Categories: ଜାତୀୟ

ପଞ୍ଜାବକୁ ଚଣ୍ଡିଗଡ଼ ହସ୍ତାନ୍ତର ଦାବି

ଚଣ୍ଡିଗଡ଼,୨ା୪: ଚଣ୍ଡିଗଡ଼ରେ ପଞ୍ଜାବ ସେବା ନିୟମ ପରିବର୍ତ୍ତେ କେନ୍ଦ୍ରୀୟ ସେବା ନିୟମାବଳୀ ଲାଗୁ ହେବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କିଛିଦିନ ପୂର୍ବରୁ ଘୋଷଣା କରିଥିଲେ। ଶୁକ୍ରବାର ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇ ଚଣ୍ଡିଗଡ଼କୁ ହସ୍ତାନ୍ତର କରିବା ଲାଗି ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଭାଜପା ସଦସ୍ୟମାନଙ୍କ ଅନୁପସ୍ଥିତିରେ ଧ୍ୱନିମତରେ ପ୍ରସ୍ତାବ ଗୃହୀତ ହୋଇଥିଲା। ପୂର୍ବରୁ ଭାଜପା ସଦସ୍ୟ ପ୍ରସ୍ତାବକୁ ବିରୋଧୀ କରି କକ୍ଷତ୍ୟାଗ କରିଥିଲେ। ଗୃହକୁ ଉଦ୍‌ବୋଧନ ଦେଇ ନୂଆ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ କହିଥିଲେ, ରାଜ୍ୟର ଅଧିକାର ହାସଲ ପାଇଁ ସେ ଲଢ଼େଇ ଜାରି ରଖିବେ। ପଞ୍ଜାବକୁ ଚଣ୍ଡିଗଡ଼ ହସ୍ତାନ୍ତର ଲାଗି ସେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।
ଆଗତ କରି ମାନ୍‌ କହିଥିଲେ, ପଞ୍ଜାବ ପୁନର୍ଗଠନ ଆଇନ, ୧୯୬୬ ଅନୁଯାୟୀ ଏହି ରାଜ୍ୟ ଗଠନ ହୋଇଥିଲା। ପରେ ପଞ୍ଜାବ ପୁନର୍ଗଠିତ ହୋଇ ହରିୟାଣା, ଚଣ୍ଡଗଡ଼ କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି ହେବା ସହ କେତେକ ଅଞ୍ଚଳ ତତ୍କାଳୀନ କେନ୍ଦ୍ରଶାସିତ ଅଞ୍ଚଳ ହିମାଚଳପ୍ରଦେଶକୁ ହସ୍ତାନ୍ତର କରାଯାଇଥିଲା। ସେବେଠାରୁ ଭାକ୍ରା ବେଆସ୍‌ ପରିଚାଳନା ବୋର୍ଡ ଭଳି ସଂସ୍ଥାକୁ ମିଳିତ ସମ୍ପତ୍ତି ଦର୍ଶାଯାଇ ଏହାର ବିଭିନ୍ନ ଭାଗର ପରିଚାଳନା ପଞ୍ଜାବ ଓ ହରିୟାଣାକୁ ଦିଆଯାଇଛି। କେନ୍ଦ୍ର ସରକାର ନିକଟରେ ନେଇଥିବା କେତେକ ପଦକ୍ଷେପ ଦ୍ୱାରା ଏହି ସନ୍ତୁଳନକୁ ବିଗାଡ଼ିବାକୁ ଉଦ୍ୟମ ହେଉଥିବା ମାନ୍‌ କହିଛନ୍ତି। ପ୍ରସ୍ତାବକୁ ଆପ୍‌ ସମେତ କଂଗ୍ରେସ, ଶିରୋମଣି ଅକାଳୀ ଦଳ, ବିଏସ୍‌ପି ସମର୍ଥନ କରିଥିବାବେଳେ ଭାଜପା ସଦସ୍ୟ ବିରୋଧ କରିଥିଲେ।

Share