ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ବୁଧବାର ଓକିଲ ସଂଘର ସାଧାରଣ ପରିଷଦ ବୈଠକ ସଂଘର ଉପସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଦଓ୍ବୋନି ବିଚାରପତିମାନଙ୍କଠାରେ ପୂର୍ବରୁ ରହିଥିବା ଫୌଜଦାରୀ ମାମଲା ପରିଚାଳନା କ୍ଷମତାକୁ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ଅପସାରଣ କରି ଦିଆଯାଇଥିବା ସମ୍ପର୍କରେ ଅନୁଷ୍ଠିତ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ଦିଗପହଣ୍ଡିଠାରେ ନୂତନ ଭାବେ ଖୋଲିଥିବା ସବଜଜ୍‌ କୋର୍ଟଙ୍କ ଠାରେ ଏଡିଜେ କ୍ଷମତା ନ ଥିବା ଯୋଗୁ ଅଞ୍ଚଳବାସୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏଠାରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ସ୍ଥାପନ କରିବା ପାଇଁ ବୈଠକରେ ସର୍ବସମ୍ମତି ନିଷ୍ପତ୍ତି ଗୃହୀତ ହୋଇଥିଲା। ଏ ସମ୍ପର୍କରେ ଓକିଲ ସଂଘର ଏକ ପ୍ରତିନିଧି ଦଳ ଖୁବ୍‌ଶୀଘ୍ର ଗଞ୍ଜାମ ଜିଲା ଜଜ୍‌, ରାଜ୍ୟ ଆଇନ ମନ୍ତ୍ରୀ ଏବଂ ହାଇକୋର୍ଟ ବିଚାରପତିଙ୍କ ସହ ସାକ୍ଷାତ ଆଲୋଚନା କରିବ ବୋଲି ଜଣାପଡ଼ିଥିବା ବେଳେ ଦିଗପହଣ୍ଡିକୁ ଜିଲା ସବ୍‌ଡିଭିଜନର ମାନ୍ୟତା ଦିଆଯିବାକୁ ମଧ୍ୟ ସଂଘ ପକ୍ଷରୁ ସରକାରଙ୍କଠାରେ ଦାବି କରାଯାଇଛି। ଅନୁଷ୍ଠିତ ଏହି ବୈଠକରେ ସଂଘ ସମ୍ପାଦକ ପ୍ରଦୀପ କୁମାର ନାୟକ, ସହସମ୍ପାଦକ ରବିଚନ୍ଦ୍ର ଗୌଡ଼, କୋଷାଧ୍ୟକ୍ଷ ସିମାଞ୍ଚଳ ପ୍ରଧାନଙ୍କ ସମେତ ପ୍ରାକ୍ତନ ସଭାପତି ହରପ୍ରସାଦ ରଥ, ରସାନନ୍ଦ ରାଉତ, ପରେଶ ଚନ୍ଦ୍ର ରଥ, ସତ୍ୟ ନାରାୟଣ ରଥ, ଚନ୍ଦ୍ରଧ୍ବଜ ସିଂହ, ହେମନ୍ତ କୁମାର ପାଣିଗ୍ରାହୀ, ରତ୍ନାକର ମେକାପ, ଗିରିଜା ନନ୍ଦନ ମେକାପ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ଆଲୋଚନା କରିଥିଲେ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାଳ ବୈଶାଖୀର ପ୍ରଭାବରେ ଆଜବେଷ୍ଟସ ଉଡିବା ଘଟଣା: ରାଜସୱ ନିରୀକ୍ଷକ କଲେ କ୍ଷୟକ୍ଷତି ଆକଳନ

ଦାରିଙ୍ଗବାଡି,୧୫।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତର ଦୁର୍ଗମ ଗ୍ରୁତୁବାଡି ଗ୍ରାମରେ ଶନିବାର ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ଗୋଷ୍ଠୀ ଗୃହ ସମେତ…

ତାରସିଂ ରେଞ୍ଜରେ  ହାତୀ ମୃତ୍ୟୁ: ଜେଟିଏଫ ଟିମ ଉପସ୍ଥିତିରେ ଚାଲିଛି ବ୍ୟବଚ୍ଛେଦ

ଭଞ୍ଜନଗର,୧୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜର ନାରାୟଣପ୍ରସାଦ ରାସ୍ତା କଡ ଜଙ୍ଗଲରେ ଏକ  ହାତୀ ମୃତ୍ୟୁ ବରଣ କରିଥିବା ଖବର…

ଅସହ୍ୟ କଲାଣି ଚୋରା ମଦ କାରବାର: ଦଣ୍ଡିମା, ସିମନବାଡିରେ ଅବାଧରେ ଚାଲିଛି ବ୍ୟବସାୟ 

ଦାରିଙ୍ଗବାଡି,୧୫।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦକାରବାର ବଢିବାରେ ଲାଗିଛି ।ବିଶେଷ କରି ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଅଞ୍ଚଳରେ…

ହୋର୍ମୁଜରେ ଫସିଗଲା ଭାରତର ୨୨ ଜାହାଜ, ୬ LPG ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୧୫।୩; ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଭାରତ ମଧ୍ୟ ଏହାର ପ୍ରଭାବ ଅନୁଭବ କରିଛି। ବିଶେଷକରି, ହରମୁଜ…

ଯୁଦ୍ଧରେ ପୁଟିନଙ୍କ ଏଣ୍ଟ୍ରି? ଆମେରିକା ଆଖି ଆଗରେ ଖାମେନେଇଙ୍କୁ ନେଇଗଲା ରୁଷିଆ!

ମସ୍କୋ,୧୫।୩: ଏପର୍ଯ୍ୟନ୍ତ, ସମ୍ଭାବ୍ୟ ଇରାନ-ଆମେରିକା ସଂଘର୍ଷରେ ରୁଷିଆର ଭୂମିକା ସମ୍ପର୍କରେ ଆଲୋଚନା କେବଳ କଳ୍ପନାଜଳ୍ପନା ହୋଇ ରହିଥିଲା; ତଥାପି, ଏକ ନୂତନ ରିପୋର୍ଟ ଏବେ ସାମ୍ନାକୁ ଆସିଛି…

ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ, ବିଧାନସଭାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ

ଥୁଆମୂଳ ରାମପୁର,୧୫।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମ୍ବପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର…

LPG ପରେ ଏବେ ଇଲେକ୍ଟ୍ରିକୁ ନେଇ ସରକାରଙ୍କ ବଡ଼ ଘୋଷଣା, ପଡିବ ବଡ଼ ପ୍ରଭାବ

ନୂଆଦିଲ୍‌ଲୀ,୧୫।୩: LPG ଏବଂ PNG ନିୟମରେ ପରିବର୍ତ୍ତନ ପରେ, କେନ୍ଦ୍ର ସରକାର ବର୍ତ୍ତମାନ ବିଦ୍ୟୁତ ନିୟନ୍ତ୍ରଣ ନିୟମରେ ପ୍ରମୁଖ ସଂଶୋଧନ ଘୋଷଣା କରିଛନ୍ତି। ଏହି ପରିବର୍ତ୍ତନଗୁଡ଼ିକ ବ୍ୟକ୍ତି,…

ବ୍ୟବସାୟ କରିବାକୁ ଯାଉଥିଲେ, ସକାଳୁ ଘଟିଲା ବଡ଼ ଦୁର୍ଘଟଣା

ଭଞ୍ଜନଗର,୧୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଛକ ନିକଟରେ ରବିବାର ସକାଳେ ଏକ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଗୋପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri