Posted inଜାତୀୟ

ଚାଇନା ମାଲ୍‌ ଚାହିଦା କମୁଛି

ନୂଆଦିଲ୍ଲୀ ,୧୯।୧୨ (ଆଇଏଏନ୍‌ଏସ୍‌) : ସାମ୍ପ୍ରତିକ ଭୂରାଜନୈତିକ ସ୍ଥିତିକୁ ନେଇ ଚଳିତ ବର୍ଷ ୫୮ ପ୍ରତିଶତ ଭାରତୀୟ ‘ମେକ୍‌ ଇନ୍‌ ଚାଇନା’ ସାମଗ୍ରୀ କିଣା ହ୍ରାସ କରିଛନ୍ତି। ଫେଶନ, ପୋଷାକ, ଯାନ ଉପକରଣ ଏବଂ ଯନ୍ତ୍ରାଂଶ ବର୍ଗରେ ଭାରତୀୟ ବିକଳ୍ପ ଭଲ ଦାମ୍‌ ଏବଂ ଉତ୍ତମ ମାନରେ ମିଳୁଥିବା ୨୬ ପ୍ରତିଶତ ଭାରତୀୟ କହିଛନ୍ତି। ୫୯ ପ୍ରତିଶତ ଭାରତୀୟ ସେମାନଙ୍କ ମୋବାଇଲ ଫୋନ୍‌ରେ କୌଣସି ଚାଇନା ଆପ୍‌ ରଖି ନ ଥିବା ସର୍ଭେରୁ ଜଣାପଡ଼ିଛି। ତେବେ ୨୯ ପ୍ରତିଶତ ସେମାନଙ୍କ ଫୋନ୍‌ରେ ଗୋଟିଏ କିମ୍ବା ଅଧିକ ଚାଇନା ଆପ୍‌ ରଖିଥିବା ସ୍ବୀକାର କରିଛନ୍ତି। ସୋସିଆଲ କମ୍ୟୁନିଟି ଏନ୍‌ଗେଜ୍‌ମେଣ୍ଟ ପ୍ଲାଟ୍‌ଫର୍ମ ‘ଲୋକାଲ ସର୍କଲ୍ସ’ ଏହି ତଥ୍ୟ ଦେଇଛି। ମୋଟ ୩୧୯ ଜିଲାର ୪୦ ହଜାରରୁ ଊର୍ଦ୍ଧ୍ୱ ସର୍ଭେରେ ଭାଗ ନେଇଥିଲେ।

ସର୍ଭେ ଅନୁଯାୟୀ ଚାଇନା ସାମଗ୍ରୀ ତୁଳନାରେ ଏହାର ଭାରତୀୟ ବିକଳ୍ପ ମୂଲ୍ୟ ଏବଂ ମାନ ଦୃଷ୍ଟିରୁ ଭଲ ହୋଇଥିବାବେଳେ ଉତ୍ତମ ଗ୍ରାହକ ସେବା ମିଳୁଥିବା ୨୮ ପ୍ରତିଶତ କହିଛନ୍ତି। ୧୧ ପ୍ରତିଶତ ଉତ୍ତମ ମାନର ଭାରତୀୟ ସାମଗ୍ରୀ କିଣିବାକୁ ଚାହୁଁଥିବାବେଳେ ୮ ପ୍ରତିଶତ ବିଦେଶୀ ବିକଳ୍ପ ଚାହିଁଛନ୍ତି। ବଜାର, ଷ୍ଟୋର ଏବଂ ଅନ୍‌ଲାଇନରେ ମେକ୍‌ ଇନ୍‌ ଚାଇନା ସାମଗ୍ରୀ ନ ପାଇ ୮ ପ୍ରତିଶତ ଅନ୍ୟ ଦେଶର ସାମଗ୍ରୀ କିଣିବାକୁ ଆଗ୍ରହ ପ୍ରକାଶ କରୁଥିବା କହିଛନ୍ତି। ଗତ ୧୨ ମାସରେ ଚାଇନାର ବୈଦ୍ୟୁତିକ ଉପକରଣ ସର୍ବାଧିକ ୩୫ ପ୍ରତିଶତ କିଣିଥିବାବେଳେ ୧୪ ପ୍ରତିଶତ କେବଳ ପାର୍ବଣ ଋତୁରେ ବିଦ୍ୟୁତ୍‌ ଲାଇଟିଂ ଓ ଲ୍ୟାମ୍ପ୍‌ ଆଦି ସାମଗ୍ରୀ କିଣିଛନ୍ତି। ଚାଇନା ଖେଳନା ଏବଂ ମନୋହରି ସାମଗ୍ରୀ ମାତ୍ର ୫ ପ୍ରତିଶତ କିଣୁଥିବାବେଳେ ୫ ପ୍ରତିଶତ ଚାଇନା ଗିଫ୍ଟ କିଣୁଥିବା କହିଛନ୍ତି। ଚଳିତ ବର୍ଷ ମାତ୍ର ୩ ପ୍ରତିଶତ ଚାଇନା ପ୍ରସ୍ତୁତ ବ୍ୟାଗ, ପୋଷାକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ କିଣିଛନ୍ତି, ଯାହା ଗତବର୍ଷ ୧୧ ପ୍ରତିଶତ ଥିଲା। ଭାରତ ଓ ଚାଇନା ମଧ୍ୟରେ ବାଣିଜ୍ୟ ନିଅଣ୍ଟ ବଢ଼ୁଥିବାବେଳେ ଏହି ସର୍ଭେ କରାଯାଇଥିଲା। ଚଳିତ ଆର୍ଥତ୍କ ବର୍ଷର ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ବାଣିଜି୍ୟକ ନିଅଣ୍ଟ ୫୧.୧ ବିଲିୟନ ଡଲାର ହୋଇଛି, ଯାହା ଗତବର୍ଷ ଏହି ସମୟରେ ୭୩.୩୧ ବିଲିୟନ ଡଲାର ଏବଂ ୨୦୨୦-୨୧ରେ ୪୪.୦୩ ବିଲିୟନ ଡଲାର ଥିଲା।

ସୂଚନାଯୋଗ୍ୟ, ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ବଢ଼ିବା ପରେ ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ଏହାର ପ୍ରଭାବ ପଡ଼ିଛି। ୨୦୨୦ ଜୁନ୍‌ରେ ଦୁଇ ଦେଶର ସେନା ମଧ୍ୟରେ ଗଲଓ୍ବାନ୍‌ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ହୋଇଥିବାବେଳେ ଗତ ୯ ତାରିଖରେ ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖାରେ ଦୁଇ ପକ୍ଷର ଯବାନ ମୁହଁାମୁହିଁ ହୋଇଥିଲେ। ଆଗାମୀ ଦିନରେ ଅଧିକ ଭାରତୀୟ ମେକ୍‌ ଇନ୍‌ ଚାଇନା ସାମଗ୍ରୀ ବର୍ଜନ କରିପାରନ୍ତି ବୋଲି ସର୍ଭେରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri