ନୂଆ ପଞ୍ଚାୟତ ସମିତି ଗଠନ ଦାବି ଜୋର୍‌ ଧରିଲା

ମଦନପୁର,୧୯ା୯(ଜଗଦୀଶ ପ୍ରସାଦ ରଣା): କଳାହାଣ୍ଡି ଜିଲା ମ. ରାମପୁର ବ୍ଲକ ମଦନପୁର ଧବଳେଶ୍ବର ପୀଠ ନିକଟସ୍ଥ କଲ୍ୟାଣମଣ୍ଡପଠାରେ ମଦନପୁର ପଞ୍ଚାୟତ ସମିତି ସଂଗ୍ରାମ କମିଟିର ସଂଯୋଜକ ସୁଦର୍ଶନ ପାଢ଼ୀଙ୍କ ସଭାପତିତ୍ୱରେ କର୍ଲାମୁଣ୍ଡା ବ୍ଲକର ୨ଟି ଏବଂ ମ. ରାମପୁର ବ୍ଲକର ୯ଟି ମୋଟ୍‌ ୧୧ଟି ପଞ୍ଚାୟତର ପଞ୍ଚାୟତ ପ୍ରତିନିଧି, ବୁଦ୍ଧିଜୀବୀ, ଆଇନଜୀବୀ, ପୂର୍ବତନ ସରପଞ୍ଚ, ବରିଷ୍ଠ ନାଗରିକ, ଚାଷୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବ୍ୟବସାୟୀ, ଗଣମାଧ୍ୟମ ପ୍ରତିନିଧି ଓ ଯୁବଗୋଷ୍ଠୀଙ୍କୁ ନେଇ ମଦନପୁରକୁ ନୂତନ ବ୍ଲକ ଗଠନ ନିମନ୍ତେ ଏକ ସର୍ବଦଳୀୟ ସ୍ବତନ୍ତ୍ର ବୈଠକ ହୋଇଥିଲା। ଏଥିରେ ଓଡ଼ିଶା ସରକାରଙ୍କ ନିୟମ ଅନୁସାରେ ଜନସଂଖ୍ୟା, ଭୌଗୋଳିକ ସ୍ଥିତି, ସରକାରୀ ଜାଗା, ପ୍ରତ୍ୟେକ ଦୃଷ୍ଟିକୋଣରୁ ସମସ୍ତ ଗାଇଡ୍‌ଲାଇନ୍‌ ପୂରଣ କରୁଥିବାରୁ ଏବଂ ୧୧ଟି ପଞ୍ଚାୟତର ମଧ୍ୟସ୍ଥ ସ୍ଥାନ ହୋଇଥିବାରୁ ମଦନପୁରକୁ ବ୍ଲକ ପାଇଁ ଦାବିଦାର ବୋଲି ଆଲୋଚନା କରିବା ସହିତ ଆଗାମୀ ଦିନର କାର୍ଯ୍ୟଖସଡ଼ା, ଗ୍ରାମ୍ୟ କମିଟି, ନାରୀ ଶକ୍ତି କମିଟି ଗଠନ ପାଇଁ ଯୋଜନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଆବାହକ ହରି ମହାନନ୍ଦ ପରିଚାଳନା କରିଥିବାବେଳେ ବିଭିନ୍ନ ପଞ୍ଚାୟତରୁ ଭୀମସେନ ସାହୁ, ଜୟରାମ ମହାନନ୍ଦ, ବିଶ୍ୱମ୍ବର ରଣା, ସୁନନ୍ଦ ପଧାନ,ସହଦେବ ପାଢ଼ୀ, ଜନ୍ମେଜୟ ରଣା, ଗଙ୍ଗାଧର ରଣା, ବିକ୍ରମ ପଧାନ, କ୍ଷେତ୍ରମୋହନ ସାହୁ, ସୁନୀଲ ଧଙ୍ଗଡ଼ା ମାଝୀ, ସରୋଜ ବେହେରା, ପ୍ରଦୀପ କୁମାର ସାହୁ, ବନମାଳୀ ସିଂ, ଯୁବନେତା ଆଶିଷ ଦଣ୍ଡିଆ ନିଜ ସହଯୋଗ ଓ ମତାମତ ପ୍ରଦାନ କରିଥିଲେ। ମଦନପୁରକୁ ନୂତନ ବ୍ଲକ ଘୋଷଣା ନ କରିବା ପର୍ଯ୍ୟନ୍ତ ଏ ସଂଗ୍ରାମ ଜାରି ରହିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କୋଟିଏ ୨ ଲକ୍ଷରୁ…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri