କଟକ,୩ା୯: ଅନ୍ତର୍ଜାତୀୟ ବଜାରରେ ଭାରତୀୟ ମସଲାର ଚାହିଦା ବଢୁଥିବାବେଳେ ଭାରତୀୟ ମସଲା ଉତ୍ପାଦନକାରୀ ଉଦ୍ୟୋଗ, ରପ୍ତାନିକାରୀ ଏବଂ କୃଷକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏହିକ୍ରମରେ ରାଜ୍ୟର ଅନ୍ୟତମ ପ୍ରମୁଖ ମସଲା କମ୍ପାନୀ ‘ଜୟ ଭାରତ ସ୍ପାଇସେସ୍ ପ୍ରାଇଭେଟ୍ ଲିମିଟେଡ୍’(ଭାରତ ମସାଲା) ପକ୍ଷରୁ ଗୁଣାତ୍ମକ ମସଲା ଉତ୍ପାଦ ଅନ୍ତର୍ଜାତୀୟ ବଜାରକୁ ରପ୍ତାନି କରିବା ଲାଗି ଗୁରୁତ୍ୱ ଦିଆଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଜୟ ଭାରତ ସ୍ପାଇସେସ୍ ପକ୍ଷରୁ ୟୁଏଇକୁ ଜିରା ଏବଂ ହଳଦି ଆଦି ରପ୍ତାନି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଭାରତ ମସଲାର ସଂସ୍ଥାପକ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା କହିଛନ୍ତି, ଆମେ ବିଶ୍ୱାସ କରୁ ଯେ ପ୍ରତ୍ୟେକ ରପ୍ତାନି ଭାରତର ପ୍ରଗତି ପାଇଁ ମୂଲ୍ୟବାନ ଏବଂ ଏହାଦ୍ୱାରା ଗ୍ରାମୀଣ କୃଷିଜୀବିକାକୁ ଆହୁରି ସୁଦୃଢ଼ କରାଯାଇପାରିବ। ଉଲ୍ଲେଖଯୋଗ୍ୟ ଯେ, ଦେଶର ରପ୍ତାନି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଏବଂ ଅନ୍ତର୍ଜାତୀୟ ବଜାରରେ ଭାରତୀୟ ମସଲାର ପ୍ରଚାର ପ୍ରସାର ପାଇଁ ଭାରତ ସରକାରଙ୍କ ଦ୍ୱାରା ଭାରତ ମସାଲା କମ୍ପାନୀ ୪ ଥର ଶ୍ରେଷ୍ଠ ରପ୍ତାନିକାରୀ ପୁରସ୍କାର ହାସଲ କରିଛି।