ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ତେଜିଲା ଦାବି: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ

କର୍ଲାମୁଣ୍ଡା,୮/୫(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହହାଲ ପଞ୍ଚାୟତ ଠାରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନରୁ ଦାବି କରିଆସୁଛନ୍ତି। ଏଥିପାଇଁ ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଭାଜପା ଯୁବ ନେତା ଚିନ୍ମୟ ମିଶ୍ର କଳାହାଣ୍ଡି ଗ୍ରସ୍ତରେ ଆସିଥିବା ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭବାନୀପାଟଣାଠାରେ ସାକ୍ଷାତ କରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ଏକ ଦାବିପତ୍ର ଦେବା ସହ ଜନସାଧାରଣଙ୍କ ସ୍ବାସ୍ଥ୍ୟକେନ୍ଦ୍ରର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ ଯେ, ବ୍ଲକ ସଦର ଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏହି ପଞ୍ଚାୟତଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଅବସ୍ଥିତ। ଏହି ପଞ୍ଚାୟତରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ହେଲେ ଗଜବାହାଲ ପଞ୍ଚାୟତ ଓ ପୌରକେଲା ପଞ୍ଚାୟତର କିଛି ଗ୍ରାମ,ମ ରାମପୁର ବ୍ଲକର ଗୋଛାଡେଙ୍ଗେନ ପଞ୍ଚାୟତ ତଥା ସୀମାନ୍ତରେ ଥିବା ବଲାଙ୍ଗୀର ଜିଲାର ଗୁଡଭେଲା ବ୍ଲକର କିଛି ଅଞ୍ଚଳବାସୀ ଚିକିତ୍ସା ସେବା ପାଇପାରିବେ।

 

Dharitri – Odisha’s No.1 Odia Daily

 

Share