Animal ଫିଲ୍ମ ଭାବି ନମ୍ବର-୨ ଙ୍କ ବଢ଼ିଲା ଡିମାଣ୍ଡ, ରଶ୍ମିକାଙ୍କୁ ପଛରେ ପକାଇ ସାଜିଲେ ନ୍ୟାଶନାଲ କ୍ରସ୍

ମୁମ୍ବାଇ: ରଣବୀର କପୁରଙ୍କ ଅଭିନୀତ ‘ଆନିମଲ’ ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି। ବିଶ୍ୱ ବଜାରରେ ଫିଲ୍ମ ୧୦ ଦିନରେ ୭୧୭ କୋଟିରୁ ଉର୍ଦ୍ଧ ରୋଜଗାର କରି ସାରିଲାଣି। ତେବେ ଫିଲ୍ମରେ ‘ଭାବି ନମ୍ବର-୨’ ଚରିତ୍ରରେ ନଜର ଆସିଥିବା ‘ତୃପ୍ତି ଡିମରି’ ଏବେ ଭାରତୀୟ ଯୁବ ପିଢିଙ୍କ ନ୍ୟାଶନାଲ କ୍ରସ୍ ପାଲଟିଛନ୍ତି। ଲୋକମାନେ ‘ଭାବି ନମ୍ବର-୨’ ଅର୍ଥାତ୍ ‘ଆନିମଲ’ ର ଫିଲ୍ମର ତୃପ୍ତି ଡିମରିଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି।

ଚଳଚ୍ଚିତ୍ରଟି ପାଇଥିବା ଦର୍ଶକଙ୍କ ଭଲପାଇବା ଏବଂ ପ୍ରଶଂସା ମଧ୍ୟରେ, ଫିଲ୍ମରୁ ରଣବୀରଙ୍କ ସହ ତୃପ୍ତିଙ୍କ ଅନ୍ତରଙ୍ଗ ଦୃଶ୍ୟ ଭାଇରାଲ ହୋଇଥିଲା ଏବଂ ଲୋକଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା। ଦର୍ଶକେ ମଧ୍ୟ ସେମାନଙ୍କର ଯୋଡିକୁ ବହୁତ ପସନ୍ଦ କରିଥିଲେ। ବର୍ତ୍ତମାନ ଅଭିନେତ୍ରୀ ନିଜେ ଏହି ଦୃଶ୍ୟରେ ନୀରବତା ଭାଙ୍ଗି ରଣବୀର କପୁରଙ୍କ ସହ ଏହି ଦୃଶ୍ୟ କରିବାର ଅଭିଜ୍ଞତା ବାଣ୍ଟିଛନ୍ତି।

ନିକଟରେ ମିଡିଆ ସହିତ ଆଲୋଚନା ବେଳେ ସେ ଫିଲ୍ମରେ ଦେଖାଯାଇଥିବା ଅନ୍ତରଙ୍ଗ ଦୃଶ୍ୟ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ତୃପ୍ତି କହିଛନ୍ତି ଯେ ଏହି ପ୍ରୋଜେକ୍ଟରେ ସାଇନ କରିବାବେଳେ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ମୋତେ କହିଥିଲେ ଯେ ”ଏକ ଦୃଶ୍ୟ ଅଛି ଏବଂ ମୁଁ ଏହାକୁ ଏହିପରି ସୁଟିଂ କରିବାକୁ ଚାହୁଁଛି, କିନ୍ତୁ ମୁଁ ଏହାକୁ ଅତି ସୁନ୍ଦର ଭାବରେ କରିବି। ମୁଁ ବିୟୁଟି ଏବଂ ବିଷ୍ଟ ପରି ଏକ ପ୍ରତିଛବି ସୃଷ୍ଟି କରିବାକୁ ଚାହୁଁଛି ଏବଂ ଏହା ମୋର ଯୋଜନାରେ ଅଛି। ମୁଁ ଏହାକୁ ତୁମ ଉପରେ ଛାଡିଦେଉଛି, ତୁମେ ଏଥିପାଇଁ କି ନୁହେଁ, ମୋତେ କୁହ।”

ତୃପ୍ତି ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ”ମୁଁ ସ୍କ୍ରିପ୍ଟ ଦେଖିଲି, ମୁଁ ଅନୁଭବ କଲି, ଏହା ଦୁଇଟି ଚରିତ୍ର ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଏବଂ ତେଣୁ ମୁଁ ଏହି ସିନ ପାଇଁ ରାଜି ହୋଇଥିଲି। ସୁଟିଂ ସମୟରେ ଉଭୟେ ରଣବୀର ଏବଂ ସନ୍ଦୀପ ନିଶ୍ଚିତ କରିଥିଲେ ଯେ ସେ ଏହି ଦୃଶ୍ୟ କରିବାରେ କିପରି ସହଜ ହେବେ। ସେ ଏହା ମଧ୍ୟ କହିଛନ୍ତି ଯେ ରଣବୀର ତାଙ୍କୁ ପ୍ରତି ୫ ମିନିଟରେ ଥରେ ପଚାରି ବୁଝୁଥିଲେ ଯେ ସେ ନିଜକୁ ଅସହଜ ଅନୁଭବ କରୁନାହାଁନ୍ତି।”

ନିର୍ମାତାମାନେ ଏହା ମଧ୍ୟ ସୁନିଶ୍ଚିତ କରିଛନ୍ତି ଯେ ଘଟଣାସ୍ଥଳରେ ନିର୍ଦ୍ଦେଶକ, ଡିଓପି ଏବଂ ଅଭିନେତାଙ୍କ ସମେତ ୫ ରୁ ଅଧିକ ଲୋକ ରହିବେ ନାହିଁ। ସେଟରେ ଅନ୍ୟ କାହାକୁ ପ୍ରବେଶ ପାଇଁ ଅନୁମତି ନଥିଲା, ସମସ୍ତ ମନିଟର ବନ୍ଦ ଥିଲା। ଏହା ସହିତ ମୋତେ କୁହାଯାଇଥିଲା ଯଦି କୌଣସି ସମୟରେ ଆପଣ ଅନୁଭବ କରୁଛନ୍ତି ଯେ ଆପଣ ଅସହଜ, ତେବେ ଆମକୁ ଜଣାନ୍ତୁ। ଆପଣଙ୍କ ଇଚ୍ଛା ଅନୁଯାୟୀ ଆମେ ଶୁଟ୍ ଜାରି ରଖିବୁ। ପ୍ରତି ପାଞ୍ଚ ମିନିଟରେ ରଣବୀର ମୋତେ ଯାଞ୍ଚ କରି ପଚାରିଥିଲେ, ଏବଂ ଏହି ଦୃଶ୍ୟ ପ୍ରତି ସମସ୍ତେ ସମ୍ବେଦନଶୀଳ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri