଯାଇଛି ଏହାକୁ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରୀ କମଳେଶ ପାଶୱାନ ଏବଂ ଗ୍ରାମୀଣ ବିକାଶ ଓ ଯୋଗାଯୋଗ ମନ୍ତ୍ରୀ ଚନ୍ଦ୍ରଶେଖର ପେମାସାନି ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଏହା ଆସନ୍ତା ମାର୍ଚ୍ଚ ୧୦ରେ ମେଳା ଉଦଯାପନୀ ହେବ। ଏହି ମେଳା ଉଦଘାଟନୀ ଉତ୍ସବରେ ନୋଇଡାର ଗ୍ରାମୀଣ ବିକାଶ ବିଭାଗର ଯୁଗ୍ମ ସଚିବ ସାତି ଶର୍ମା ଏବଂ ଜିଲାପାଳ ମନୀଷ କୁମାର ବର୍ମାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି ଅବସରରେ କନ୍ଧମାଳ ଷ୍ଟଲରୁ ମନ୍ତ୍ରୀମାନେ ହଳଦୀ ସହ ମସଲା ସାମଗ୍ରୀ କ୍ରୟ କରି ଲକ୍ଷପତି ଦିଦି ଝରଣା ସାହୁଙ୍କୁ ଉତ୍ସାହିତ କରିଥିଲେ। ପ୍ରକାଶ ଯେ କନ୍ଧମାଳ ଜିଲା ସମେତ ଯାଜପୁର ଜିଲାର ଶାଢି, କେନ୍ଦ୍ରାପଡାର କାଇଁଚରୁ ପ୍ରସ୍ତୁତୀ ସାମଗ୍ରୀ,ଗଞ୍ଜାମରୁ ଟେଡି ଓ କାଠରେ ପ୍ରସ୍ତୁତ ସାମଗ୍ରୀ, ପୁରୀ ଜିଲାର ପଟ୍ଟଚିତ୍ର, ବାଲେଶ୍ୱର ସାରୀ ଘାସରୁ ପ୍ରସ୍ତୁତୀ ସାମଗ୍ରୀ ସୋନପୁର ଶାଢି ଷ୍ଟଲ ସେଠାରେ ପହଞ୍ଚିଛି। ସେଠାରେ ବିଭିନ୍ନ ରାଜ୍ୟରୁ ୩ ଶହରୁ ଉର୍ଦ୍ଧ୍ୱ ଷ୍ଟଲ ରହିଥିବାବେଳେ କେବଳ ଓଡିଶାରୁ ୭ଟି ଷ୍ଟଲ ରହିଥିବା ଜଣାପଡିଛି। କନ୍ଧମାଳ ହଳଦୀ ସମେତ ତେନ୍ତୁଳି, ଡାଲମା ମସଲା, ଗରମ ମସଲା, ସୋରିଷ, ତେଜପତ୍ର, ଡାଲିଜାତୀୟ ସାମଗ୍ରୀ, ମାଣ୍ଡିଆ, ଆଦିର ଚାହିଦା ଅଧିକା ରହିଛି।

ସୂଚନାଯୋଗ୍ୟ, ଗତ ୨୦୨୪ ମସିହାରେ ଝରଣା ସାହୁ ଉକ୍ତ ହାଟରେ ଲକ୍ଷାଧିକ ଟଙ୍କାର ହଳଦୀ ସମେତ ମସଲା, ଜଙ୍ଗକଜାତୀୟ ସାମଗ୍ରୀ ବିକ୍ରି କରି ପୁରସ୍କୃତ ହୋଇଥିବା ବେଳେ ଲକ୍ଷପତି ଦିଦିର ଉପାଧି ହାସଲ କରିଥିଲେ ଚଳିତ ବର୍ଷ ମଧ୍ୟ ଏହି ମେଳାରେ ଭଲ ବିକ୍ରୀ ହେବ ବୋଲି ଝରଣା ଆଶା ରଖିଛନ୍ତି। ନୋଏଡାବାସୀଙ୍କ ପାଇଁ ଆବଶ୍ୟକ ଚାହିଦା ରହିଥିବା କନ୍ଧମାଳ ହଳଦୀ ସମେତ ବିଭିନ୍ନ ପ୍ରକାରର ମସଲା, ବଢି, ପାମ୍ପ ଆଚାର ଆଦି ସେ ପ୍ରସ୍ତୁତ କରି ବିକ୍ରିପାଇଁ ନୋଏଡା ନେଇ ଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋକସରାରେ କାଳବୈଶାଖୀର ତାଣ୍ଡବ: କୁଆପଥର ମାଡ଼ରେ ଉଜୁଡ଼ିଗଲା ଚାଷ, ଭାଙ୍ଗିଲା ଘର

କୋକସରା, ୧୮।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ଅଞ୍ଚଳରେ ଗତକାଲି ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ…

ଗାଇଗୁହାଳ ଛକ ନିକଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌ ଚାଳକଙ୍କୁ ପିଟିଦେଲା ହାଇଓ୍ବା, କାନ୍ଦବୋବାଳିରେ ଫାଟୁଛି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri