କୃଷିକ୍ଷେତ୍ରରେ ବଢ଼ୁଛି ଡ୍ରୋନ୍‌ ସ୍ପ୍ରେ ଚାହିଦା

ଭୁବନେଶ୍ୱର,୩୦।୧(ଅନୁରାଧା ମହାରଣା): କୃଷି କ୍ଷେତ୍ରରେ ଡ୍ରୋନ ମାଧ୍ୟମରେ ସ୍ପ୍ରେ କରିବାର ଧାରା ଯୋଗୁଁ ଡ୍ରୋନ ପାଇଲଟ ଚାହିଦା ବୃଦ୍ଧି ପାଇଛି। ଯୁବକମାନେ ଡ୍ରୋନ ପାଇଲଟକୁ ଏକ ବୃତ୍ତି ଭାବରେ ବିଚାର କରିବା ଆରମ୍ଭ କରିଛନ୍ତ। କୃଷିର ପରିବର୍ତ୍ତିତ ବ୍ୟବସ୍ଥାରେ ଝିଅମାନେ ମଧ୍ୟ ଏହାକୁ ଗ୍ରହଣ କରୁଛନ୍ତ। ଡ୍ରୋନ ପାଇଲଟଙ୍କ ଚାହିଦାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଡ୍ରୋନ ପାଇଲଟମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ ଯୁବକ ହରିୟାଣାର ଏକମାତ୍ର ସରକାରୀ ଆରଟିପିଓରୁ ତାଲିମ ନେଇଛନ୍ତି, ସେଥିମଧ୍ୟରୁ ୨୦ ଜଣ ଝିଅ ଅଟନ୍ତି। ହରିୟାଣାରେ ଯୁବକମାନଙ୍କୁ ଦ୍ରଷ୍ଟ୍ୟାଙ୍କ ଦ୍ୱାରା ପରିଚାଳିତ ରିମୋଟ ପାଇଲଟ ଟ୍ରେନିଂ ଅର୍ଗାନାଇଜେସନ (ଆରପିଟିଓ) ରେ ଡ୍ରୋନ ଉଡ଼ାଇବା ପାଇଁ ତାଲିମ ଦିଆଯାଉଛି। ହରିୟାଣା ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ରାଜ୍ୟର ୫୦୦ ଯୁବକ କୃଷକଙ୍କୁ ମାଗଣା ତାଲିମ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଡ୍ରୋନ ଉଡ଼ାଇବା ପାଇଁ କୃଷକମାନଙ୍କ ପାଇଁ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦ୍ୱାରା ଅନୁମୋଦିତ ଆରପିଟିଓରୁ ତାଲିମ ନେବା ବାଧ୍ୟତାମୂଳକ ଅଟେ। କରନାଲର ଫୁସଗଡରେ ଏକ ସରକାରୀ ଆରପିଟିଓ ଅଛି ଯେଉଁଠାରେ ଦେଶର ଯେକୈଣସି ପ୍ରାନ୍ତରୁ ଜଣେ ବ୍ୟକ୍ତି ତାଲିମ ନେଇପାରିବେ। ଡ୍ରୋନ ମାଧ୍ୟମରେ ସାର ଏବଂ ପୋକମରା ଔଷଧ ସ୍ପ୍ରେ କରିବାର ଅନେକ ଲାଭ ରହିଛି। ସମଗ୍ର କ୍ଷେତ୍ରରେ ସମାନ ଅନୁପାତରେ ସ୍ପ୍ରେ କରାଯିବା ସହ ଅପେକ୍ଷାକୃତ କମ୍‌ ସମୟରେ କାର୍ଯ୍ୟ ସମ୍ପାଦନ ହୋଇଥାଏ। କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି ଏବଂ ଡ୍ରୋନ ତାଲିମ ପାଇଁ ବାଧ୍ୟତାମୂଳକ ପାସପୋର୍ଟର ସର୍ତ୍ତ ହଟାଇ ଦେଇଛନ୍ତି। ଯେଉଁଥିପାଇଁ ବର୍ତ୍ତମାନ ଯୁବକମାନଙ୍କ ପାଇଁ ଡ୍ରୋନ ଟ୍ରେନିଂ ପାଇବା ସହଜ ହେବ ବୋଲି ଆଶା କରାଯାଉଛି। ସେହିପରୀ ଡ୍ରୋନ କ୍ରୟ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦେବାକୁ ଯୋଜନା କରାଯାଉଛଇ। ଏହି ଡ୍ରୋନର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା, ସେଥିମଧ୍ୟରୁ କେବଳ ୨ ଲକ୍ଷ ଟଙ୍କା ଚାଷୀଙ୍କଠାରୁ ନିଆଯିବ, ୮ ଲକ୍ଷ ଟଙ୍କା ସରକାର ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri