ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି ତେଜିଲା

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ): ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି ନେଇ ପୁଣି ଆନ୍ଦୋଳନ ତେଜି ଉଠୁଛି। ଏହି ଦାବି ନେଇ ଆସନ୍ତା ଡିସେମ୍ବର ମାସରେ କୋଶଲ ମହାବନ୍ଦ କରିବାକୁ ରବିବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଅଜିତ ଶତପଥୀଙ୍କର ସଭାପତିତ୍ୱରେ କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟିର ଏହି ବୈଠକରେ କୋଶଲାଞ୍ଚଲର ବିଭିନ୍ନ କୋଶଲବାଦୀ ସଂଗଠନର ପ୍ରତିନିଧିମାନେ ସାମିଲ ଥିଲେ। ବୈଠକରେ କୋଶଲ ସଂଗ୍ରାମୀ ବାଳଗୋପାଳ ମିଶ୍ର ଯୋଗ ଦେଇ ସରକାରର ଆଞ୍ଚଳିକ ବିଷମତା ବିରୋଧରେ ଏକାଠି ଲଢ଼େଇ ପାଇଁ ଆହାନ ଦେଇଥିଲେ।

ବୈଠକରେ ଯୋଗଦେଇଥିବା ବିଭିନ୍ନ ସଙ୍ଗଠନର ପ୍ରତିନିଧିଙ୍କ ସମ୍ମତିକ୍ରମେ ବାଳଗୋପାଳ ମିଶ୍ର, ପ୍ରମୋଦ ମିଶ୍ର, ଅଜିତ ଶତପଥୀ, ନରେନ୍ଦ୍ର ହୋତାଙ୍କୁ ନେଇ ୪ଜଣିଆ ଉପଦେଷ୍ଟା ମଣ୍ଡଳୀ ଗଠନ କରି ୭ପ୍ରସ୍ତାବ ପାରିତ ହୋଇଥିଲା।

ପ୍ରତେକ ସଂଗଠନର ଜଣେ ଲେଖାଏକୁ ନେଇ କୋଶଲ ସେନାପତି ଦାୟିତ୍ୱ ଦେବା ସହିତ ବିଧିବଦ୍ଧ ଭାବେ କୋଶଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ, ପାଣ୍ଠି ସଂଗ୍ରହ ସାଙ୍ଗେ ଗାଁକୁ ଚାଲ ଅଭିଯାନ, ଅଲଗା କୋଶଲ ରାଜ୍ୟ ଦାବିରେ ଦିଲ୍ଲୀ ଚଲୋ କାର୍ଯ୍ୟକ୍ରମ, ସ୍ଥାନୀୟ କିମ୍ବା ଆଞ୍ଚଳିକ କାର୍ଯ୍ୟକ୍ରମ ପାଇଁ ନିଜ ସଂଗଠନର ନାମ ସହିତ ମିଳିତ କ୍ରିୟାନୁଷ୍ଠାନ କମିଟିର ନାମ ନେଇ କାର୍ଯ୍ୟକ୍ରମ, କୋଶଲ ସେନାପତି ଓ ଉପଦେଷ୍ଟା କମିଟିର ସାମାଜିକ, ଆର୍ଥିକ ଓ ରାଜନୈତିକ ସମସ୍ୟାର ସମାଧାନ ପାଇଁ ନିୟମିତ ବ୍ୟବଧାନରେ ସଭା, ସମିତି କରିବା, କୋଶଲ ବିଷୟରେ ମତାମତ କିମ୍ବା ପ୍ରେସବାର୍ତ୍ତା କେବଳ ଉଭୟ କମିଟିର ସହମତିରେ ପ୍ରବକ୍ତା ଦେବା, ଆସନ୍ତା ଡିସେମ୍ବର ମାସରେ ସଙ୍ଗଠନର ବୃହତ୍‌ କାର୍ଯ୍ୟକ୍ରମ ଭାବେ କୋଶଲ ମହାବନ୍ଦ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ବୈଠକକୁ ଜଗନ ମେହେର ପରିଚାଳନା କରିଥିବା ବେଳେ ବୀରବଲ ମହାକୁର ସଂଯୋଜନା କରିଥିଲେ। ସୁନ୍ଦରଗଡ଼ରୁ ଦିଲ୍ଲୀପ ପଣ୍ଡା, ସମ୍ବଲପୁରରୁ ବୀରେନ୍ଦ୍ର ପାଣିଗ୍ରାହୀ, ବଲାଙ୍ଗିରରୁ ଜନସନ ନାଗ, ସୋନପୁରରୁ ସରୋଜ ପଧାନ, ଝାରସୁଗୁଡ଼ା ଗଣେଶ ମଟାରି, ବରଗଡ଼ରୁ ସୁଦାମ ଚରଣ ପାତ୍ର, ଅଶୋକ ଛତର, ଅବିନାଶ ବିଶି ଏବଂ ମହିଳାମାନଙ୍କ ମଧ୍ୟରେ ସୁନିତା ବାଗ, ବାସନ୍ତୀ ମେହେର୍‌, ରୀତା ବେହେରାଙ୍କ ସମେତ ଶତାଧିକ କୋଶଳ କର୍ମୀ ଯୋଗ ଦେଇଥିଲେ। ସୁଶିଲ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଯାଉଥିବାବେଳେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଆକ୍ରମଣ କରି ୨ ବାଇକ ଆରୋହୀ ଫେରାର୍‌, ଚେତାଶୂନ୍ୟ ଅବସ୍ଥାରେ…

ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ବିଜ୍ଞାନ କଲେଜର ଯୁକ୍ତ ୨ କଳା ବିଭାଗ ପ୍ରଥମବର୍ଷ ଛାତ୍ରୀଙ୍କୁ ଗୁରୁବାର ବାଇକରେ ଆସିଥିବା ୨ଜଣ…

ବ୍ଲାକ ବକ୍ସ ଉଦ୍ଧାର! ବାରାମତୀ ବିମାନ ଦୁର୍ଘଟଣାକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଲା ବଡ଼ ଅପଡେଟ

ମୁମ୍ବାଇ,୨୯।୧: ବାରାମତୀ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି। ମନ୍ତ୍ରଣାଳୟ କହିଛି ଯେ ସରକାର…

ପ୍ରେମରେ ଅନ୍ଧ! ବିବାହକୁ ବିରୋଧ କଲେ ବାପା-ମାଆ, ବିଷ ଇଞ୍ଜେକ୍ସନ ଦେଇଦେଲେ ଝିଅ

ହାଇଦ୍ରାବାଦ,୨୯।୧: ତେଲେଙ୍ଗାନାର ଭିକାରାବାଦ ଜିଲାର ବାନ୍ଥରାମ ମଣ୍ଡଳରେ ଜଣେ ଯୁବତୀ ତାଙ୍କ ପିତାମାତାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରେମ ବିବାହକୁ…

T20 World Cup 2026ର ଫାଇନାଲିଷ୍ଟଙ୍କୁ ନେଇ ହେଲା ବଡ଼ ଭବିଷ୍ୟବାଣୀ, ଜାଣନ୍ତୁ କିଏ କାହାକୁ ବାଛିଲେ

ନୂଆଦିଲ୍ଲୀ,୨୯।୧: ଭାରତ କିମ୍ବା ଶ୍ରୀଲଙ୍କା ଜିତିଲେ ପୁରୁଷ T20 ବିଶ୍ୱକପ (T20 ବିଶ୍ୱକପ 2026) ର ୧୦ମ ସଂସ୍କରଣ ଐତିହାସିକ ହୋଇପାରେ। ଆଜି ପର୍ଯ୍ୟନ୍ତ, ଆୟୋଜକ ଦେଶ…

ନାବାଳିକାଙ୍କୁ ଅସଦାଚରଣ କରି ଥାନାରେ ଯୁବକ ଅଟକ

ଧର୍ମଶାଳା,୨୯ା୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚହଟା ଗ୍ରାମର ଜଣେ ଯୁବକ ୭ବର୍ଷର ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଧର୍ମଶାଳା ପୋଲିସ ଯୁବକଙ୍କୁ…

Budget 2026: ‘ମୋଦି ଦେଶକୁ କପଟରେ ପରିପୂର୍ଣ୍ଣ ବାର୍ତ୍ତା ଦେଉଛନ୍ତି,’ ଅର୍ଥନୈତିକ ସର୍ଭେକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ,୨୯।୧: ଗୁରୁବାର କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଜେଟ ଅଧିବେଶନ ଉପରେ ମନ୍ତବ୍ୟକୁ ନେଇ ଆକ୍ରମଣ କରିଛି। ସେମାନେ କହିଛନ୍ତି ଯେ ପ୍ରତ୍ୟେକ ଅଧିବେଶନ ଆରମ୍ଭ…

କଶ୍ମୀରରେ ହୃଦ୍‌ଘାତରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

ନୟାଗଡ଼,୨୯।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଆନନ୍ଦପଲ୍ଲୀ ଗାଁର ଯବାନ ଜିତୁ ବେହେରା(୩୧) ଜାନୁଆରୀ ୨୬ରେ କଶ୍ମୀରରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଜିତୁଙ୍କ ମରଶରୀର ବୁଧବାର…

ଶେଷ ହେବ କି କଂଗ୍ରେସ ସହ ମତଭେଦ? ରାହୁଲ ଗାନ୍ଧୀ-ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଲେ ଶଶି ଥରୁର

ନୂଆଦିଲ୍ଲୀ,୨୯।୧: କଂଗ୍ରେସ ଦଳ ସହିତ ଉତ୍ତେଜନାର କଳ୍ପନାଜଳ୍ପନା ମଧ୍ୟରେ, ତିରୁଭାନନ୍ତପୁରମ ଏମପି ଶଶି ଥରୁର ସଂସଦ ଭବନରେ ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri