ଖରିଫ ଚାଷ ପୂର୍ବରୁ କେନାଲ ସଫା ଦାବି

କେନ୍ଦ୍ରାପଡ଼ା ଅଫିସ, ୨୭।୪: ଓଡ଼ିଶାର ସର୍ବପ୍ରାଚୀନ କେନ୍ଦ୍ରାପଡ଼ା କେନାଲରେ ୧୮୬୯ ମେ’ ୨୯ରେ ପ୍ରଥମଥର ପାଇଁ ପାଣି ଛଡା ଯାଇଥିଲା। ଜଗତପୁର ନିକଟସ୍ଥ ବିରୂପା ନଦୀରୁ ଏହି କେନାଲ ବାହାରି ପଟ୍ଟାମୁଣ୍ଡାଇ, ଜମ୍ବୁ, ଗୋବରୀ ଆଦି କେନାଲକୁ ପାଣି ଯୋଗା ଯାଉଥିଲା। ଏହି କେନାଲରେ ଜଳସେଚନ ବ୍ୟତୀତ ଡଙ୍ଗା ଯୋଗେ ପଣ୍ୟ ପରିବହନ କରାଯାଉଥିଲା। ୧୯୩୦-୩୧ରେ ପଣ୍ୟ ପରିବହନ ମାହାସୁଲ ବାବଦ ବିଭିନ୍ନ ଲକ୍‌ଠାରେ ୮୫ ହଜାରରୁ ଅଧିକ ଟଙ୍କା ଆଦାୟ ହୋଇଥିବା ତଥ୍ୟ କୁହେ। ନଅଙ୍କ ଦୁର୍ଭିକ୍ଷରୁ ବର୍ତ୍ତିବା ପାଇଁ ଖୋଳା ଯାଇଥିବା ଏହି ଐତିହ୍ୟ ସମ୍ପନ୍ନ ସୁନାବ୍ୟା କେନାଲ ଏବେ ମୃତ ପ୍ରାୟ ହୋଇଛି। ଏହାର ଉନ୍ନତୀକରଣ କରାଯାଉଥିବା ଜଳସମ୍ପଦ ବିଭାଗ ପକ୍ଷରୁ ଦର୍ଶାଯାଉଥିଲେ ମଧ୍ୟ ଦଳ ଭର୍ତ୍ତି ଯୋଗୁ ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ। ଫଳରେ ଆଗାମୀ ଖରିଫ ଫସଲ ଏଥିରେ ପ୍ରଭାବିତ ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏ ନେଇ ଏକ ଦାବିପତ୍ର ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ମଙ୍ଗଳବାର ପ୍ରଦାନ କରାଯାଇଛି।
କେନ୍ଦ୍ରାପଡ଼ା ବ୍ଲକ କଂସାର ଗଁାର ନିରଞ୍ଜନ ପରିଡା, ଦେପୁରା ଗଁାର ଜଗଦୀଶ ପତି, କୃଷକ ନେତା ଗୟାଧର ଧଳ, ବିଧୁଭୂଷଣ ମହାପାତ୍ର ପ୍ରମୁଖ କହିଛନ୍ତି, ଇତିହାସ ପାଲଟି ଯାଉଥିବା କେନ୍ଦ୍ରାପଡ଼ା କେନାଲର ଅତୀତ ଖୁବ୍‌ ସମୃଦ୍ଧ ଥିଲା। ୧୮୬୬ର ନଅଙ୍କ ଦୁର୍ଭିକ୍ଷ ପରେ ଏହି କେନାଲ ଖୋଳାଯାଇଥିଲା। ଜଳସେଚନ ସହ ନୌବାଣିଜ୍ୟରେ ସହଯୋଗ ଦେଉଥିଲା। ମହାନଦୀ ବ୍ୟାରେଜର ବାମପଟୁ ଆରମ୍ଭ ହୋଇ ଜମ୍ବୁ ପର୍ଯ୍ୟନ୍ତ ଯାଇଥିବା ଏହି କେନାଲର ଲମ୍ବ ୨୪୧ କି.ମି.। କେନାଲ ପାଣିରେ ପ୍ରାରମ୍ଭରେ ଜିଲାର ୧୧,୯୩୮ ହେକ୍ଟର ଚାଷ ଜମିକୁ ଜଳସେଚନ ହେଉଥିଲା। ସେହିପରି ଏହି କେନାଲରୁ ଜଳ ଆହରଣ କରି ଗୋବରୀ କେନାଲ, ଗୋବରୀ ସମ୍ପ୍ରସାରିତ କେନାଲ, ପଟ୍ଟାମୁଣ୍ଡାଇ କେନାଲ ଜରିଆରେ ପ୍ରାୟ ୨୯ ହଜାର ହେକ୍ଟର ଅଞ୍ଚଳରେ ଚାଷ ହେଉଥିଲା। ଜିଲା ଗଠନ ପୂର୍ବରୁ ଏହି ଜଳସେଚନ କ୍ଷମତାକୁ ଧାର୍ଯ୍ୟ କରି ଜିଲାର ସ୍ବତ୍ୱବାନ ଚାଷୀଙ୍କଠାରୁ ଅଦ୍ୟାବଧି ଜଳକର ଆଦାୟ ହେଉଛି। ତେବେ ଏହି କେନାଲରେ ବର୍ଷ ବର୍ଷ ଧରି ରହିଥିବା ଦଳକୁ କଢ଼ାଯିବାର ବ୍ୟବସ୍ଥା କରାଯାଉନାହିଁ। ଫଳରେ ଜଳସେଚନ ବ୍ୟବସ୍ଥା ଫେଲ ମାରିଛି। ଏହା ଏବେ ମଶା, ମାଛିଙ୍କ ଉପତ୍ତ୍ତିସ୍ଥଳ ହୋଇ ଜଳବାହିତ ରୋଗର କାରଣ ସାଜିଛି। ଆବର୍ଜନା ପରିପୂର୍ଣ୍ଣ ଯୋଗୁ ସାପଙ୍କ ଏହା ବାସସ୍ଥଳୀ ପାଲଟିଛି। କେନାଲରେ ଜଳସେଚନ ବାଧାପ୍ରାପ୍ତ ହୋଇଥିବାରୁ ଆଗାମୀ ଖରିଫ ଧାନ ଚାଷ ପ୍ରଭାବିତ ହେବ। ତୁରନ୍ତ କେନାଲ ମଧ୍ୟରୁ ଦଳ ସଫା ବ୍ୟବସ୍ଥା କରିବାକୁ କୃଷକ ନେତାମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ କେନାଲର ଉନ୍ନତୀକରଣ ହେଉଛି। ଗଣ୍ଡାକିଆରୁ ଅଳଭା ପର୍ଯ୍ୟନ୍ତ ନବୀକରଣ ସରିଛି। ଖୁବ୍‌ଶୀଘ୍ର କେନ୍ଦ୍ରାପଡ଼ା କେନାଲର ନବୀକରଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri