Categories: ବାଣିଜ୍ୟ

‘ଗ୍ରାହକଙ୍କ ମଧ୍ୟରେ ବଢୁଛି ଜାୱା-ୟେଜଦିର ଚାହିଦା’

ଭୁବନେଶ୍ୱର,୧୯ା୧୦: କ୍ଲାସିକ୍‌ ଲିଜେଣ୍ଡସ୍‌ ପ୍ରା. ଲିମିଟେଡ୍‌ର ପ୍ରମୁଖ ବ୍ରାଣ୍ଡ୍‌ ଜାୱା-ୟେଜ୍‌ଦି ମୋଟର ସାଇକେଲର ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଭୁବନେଶ୍ୱରର ପଳାଶୁଣୀସ୍ଥିତ ମୁରଲୀ ଆଣ୍ଡ ସନ୍ସ ଅଟୋମୋଟିଭ୍ସ ଆନୁକୂଲ୍ୟରେ ବ୍ରାଣ୍ଡ୍‌ର ଡିଲର ପଏଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ମୁରଲୀ ଆଣ୍ଡ ସନ୍ସର ମ୍ୟାନେଜିଂ ପାର୍ଟନର ସଞ୍ଜୀବ ଅଗ୍ରଓ୍ବାଲ ଓ ରାକେଶ ଅଗ୍ରଓ୍ବାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। କ୍ଲାସିକ୍‌ ଲିଜେଣ୍ଡସ୍‌ର ଏଏସ୍‌ଏମ୍‌ ମନୋରଞ୍ଜନ ପଟ୍ଟନାୟକଙ୍କ ସମେତ ଶୋ’ରୁମ୍‌ର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି ୨୦୧୮ ନଭେମ୍ବରରେ ଉକ୍ତ ବ୍ରାଣ୍ଡ୍‌ର ଶୁଭାରମ୍ଭ ପରଠାରୁ ଦେଶବ୍ୟାପୀ କ୍ଲାସିକ୍‌ ଲିଜେଣ୍ଡସ୍‌ର ଏକ ଶକ୍ତିଶାଳୀ ଡିଲର ନେଟ୍‌ୱାର୍କ ସହ ଦୃଢ଼ ଉପସ୍ଥିତ ସାଙ୍ଗକୁ ଚାହିଦା ମଧ୍ୟ ବୃଦ୍ଧି ପାଉଛି। ଏପରିକି କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ୧୦୦ ଦିନର ରେକର୍ଡ ସମୟ ମଧ୍ୟରେ ୧୦୦ଟି ଡିଲରଶିପ୍‌ ପ୍ରତିଷ୍ଠା କରିଥିଲା। ଯେକୌଣସି ଅଟୋମୋବାଇଲ୍‌ ଉତ୍ପାଦନକାରୀଙ୍କ ପାଇଁ ଏହା ଏକ ବଡ଼ ଉଲ୍ଲେଖନୀୟ ସଫଳତା ବୋଲି କୁହାଯାଇଛି। କମ୍ପାନୀର ଜାୱା ମୋଟରସାଇକେଲ ବର୍ତ୍ତମାନ ୩ଟି ମଡେଲ ଜାୱା, ଜାୱା ୪୨, କ୍ରୀଡ଼ା, ୪୨ ବବର୍‌ ଏବଂ ଜାୱା ପେରେକ୍‌ ଏବଂ ୟେଜ୍‌ଦି ମୋଟରସାଇକେଲ ମୁଖ୍ୟତଃ ଆଡଭେଞ୍ଚର, ରୋଡ୍‌ଷ୍ଟେର ଏବଂ ସ୍କ୍ରାମବ୍ଲର୍‌ ଉପଲବ୍ଧ ରହିଛି। ଉଲ୍ଲେଖଯାଗ୍ୟ, ବ୍ରାଣ୍ଡ୍‌ର ଆଡଭେଞ୍ଚର ରେଞ୍ଜ୨,୧୫,୯୦୦ ଟଙ୍କା, ସ୍କ୍ରାମବ୍ଲର୍‌ ରେଞ୍ଜ୍‌ ୨,୧୦,୯୦୦ ଟଙ୍କା ଏବଂ ରୋଡ୍‌ଷ୍ଟେର୍‌ ରେଞ୍ଜ୍‌ ୨,୦୪,୧୪୨ ଟଙ୍କାରୁ ଆରମ୍ଭ ହେଉଛି। ଉପରୋକ୍ତ ସମସ୍ତ ମୂଲ୍ୟ ଏକ୍ସ-ଶୋ’ରୁମ୍‌ ଭୁବନେଶ୍ୱର ଓଡ଼ିଶା ବଜାରର ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Share